ମୋତେ ଭୁଲିଯିବନି ମୁନୁ
ଦିନକର ନିଜ କର୍ତ୍ତବ୍ୟ ସାରି ଫେରି ଯାଉଥାନ୍ତି। ରକ୍ତିମ ଆଭାରେ ପଶ୍ଚିମାକାଶ ଅଧିକ ସୁନ୍ଦର ଦେଖାଯାଉଥାଏ।ଶୀତୁଆ ପବନ ହାଲୁକା ହାଲୁକା ଭାବେ ଆସି ଦେହରେ ବାଡେଇ ହେଉଥାଏ। ଉପର ଛାତରେ ନୀରବରେ ମାଧବ ବାବୁ ବସିଥାନ୍ତି।ମନଟି ସେଦିନ କାହିଁକି ଅଜଣା ଭାରାରେ ଭାରାକ୍ରାନ୍ତ ଥାଏ। ହାତରେ ଡାଏରୀ ଓ କଲମ।କିନ୍ତୁ ଲେଖିବାକୁ ଇଚ୍ଛା ନାହିଁ। ଅନେକ ଚିନ୍ତା ମୁଣ୍ଡ ଉପରେ।ଆଜିର ପରିସ୍ଥିତିରେ ଘର ଚଳାଇବା କି କଷ୍ଟ।ଓହୋ ! ବେସରକାରୀ ଚାକିରୀ।ଦରମା ମାପଚୁପ। ହିସାବରେ ହିଁ ଚଳିବାକୁ…