ସମ୍ପର୍କ
ପାଶୋରି ଦେଲି ମୁଁ,ସୁରଟିଏ ବୋଲି –ଗୀତ ହଜିଗଲା ମୋ’ ଓଠରେ ।ଦି’ଧାର ଲୁହ,ନିଗିଡି ଗଲା ଯେ –ସ୍ବପ୍ନ ଭିଜିଗଲା ମୋ’ ଆଖିରେ ।। ନାଳିଆ ପାଣିରେ,ଭସାଇ ଦେଲି ମୁଁ –କାଗଜ ଡଙ୍ଗାର ମୋହ ।ଅଟକି ଅଟକି,ଭାସି ଯାଉଥିଲା –କେତେ କଥା କେତେ କୋହ ।। ଉଡୁଥିବା ଗୁଡି,ଇସାରା କଲା ତ –ଛିଡାଇ ଦେଲି ମୁଁ ସୁତା ।ଖଣ୍ଡିଏ ତା’ ସାଥେ,ଖଣ୍ଡିଏ ମୋ’ ହାତେ –ଦେଉଛି ବିରହ ବ୍ୟଥା ।। ଆକାଶେ ହସଇ,ଅନେକ ତାରା –ଅମବାସ୍ୟା ଅନ୍ଧାରରେ ।ଘିଅ…