ଅଦ୍ଭୁତ କବିତା

ନା ବାବୁ ! ମୋତେ ବୁଝିବା ଆବଶ୍ୟକ ନାହିଁ  ମୋ ସୃଷ୍ଟିକର୍ତ୍ତା କୁ ବି ଅଜଣା ମୁଁ କିଏ? ମୋ ବାପା ମା ନାଁ ଗାଁ… ନା ଛେଉଣ୍ଡ ..ନା ଜାରଜ ! ମୋତେ ବି ଅଜଣା । ମୋ ସୃଷ୍ଟି କେବେ ହୋଇନି ! ବ୍ରହ୍ମ ମୁହୁର୍ତ୍ତରେ ନବାରୁଣ ତପନଙ୍କ ଉପସ୍ଥିତି ରେ ପ୍ରଦୋଷ ଲାଲିମାରେ ଖଗଙ୍କ କାକଳିରେ… ବନାନୀ କେଦାର ଙ୍କ ସ୍ପର୍ଶ ଲଭି ! ମୁଁ ମାଟିରୁ ବିଛିନ୍ନ ଆକାଶ ସହ ମୋର…

Read More

ସ୍ମୃତି ସନ୍ତରଣ

ସ୍ମୃତିର ଦିଗବଳୟରେ ଝଲସି ଉଠେ ଦିଗନ୍ତର ପ୍ରତିଟି ସୂର୍ଯୋଦୟର ଆଗମନ ଆକାଶ ମୁହଁ ଫୁଲାଇ ଅଛି କେତେବେଳେ ଯେ ଢାଳିଦବ ତା ‘ ସାଇତା ଗୁମାନ । ପୁରୁଣା କାଠ ଆଲମିରା ଫାଙ୍କ ଦେଇ ରହି ରହି ଶୁଣାଯାଉଥିବା ନିରବ ପ୍ରତିଧ୍ୱନିରେ ମୋ ନିଦ ଭାଙ୍ଗେ ଅନେକ ଥର । ଜାଣିଛ ?  ଏବେବି ଭାଙ୍ଗ ଦିଆ ଜାମା ଅନ୍ତରାଳରେ ଲୁଚାଇ ରଖିଛି  ତୁମ କବିତା ସଙ୍କଳନ, ଗୋଲାପୀ ଚିଠି ମୟୁର ଚନ୍ଦ୍ରିକା ସହ ଅଧାଦେଖା ସ୍ୱପ୍ନ…

Read More

ବୁଢା

ଚାଳ ଛପର ଘର ଆଗରେ ବସିଛି ବୁଢାଟିଏ ପାଖରେ ତାର ବଙ୍କୁଳି ବାଡ଼ି ଏକା ସାହାରା ସିଏ  ବୟସ ତାର ହେବ ସତୁରି  ପଚାରିଲେ ସେ କୁହେ  କାନକୁ ଆଉ ଶୁଭୁନି ଜମା ଶକତି ନାହିଁ ଦେହେ  ଚାଷମା ଗୋଟି ପିନ୍ଧିଛି ବୋଲି  ଦିଶଇ ଟିକେ ଟିକେ ପାକୁଆ ପାଟି ମଝି ମଝିରେ  ଖଇନି ଟିକେ ଜାକେ  ଠିକଣା ବେଳେ ବୋହୁ ଆଣିଛି  ପାଇଛି ଭଲ ଜ୍ୱାଇଁ  ଘୁରି ବୁଲନ୍ତି ଚାରି ପାଖରେ  ନାତି ନାତୁଣୀ ଦୁଇ…

Read More

ଟିକେ ହସିକି ତ ଦେଖ

କେତେଥର କହିବି ହସିଲେ ତମ ମୁହଁ କୁ ଭଲ ମାନେ ବୋଲି  !! ଲକ୍ଷେ ହୀରାଫୁଲ ସତେକି ଏକା ସଂଗେ ତଳକୁ ଖଡ଼ିପଡ଼େ ବୋଲି  !! କେତେ କହିବି.. ସକାଳ ର ଅରୁଣିମାରେ ଶୀତଳ ପବନ ର ସ୍ପର୍ଶ ରେ ଖୋଲା ଆକାଶ ତଳେ ପକ୍ଷୀର ସଂଗୀତ ରେ ନଦୀର ଛଳ ଛଳ ପାଣି ଆଉ ଶ୍ରାବଣ ବର୍ଷା ରେ ହଜିଗଲେ କେତେ ଭଲ ଲାଗିବ ବୋଲି  !! ସବୁବେଳେ କଣ ଜରୁରୀ  ! ସୁର୍ୟୋଦୟ ବେଳେ…

Read More

ତୁମେ

ମିଛ ଦୁନିଆଁ ରେ ଗୋଟିଏ ସତ ତୁମେ ମିତ ମୁଁ ତୁମ ପାଇଁ ପ୍ରେରିତ ପ୍ରାଣ ର କୋଇଲି ଗାଉଛି ଗୀତ.. ତୁମେ ସାଥେ ଥିଲେ  ଚୀର ବସନ୍ତ, ସବୁଋତୁ ଗାଏ ମଳୟେ ଗୀତ.. ଫୁଲ  ମୁଁ ତୁମେ ମୋ ମାନ ମହତ,, ଆସୁ ଝଡ଼ ଝଞ୍ଜା ତୁମେ ସିଦ୍ଧାନ୍ତ ହୃଦୟେ ଅଭୟ ବିଶ୍ୱାସ ନିତ୍ୟ କରି କରାଅ ଏ ଜାଣେ ମନ ତ ତେଣୁ ନିର୍ଭୟ ମୁଁ  ହୃଦୟ ନାଥ ଭଙ୍ଗା ଗଢ଼ା ସବୁ ତୁମ…

Read More

ନୂଆଁଖାଇ

ଏତେ ବଡ଼ ଇଷ୍ଟାଣ୍ଡରେ କିମିତି ପାଇମି ସେଇ ଯୋଉ ନୂଆଖାଇ ବସ୍ ଟାକୁ ଏ -ଏ ବାବୁ ଟିକେ କ’ତ ନୂଆଖାଇ ବସ୍ କେ’ଟା କିସ କହିଲୁ ଜାଣିନୁ…ହା ନାତିଆ ଟା ଫି ସନ ଆସି ନେଇଯାଏ ଓହୋ କି ଜାକଜମକ ସେ ନୂଆଖାଇ ମନ ପୁରିଯିବ, ଆଖି ଝଲସିଯିବ ଏତେ ସୁନ୍ଦରିଆ ଭେଟଘାଟ ଦେଖି କାଇଁ ଏସନ କିଛି ଖୁଜଖବର ନାଇଁ କିମିତି ଅଛି ନାତିଆଟା ଯେ ଭାବିକି ଅନ୍ତ ଘାଣ୍ଟିଚକଟି ହଉଚି ଟିକେ ଦେଖି…

Read More

ମୁଁ ସେ ପୂଣ୍ୟ ଭୂମି ରୁ ଆସିଛି

                                                                      ମୁଁ ସେ ପୂଣ୍ୟ ଭୂମି ରୁ ଆସିଛି, ମୁ ସେ ପୂଣ୍ୟ ଭୂମି ରୁ ଆସିଛି ଯାହା ଦେହରେ ଗଙ୍ଗା ବହୁଛି ଯାର ହାତରେ ତ୍ରିରଙ୍ଗା ଉଡୁଛି…

Read More

ପିଲାଦିନ

ତମେ ଆଜି ଅଦୃଶ୍ୟ  ମନ କାନ ଭାସର ଚିତ୍ରପଟ୍ଟରୁ ଖୋଜୁଛି ଧୂଳିମାଟି କାଦୁଅର ଭିତରେ ମନ ପ୍ରଜାପତୀ ଚିତ୍ରିତ ଓଢଣାରେ ଛାଡିଆସି ଥିବା ମୋ ପିଲା ଦିନ ଅଳସୁଆ ଆକାଶରୁ ଅଦିନିଆ ବତାସ ନିଶବଦରେ ହତାଶ ଫୋପାଡେ ମନର ମରୁରେ ଝରିଯାଏ ସନଜୀବନୀ ସୁଧା ମନେପଡେ ପିଲା ଦିନ ଅଭୁଲା ସ୍ମୃତିର  ସମସ୍ତଙ୍କୁପଚାରେ  ସ୍ଵପ୍ନ , ଫୁଲ , ଭୂମି ଓ ଭୂମାକୁ ପାହାଡ, ଝରଣାକୁ ଜାଣିହୁଏନି କେଉ ଠିକଣାରେ ଥିଲା ପିଲା ଦିନର ନମୁନା ନିଜକୁ…

Read More

ପ୍ରୀତି

ପ୍ରୀତି ଏକ ପ୍ରସ୍ଫୁଟିତ ଶୁଭ୍ର ଶତଦଳ ପ୍ରୀତି ଏକ ତପସ୍ୟାର କୋଟି ପୁଣ୍ୟ ଫଳ ।। ପ୍ରୀତି ଏକ ସ୍ରୋତସ୍ଵିନୀ ଅମୃତର ଧାରା  ପ୍ରସ୍ତର ଦେହରେ ପ୍ରାଣ ସଞ୍ଚାରଇ ପରା ।। ପ୍ରୀତି ଏକ ହୃଦୟର ଦିବ୍ୟ ଅନୁଭବ ଜୀବନ ସତ୍ତାର ସେହି ପୁଲକିତ ଭାବ ।।  ପ୍ରିତୀ ଅଛି ବୋଲି ମର୍ତ୍ତ୍ୟ ହୁଏ ସ୍ୱର୍ଗପୁର  ପ୍ରୀତି ବିନା ଏ ଜୀବନ ଶୂନ୍ୟ ପାରାବାର ।। ଜୀବନ କଳଶ ଭରା ପ୍ରୀତି ପୀୟୁଷରେ ଉଠ ବନ୍ଧୁ, ଦେଖ…

Read More

ରାଧା ବିନା କୃଷ୍ଣ ଅଧା

  ଏ ସାରା ଜଗତେ     ଯେତେକ ଜନ           ସବୁଠାରୁ  ଶ୍ରେଷ୍ଠ ସେହି , ସ୍ନେହ , ପ୍ରେମ ,ଦୟା , କ୍ଷମାର ସାଗର          ରାଧାକୃଷ୍ଣ   ଜଣା ଯାଇ    ।।  ରାଧାକୃଷ୍ଣ  ଦୁହେଁ   ପ୍ରେମର ପ୍ରତୀକ          ରହିଛନ୍ତି   ଯୁଗେ ଯୁଗେ ରାଧା ବିନା କୃଷ୍ଣ    କୃଷ୍ଣ  ବିନା ରାଧା          ସୃଷ୍ଟି   ନୁହଇ  ସମ୍ଭବ …

Read More