ଅନ୍ଧଗଳି
ଏ ଗଳି ରେ ବସନ୍ତ ବେସୁରା,ଏ ଗଳି ରେ ରାତି ମାନେ ଅସହାୟ ||କାଉ ସମ ଖୁମ୍ପି ଖୁମ୍ପି ଅଦମ୍ୟ କାମନା,କାଢିନିଏ କଙ୍କାଳ ରୁ ମାଂସ ||ଉଙ୍କିମାରେ ଏ ଗଳି ରେ ଅବମୋକ୍ଷ ରଉଜୁଡା ବୁକୁ ଥରା ଦୀର୍ଘ ଶ୍ୱାସ|| ପଥର ରୁ ଅହଲ୍ୟା ରୂପ ପରିଗ୍ରହଅପୂର୍ଣ୍ଣ ସ୍ବପ୍ନ ର ଦୁରନ୍ତ ତାତ୍ସଲ୍ୟ,ଏ ଗଳି ରେ ବଦନାମ ଆକାଶଛାଇ ଆଲୁଅ ର ଲୁଚକାଳି ଖେଳଦେହ ଆଉ ଦହନ ର ଅବିସ୍ମୃତ ମାୟାଅପାର୍ଥିବ ବଳୟ ର ତୀବ୍ର ହଳାହଳ…