ଅଧାଲେଖା କବିତା

ଶବ୍ଦସବୁ ହଜିଯାଏ ଧୂମାୟିତ ହୋଇଆସୁ ଆସୁ ମାନସ ପଟରେରଙ୍ଗ ସବୁ ଉଡ଼ି ଯାଏ ଶୂନ୍ଯରେସାଦା କାଗଜଟା ଭରା ଶୂନ୍ଯତାରେ।।ମୋମନର ବିକ୍ଷିପ୍ତ ଇଲାକାରେଆଧିପତ୍ୟ ଅନଧିକାରରେହେ କୃଷ୍ଣ, କଳାମୋର ହରିନେଲଗାଣ୍ଡିବ ଉଠୁନିଆଜି ଏ ହାତରେ।।ଅଧାଲେଖା କବିତା ମୋ ଆଜିଶୂନ୍ୟ ଏକସଫେଦ କାଗଜପୂର୍ଣ୍ଣତାର ପ୍ରତୀକ୍ଷିତ ମୂହୁର୍ତ୍ତରେହୃତଶବ୍ଦ ସମ୍ଭାର ରଖୋଜ।। ମୋହିନୀ ହୋତାଶିକ୍ଷୟିତ୍ରୀ, ବସନ୍ତପୁର,ସମ୍ବଲପୁର

Read More

ହଜିଗଲା… ଆଉ ଫେରିବନି

ମିଛ କହିବା ପାଇଁ ଡରୁଥିବା ମନଟାସତ କହିବାକୁ ଡରିଲାଣି…ବୋଧେ ପିଲାଦିନଟା ହଠାତ୍ ହଜିଗଲାଣି…! ବାପାଙ୍କ ସାର୍ଟ ମାଆର ଶାଢ଼ୀ ପିନ୍ଧି ଦର୍ପଣ ଆଗରେ ନିଜକୁ ଦେଖିବା ଆଖିନିଶ ଲିପଷ୍ଟିକ୍ ସଜାଡିବାକୁ ଦର୍ପଣ ଦେଖିଲାଣି…ଏହେଃ…ପିଲାଦିନ ହଜିଗଲାଣି…! ବର୍ଷାରେ ଭିଜି ଦୁଇହାତ ଟେକି ନାଚିବା ମନସର୍ଦ୍ଦି ଭୟରେ ମୁଣ୍ଡକୁ ଦୁଇହାତରେ ଘୋଡେ଼ଇ ଦେଲାଣିଆଃ…ପିଲାଦିନ ସତରେ ହଜିଗଲାଣି…!! ଦିନରାତି ଗପିଲେ ସରୁ ନଥିବା କଥାବାହାନା ଖୋଜି ଖଣ୍ଡିକାଶ ଦେଇ ଗଳା ଖଙ୍କାରିଲାଣି…ସତରେ…ପିଲାଦିନ ହଜି ଗଲାଣି…? ଧୂଳିରେ ଗଡ଼ାଗଡି ହେଇ ଖେଳୁଥିବା ଦେହଟା…

Read More

ଦୁଇଟି ସମାଜ

ଦେଖିଛକି କିଏ ରାସ୍ତା କଡ଼ର ସେ ଭୋକିଲା ପିଲାର ମୁହଁ,ତା ମନ ବେଦନା ଭୋକର ଜ୍ୱଳନାଲିଭାଇଛ କିଏ କୁହ |(୧)ଛଳ ଛଳ ଆଖି ଚାହିଁ ରହିଥାଏକାହା ହାତ ଟେକା ଦାନ,କ୍ଷୀଣ ଶରୀରଟା ଏପାଖ ସେପାଖକିବା ରାତି କିବା ଦିନ l(୨)ଖରାରେ ଉତପ୍ତ ତାହାର ଶରୀରବରଷାରେ ଯାଏ ଭିଜି,ଅସହ୍ୟ ଶୀତଟା କାମୁଡ଼ି ଗୋଡ଼ାଏତାକୁ ପରା ଖୋଜି ଖୋଜି ।(୩)ଜାଣି ନାହିଁ ସେଇ ବ୍ୟଞ୍ଜନର ନାମଖାଲି ଗଣ୍ଡେ ତାକୁ ଲୋଡ଼ା,ଆବର୍ଜନା ଘେରା କର୍ମ ଯେ ତାହାରଭାଗ୍ୟ ତାର ଦରପୋଡ଼ା ।(୪)ନିରିଖି…

Read More

ଯୌବନର ଚଞ୍ଚଳ ମନ

ଆଜି ଅଛି ମନ ଚଳଚଞ୍ଚଳଏ ମନ ଚାହୁଁଛି ତତେ ପାଇବାକୁ ଭଲ।ଆଖି ଝଳୁ ନାହିଁ ମନ ବାଳୁ ନାହିଁଚେହେରାକୁ ତୋର ଯେତେ ଦେଖୁଥାଇ।ଯୌବନରେ ଏହି ମନଟିଏ ମୋରତୋ ମନ ମୋ ମନ ମିଶାଇବାକୁ ଇଚ୍ଛା ହୁଏ ମୋର ।ତତେ ଚାହିଁଦେଲେ ମୁହଁ ଫେରି ଦେଉତତେ ନ ଚାହିଁଲେ ମତେ ଚାହୁଁଥାଉ।ହେ ଯଉବନ ଚଞ୍ଚଳ ମନକାହିଁକି ହେଉଛି ଆଜି ଏତେ ଆନମାନ।କ୍ଷଣିକେ ନ ଦେଖିଲେ ତତେ ଯେମନ ଖୋଜୁଥାଏ କେତେ ଯେ।ଯେ କ୍ଷଣ ତତେ ଦେଖିଦେଲେ ମୁହିଁଭାବ ବିହ୍ବଳ…

Read More

ଚରିତ୍ର ନଥିଲେ ସବୁ ଅସାର

ଅସରନ୍ତି ଧନ ଇନ୍ଦ୍ର ପଦ ମାନଅଛି ବୋଲି କେହି ଭାବେ,ଚରିତ୍ର ନଥିଲେ ଲୋକଯେ ବୋଲନ୍ତିମଣିଷ ନୁହେଁ ସେ କେବେ । କାର୍ଯ୍ୟରେ କୁଶଳ ଅପ୍ରମିତ ବଳବିଚକ୍ଷଣ ବୁଦ୍ଧିମାନ,ନୟନ ରଞ୍ଜିତ ରୂପ ରେ ଭୂଷିତବିଶ୍ବାସୀ ନ ହୁଏ ଜନ । ଥିଲା ଏକ ଯୁବ ରୂପେ କାମ ଦେବନାମ ତା’ର ବଂଶୀଧର ,କୃଷ୍ଣକଳା ଲଭି ଭାବୁଥିଲା ହେବିମରତେ ଦ୍ବିଗୋପୀଚୋର । ଚାରୁ ଚନ୍ଦ୍ରାନନୀ ନବ ଯଉବନୀଦେଖିଲେ ପଛରେ ଧାଇଁ,ମଧୁର ବଚନ କହି ମୋହେ ମନମିଛେ ବାହା ହେବି କହି…

Read More

ଚ‌ଉକି

ଚ‌ଉକି ଭାବ‌ଇକେଡେ ଭାଗ୍ୟ ମୋରମୋ ପାଇଁ କି ଯେତେ କଳି,ବସିବା ପାଇଁ କିମୋ ଉପରେ ଟିକେଠେଲା ପେଲା କେବେ ମେଳି ।ସ୍ଥାୟୀ ହୋଇ କେହିବସିନି ମୋ’ପରେତଥାପି ଛାଡେନି ମୋହ,ନ ପାଇଲେ ମୋତେରାଗେ ଜର ଜରହୃଦେ ତା’ ଉଠ‌ଇ କୋହ । ହରିଶ୍ଚନ୍ଦ୍ର ମହାଳିକପାଖର, ଅନନ୍ତପୁର, ସୋରୋ, ବାଲେଶ୍ଵର୯୪୨୪୩୯୯୫୧୮

Read More

ଭକ୍ତ ବତ୍ସଳ ଭାବ ଗ୍ରାହି

ହେ ଦିନ ବାନ୍ଧବ ଶ୍ରୀହରିବନ୍ଦଇ ଚରଣ ସୁମରି II ମାୟା କଳ୍ପ ତଳେ ଆସରାଜୀବନେ ଲୋଭର ପସରା II ବିକାର ଗ୍ରସ୍ତ ଏ ପରାଣପୂର୍ବ କର୍ମର ସେ ବିଧାନ II ମର୍ତ୍ତ୍ୟ ମଣ୍ଡଳରେ ଆସ୍ଥାନନର ଦେହ ଧରି ଜନମ II ଈଶ୍ୱର ସତ୍ତାର କଣିକାଭୁମଣ୍ଡଳେ ଆଲୋକ ଶିଖା II ପଦ୍ମ ପତ୍ରେ ଜଳ ଯେମିତିନିଃଶ୍ୱାସ ଚାଲିଛି ସେମିତି II ସୃଷ୍ଟି ଚଞ୍ଚଳ ତୁମ୍ଭ ଇଚ୍ଛାରେପ୍ରାଣୀ ପ୍ରାଣ ତୁମ୍ଭ ହସ୍ତରେ II ଅଦୃଶ୍ୟ କର୍ତ୍ତାଙ୍କ ଆଶିଷବିକାର ହୀନ ସେ…

Read More

ହେ ଈଶ୍ୱର ହୁସିଆର୍

ହେ ଈଶ୍ୱର ଶେଷ ବେଳ ଆସିଲାଣିହୁସିଆର୍ ହୋଇଥାଅଦେଖି ପାରିବନି ତୁମ ସୃଷ୍ଟିନାଶଏବେ ଅନ୍ଧ ହୋଇଯାଅ ll ୧ ମଣିଷ ମାତିଛି ସଭ୍ୟତା ନିଶାରେଗର୍ବରେ ଫୁଲେଇ ଛାତିଆକାଶ ପାତାଳ ପୁଣି ରସାତଳସବୁଠିଁ ତାର ରାଜୁତି ll ୨ ବିକାଶ ନାମରେ ବିନାଶ ପଥରେଚଳାଏ ସ୍ୟନ୍ଦନ ତାରବିଜ୍ଞାନ ବଳରେ ହୋଇ ବଳିଆନନମାନନ୍ତି ଧର୍ମାଚାର ll ୩ ଖଞ୍ଜିଲାଣି କେତେ ପରମାଣୁ ନାମେବୋମା ମହା ଭୟଙ୍କରନିୟୁକ୍ଲିଅର୍ ମହା ବିନାଶି ଶକ୍ତିକୁକରଗତ କରି ତାର ll ୪ ମହାଶୁନ୍ୟେ ଉପ- ଗ୍ରହ ମାଳମାଳକଳନା…

Read More

ମୃତ୍ୟୁ ତୁମେ ଆସ ନାହିଁ

ମୃତ୍ୟୁ ତୁମେ ଆସ ନାହିଁହୀମ ଶୀତଳ ସ୍ପର୍ଶରେମଥାପିଟା କ୍ରନ୍ଦନ ମଧ୍ୟରେବଞ୍ଚିବାର ଦୁର୍ବିସହଆଶା ଆଙ୍କାକ୍ଷାରେ । ମୃତ୍ୟୁ ତୁମେ ଆସ ନାହିଁକଳ୍ପନାରେ ଅବା ବାସ୍ତବରେଆସିଗଲେ ଫେରିଯିବ-ସମାଜର କଟୁକ୍ତି ଭିତରେ । ଗଗନ କୁମାର ଦାଶ ଶୁଭଙ୍କର ନିବାସମାଁ ମାଣିକେଶ୍ଵରୀ ମନ୍ଦିର ସାହିମୋହନା, ଗଜପତି-୭୬୧୦୧୫ବାର୍ତ୍ତାଳାପ = ୮୨୪୯୫୦୩୬୫୮

Read More

ରୂପସୀ ପଦୁଅଁ

ସୂରୁଜ ଉଇଁଲେ ରୂପସୀ ପଦୁଅଁହୋଇଥାଉ ପ୍ରଷ୍ପୁଟିତଅନନ୍ତ ତୁମର. ପ୍ରେମ ପୀୟୁଷକୁଦେଖି ହୁଅନ୍ତି ଚକିତ !! ପ୍ରତ୍ୟୁଷରୁ ଝରେ କେତେ ଅନୁରାଗହସ ହସ କାନ୍ତି ଝରେଭକ୍ତି ଭାବ ଲୟ ମୁଦ୍ରିତ ନୟନେଚାହିଁଥାଏ ପ୍ରତିକ୍ଷାରେ !! ପାଇବାର ନୁହେଁ ଭକ୍ତିରେ ସୁନ୍ଦରଢଳ ଢଳ ଦିଶୁଥିଲଗୋଟାଇ ନେବେନି ପଥିକ ତୁମକୁପୁଲକିତ ମନେଥିଲ !! ଏହି ସଂସାରଟା ବିଶାଳ ସାଗରପ୍ରେମବି ଅଧୁରା ନୁହେଁତୃଷ୍ଣା ବିନା ଜୀବ ଚଳେ ନାହିଁ ବୋଲିଏ କଥା ହୃଦୟ କହେ !! ପଦ୍ମିନୀ ପ୍ରେମରେ ଗଗନେ ତପନଚିର ଶାଶ୍ଵତତା…

Read More