ତୁମ ପାଇଁ ପ୍ରୀତି ଗୀତି

 ତୁମ ପାଇଁ  ଏକ କବିତା ଲେଖନ୍ତି  ବସିଲି କଲମ ଧରି,  ହେଲେ ଲୁଚିଗଲେ ଶବଦ ଅନ୍ଧାରେ  ମନକୁ ଅନାଥ କରି…..।।୦।।  ଭଅଁର କହିଲା କାନେ ଗାଇଗାଇ  କିପାଇଁ ବସିଛୁ ଏକା,  ନିଛାଟିଆ ଏଇ ଫୁଲ ବଗିଚାରେ  ମନେ ଭରି ଏତେ ଶଙ୍କା,  ଭାବି ପ୍ରଜାପତି ହାତମାରି ଦେଲି  କଳା ରଙ୍ଗ ଗଲା ଭରି…..।।୧।।  ଗୋଲାପ କହିଲା ପ୍ରେମ କଲେ ଲେଖା  କଣ୍ଟା ତ ଲାଗିବ ସତେ,  ଆଖି ଲୁହ ସିନା ପୋଛି ଦେବ ମନ  ରକତ ଲାଗିବ…

Read More

ନିବେଦିତ

ଏମାନଙ୍କୁ ମାରନି ରେ ଏମାନେ ପରା କ ଅଁ ଳ ଖରା ରେ ଲୋଟିବାର ବେଳ କୋଟି କୋଟି ଚନ୍ଦ୍ରହାସେ ଗଢ଼ା ଏ ମାନଙ୍କ ସୀମିତ ଭୂଗୋଳ ବରଫ ନିଦ ରେ ଭିଜା କୁଆଁରୀ ହରିଣୀ, ଆଉ  କୁଆଁ କୁଆଁ ରାବୁଥିବା ବଣ ବୁଦା ଲଟା ଗହଳରେ  ଶକୁନ୍ତଳା ଶିଶୁ ଟାର ସାଥେ ପରା  ଏ ମାନଙ୍କ ଖେଳ। ଏ ମାନଙ୍କୁ ମାରନି ରେ କୋମଳ ର କୋମଳତମ ଏମାନେ ଏମାନଙ୍କୁ ମାରନି  ରେ ଏହାଙ୍କ ତ…

Read More

ପ୍ରତୀକ୍ଷା

ଜହ୍ନ ଠୁ ମାଗିବି ଜ୍ୟୋସ୍ନା ସଜେଇବି ରୂପ ତମ ପାଇଁ ସୂର୍ଯ୍ୟ ଠୁ ମାଗିବି କିରଣ ତମ ମଥାର ଟିକିଲି ପାଇଁ ରାତିକୁ ମାଗିବି ସପନ  ତମ ନିଦ ରେ ହଜିବାପାଇଁ ତାରା କୁ ମାଗିବି ଚମକ ଟିକେ ତମ ମନ ଆକାଶେ ଉଇଁବା ପାଇଁ ପବନ କୁ କହି ମଳୟ ଆଣିବି ସବୁ ଦିନ ହେବ ଋତୁରାଜ ବିଜୁଳି ସlଜିବ ପାଉଁଜି ତୁମରି ମେଘ ହେବ କେଶ ଗୁଚ୍ଛ ସମୟ କୁ କହିବି ଅଟକି ଯିବ…

Read More

ଚା କପ ଆଉ ଚିଠି

   ପଢୁଛି ତୁମରି ହାତଲେଖା ଚିଠି  ପ୍ରେମ ମହମହ ଭରା,  ସକାଳୁ ସକାଳୁ ଚା ସ୍ବାଦେ ଭରିଲା  ଉଷୁମ ପ୍ରିତୀ ର ଧାରା…..।।୦।।  ଚିଠି ଖଣ୍ଡେ ସିନା ଫଗୁଣ ପୁଲକ  ଅକ୍ଷର ଧାଡିରେ ଗୁନ୍ଥା,  ଶେଫାଳୀ ର ବାସ ମହକେ ପୁରିଲା  ମନ ତଳ ସବୁ ବ୍ୟଥା,  ଖୋଲା କଥା ତୁମ ହୃଦୟକୁ ଛୁଏଁ   ପିରତି ଫଲଗୁ ଝରା…….।।୧।।  କଅଁଳ ମନର କଅଁଳ ଭାଷାରେ  ଭାବଭରା ଚଉତିଶା,  ଜୀବନ ଯମୁନା ସୁଖ ଦୁଃଖ ଫେଣ୍ଟା  ସକାଳ…

Read More

କିଣି କି ପାରିବା ସୁଖ ଶରଧା

  ଫଟୋ ସୌଜନ୍ୟ ଗୁଗୁଲ ସ୍ନେହ ଶରଧା ଟି ସହଜାତ ଗୁଣ ମଣିଷ ର ବ୍ୟବହାରେ ସବୁରୀ ମନ କୁ ଜିଣେ ଶରଧା ରେ କଥା କହି ମିଠା ସ୍ଵରେ, ଧନ ଦେଇ ସବୁ କିଣା ଯାଇ ପାରେ କିଣି ହୁଏ ନାହିଁ ମନ ସୁଖ ଶରଧା ତ ହାଟରେ ମିଳେନି ସେଇତ ଅମୁଲ୍ୟ ଧନ,, ସେନହ ଶ୍ରଦ୍ଧା ରେ ପୋଷା ମାନିଥାନ୍ତି ସର୍ପ ଆଦି ହିଂସ୍ର ଜୀବ ବାଘ ସିଂହ ବୋଲ ମାନି କି ସର୍କସେ…

Read More

ବନ୍ଧୁ ବୋଇଲେ ତୁମେ

 ୍ ନିଆଁ ଝାଞ୍ଜିରେ ସିଝି ଥିବା ଶରୀର ପ୍ରକ୍ଷାଳନ ପରେ  ବନ୍ଧୁ ପଚାରନ୍ତି କେମିତି ଅଛ? ସବୁଯୋଗାଡ଼ ହେଲା ତ ! କେତେ ଟିଣ ଘିଅ ଢ଼ଲା ହେଲା ? ଶୁଦ୍ଧ ନା ଭେଜାଲ, ସବୁରି ଉତ୍ତର ହେଲା ଶବଟି ଜଳୁଥିବା ଯାଏ ମୁଁ କଥା ହେଉ ଥିଲି । ଏନ୍ତୁଡି ଶାଳର ଆଦ୍ୟ ଅସ୍ତିତ୍ବ ଜାହିର କରୁଥିବା  ଶୁଣିଥିଲି ଜଳିବା ଭିତରେ  ବାୟୁରେ ଘର ଖଣ୍ଡେ କରିବାର ଦୁର୍ବାର  ଅଭିସ୍ପା ଖଣ୍ଡିତ ହେଉଥିଲା ଛିଟିକି ପଡ଼ୁଥିବା…

Read More

ଦି ଦିନର ଏ କାହାଣୀ

ଦିନେ ମୁଁ  ଥିଲି ତୁମର ଦିନେ ତୁମେ ଥିଲ ମୋର ଦି ଦିନର ଏ କାହାଣୀ ସରିଯାଇଛି ତ ଭଲହେଲା ତୁମକୁ ମୁକ୍ତି ମିଳିଲା ମୋତେ ବି!  କେତେ ଶୀଘ୍ର ସମୟଟା ସରିଗଲା ! ଏବେ ଖାଲି  ଆତ୍ମକାହାଣୀର କଥା ଅନାବନା ଗୀତର ଲହରୀ ଯେଉଁ ଆଡୁ ଭାସିଆସୁଥିବ ସିଆଡକୁ ନିରେଖିବା କଥା ତୁମେ  ତ ପ୍ରତ୍ଯକ୍ଷ ରେ ନାହଁ ଯେ କାଂଦିପକେଇଲେ ଆଉଁସିଦେବ ଆଖିପତାକୁ ତୁମେ ତ ପ୍ରତ୍ଯକ୍ଷ ରେ ନାହଁ  ଯେ ହାତରେ ତୋଳିଧରିଵ…

Read More

ବାପା

ଆଜି କ’ଣ ଜାଣିଛ ? ଆଜି ପିତୃ ଦିବସ ବାପା ! ଆଜି ତୁମର ଦିବସ । କିନ୍ତୁ କ’ଣ କରିବି ବାପା ! ତୁମର ଦିବସ ଯେ ? ତୁମକୁ ଟିକିଏ ଶୁଭେଚ୍ଛା ବି ତ  ଜଣେଇ ପାରିଲି ନି । କେବଳ ଦିନସାରା ୱ୍ଆଟ୍ସ୍ ଆପ୍  ଏବଂ ଫେସ୍‌ବୁକ୍ ହିଁ ଦେଖୁଥିଲି । ସେଠି ସମସ୍ତଙ୍କ ଷ୍ଟେଟସ୍‌ ଏବଂ ପୋଷ୍ଟରେ କେଵଳ ଥିଲେ ବାପା। ତାଙ୍କରି ବାପା ଏବଂ ସେମାନେ, ସମସ୍ତ ସାଙ୍ଗ-ସାଥୀ ,…

Read More

ବୃଦ୍ଧାଶ୍ରମ କାହିଁକି

  ଚଳନ୍ତି ଠାକୁର ଅଟନ୍ତି ପିତା ମାତା ତାଙ୍କରି ସ୍ନେହ ଶରଧା ଆବେଗରେ  ଆମେ ହୋଇଥାଉ ଜଗତ ଜିତା  ପିତା ମାତାଙ୍କର ବାର୍ଦ୍ଧକ୍ୟର ସଖାଜେ ଅଟଇ ସନ୍ତାନ  ଶିକ୍ଷିତ ଆଧୁନିକ ସନ୍ତାନ ଏସବୁ ଭୁଲିଯାଇଛି ପରା  ଯୋଉ ପିତା ମାତା  ସନ୍ତାନ ର ଦୁଃଖ କଷ୍ଟ କୁ କରିନ୍ତି ନିଜର ସନ୍ତାନ ଖୁଶି ପାଇଁ ସହିଛନ୍ତି କେତେ ଜେ ପିଡା ଯେତେବେଳେ ବୟସ ଅପରାହ୍ନରେ ବାର୍ଦ୍ଧକ୍ୟ ତାଡନାରେ ହରେଇ ବସନ୍ତି ନିଜର ବଳ ବପୁ  ସେତେବେଳେ ସେଈ…

Read More

ଧୂମକେତୁ

ସବୁ କିଛି ଯଦି ହୁଅନ୍ତା ସମ୍ଭବ  ପୋଡ଼ି ଦିଅନ୍ତି ମୋ ସ୍ବପ୍ନ ମାନଙ୍କୁ  ନିଗୁଡୁ ଥିବା ଧୂମର ଆସ୍ତରଣେ ଫୁଣି ଅନ୍ୟ ରୂପ ଦିଅନ୍ତି ମୁଁ ତାକୁ  ଛମ୍ ଛମ୍ ଛମ୍ ଛମ୍ ଏ ଶବ୍ଦ କାହାର  ନିମନ୍ତ୍ରଣ କରେ ବାରମ୍ବାର,  ହେଲିଣି ଅଥୟ କେଉଁଠୁ ଆଣିବି ସେ ଟୋପାଏ ଲୁହ କରିସାରିଛି କେବେଠୁ ପଥର ଯେ, ମୋ ଶରୀରକୁ  କଳାରୁ କାଳି, କଳାରୁ କଳଙ୍କ  ଲେଖି ସାରିଛି ସବୁଥିରେ ଅମାପ ହୃଦୟକୁ ତଥାପି ନିସ୍ତାର ପାଉନି, …

Read More