କେତୋଟି ପ୍ରଶ୍ନ

ଆଜିକାଲିର ଯୁବପିଢି ମୁହଁରେ ଗୋଟିଏ କଥା, ଆମକୁ freedom ଦରକାର । ଆମେ ସ୍ୱାଧୀନ ଭାବେ ରହିବାକୁ ଚାହୁଁ । ଆମେ ବଡ ହେଲୁଣି । ଛୋଟ ଛୁଆ ଆଉ ହେଇନୁ ଯେ ବାପାମାଆ ବା ଅଭିଭାବକ ତତ୍ତ୍ଵାବଧାନରେ ଚାଲିବୁ । ଜୀବନ ଆମର, କେମିତି ଜିଇଁବୁ ଆମେ ସ୍ଥିର କରିବୁ । କର୍ମକୁଢ଼ ହେବା ? ନିଶାରେ ଚୂର୍ ହୋଇ ରାସ୍ତା ଘାଟରେ ବବାଲ କରିବା ? ଉଚ୍ଛୃଙ୍ଖଳିତ ଯୌନଜୀବନ ?ଶେଷରେ ୟାର ପରିଣତି କଣ…

Read More

ଗୃହିଣୀ

ପ୍ରେମ ର ରଙ୍ଗ ଯେ ଏତେ ଗାଢ଼ ଏବଂ ପ୍ରେମ ସିଧା ଆତ୍ମା କୁ ସ୍ପର୍ଶ କରେ ବୋଲି ଜାଣି ନଥିବା ଟିକିନା ସେଦିନ ରତ୍ନାକର ଓରଫ ରନି ସହିତ ପ୍ରଥମ ଦେଖାରେ ଦୁଇ ତିନି କଚଡ଼ା ଖାଇ ଖଣ୍ଡିଆ ଖାବରା ହେଲା ପରେ ଯାଇ ପ୍ରେମ ର ଶୀତଳ ମଧୁର ଅନୁଭବ ର ଟେର ପାଇଥିଲା l ସେଦିନ ଠାକୁର ପୂଜା ପାଇଁ ବୋଉ ଫୁଲ ଆଣିବାକୁ ପଠାଇ ଥିଲା ତାକୁ l ସାନ ଭଉଣୀ…

Read More

ସାମାଜିକ୍‌ ଗଣମାଧ୍ୟମ ଥି ସମ୍ବଲପୁରୀ ସାହିତ୍ୟ

ସମିଆ ଜାନି ବଦ୍‌ଲିସି ମୁନୁଷର୍‌ ଭାବ୍‌ନା,ଚିନ୍ତା,ଚେତ୍‌ନା,ଚାଲି ଚଳନ୍‌,ଆଚାର୍‌ ବେଭାର୍‌,ପିନ୍ଧନ୍‌,ଉଢନ୍‌,ଖାନାପିନା ଆଦି ।ମୁନୁଷ୍‌ ସବୁବେଳେ ପୁର୍‌ନା କେ ଛାଡତେଲ୍‌ ଜାଏସି ଆଉ ନୂଆଁ କେ ଆବ୍‌ରି ଧର୍‌ସି ଆଉ ସେ ନୂଆଁ ଥି ଏକା ନୂଆଁ ନୂଆଁ ସପନ୍‌ ଦେଖ୍‌ସି,ନୂଆଁ କଳ୍ପନା କର୍‌ସି ।କବି ଲେଖକ୍‌ ବି ତାକର୍‌ ଲେଖାକେ ଏଖେଇ ଘାଏକେ ପାଠକ୍‌ ନିକେ କେନ୍ତେଇ ପଁହଚେଇ ପାର୍‌ବେ ସେ ଉପେ ବାହାର୍‌ କର୍‌ସନ୍‌ ।ପହେଲା ସାହିତ୍ୟ କଥା ଯଦି ଆମେ ଚିନ୍ତା କର୍‌ମା ସାହିତ୍ୟ ସମାଜର୍‌…

Read More

ସମ୍ବିଧାନର ଅଷ୍ଟମ ସୂଚୀ ଧରସେ ସମ୍ବଲପୁରୀ ଭାଷା

ଉପକ୍ରମ:ଭାଷା ମୁନୁଷ ଲାଗି ଗୁଟେ ଜରୁରୀ ଆବଶ୍ୟକତା ଆଏ । ଭାଷା ବିନା ମୁନୁସର ଉନ୍ନତି ସମ୍ଭବ ନୁହେଁ । ଭାଷା ବ୍ୟକ୍ତିର ଉନ୍ନତି କର୍ବାର ସଙ୍ଗେ ସଙ୍ଗେ ସଂସ୍କୃତି ଆଉ ସମାଜ ଗଠନ ରେ ବଢେଭାରି ଭାର ବୁହିନେସି । ଭାଷା ବିନା ମୁନୁଷ ମୁନୁଷ ନୁହେଁ ,ଭାଷାର ଲାଗି ହିଁ ତ ଆମେ ଅଲଗା ଜୀବ ମାନଙ୍କର ଠାନୁ ଅଲଗ ଆଉଁ। ସମାଜ ଗଠନ କର୍ବାର କେ ଭାଷା ହିଁ ତ ନାହି ପକାଇଛେ…

Read More

ଗୃହସ୍ଥ ଆଶ୍ରମ ଜୀବନ

ଆମ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଜୀବନ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଚାରୋଟି ଆଶ୍ରମ ଦେଇ ଯାତ୍ରା କରିଥାଏ। ଯଥା ବ୍ରହ୍ମଚାରୀ, ଗୃହସ୍ଥ , ବାନପ୍ରସ୍ଥ ଓ ସନ୍ନ୍ୟାସୀ। ଏ ଚାରି ପ୍ରକାର ଜୀବନ ଯାତ୍ରା ମଧ୍ୟରୁ ଗୃହସ୍ଥ ଧର୍ମ ସବୁଠୁ କଷ୍ଟ ଓ ଯନ୍ତ୍ରଣା ଦାୟକ ହେଲେ ବି ତାହା ସବୁଠୁ ମହାନ ଓ ସର୍ବ ଶ୍ରେଷ୍ଠ ଧର୍ମ। ଆଶ୍ରମ ହେଉଛି ଜୀବନରେ ଆଧ୍ୟାତ୍ମିକ ଯାତ୍ରା ର ନିବାସ। ଗୃହସ୍ଥ ଆଶ୍ରମ ଏକ ପାରିବାରିକ ଆଶ୍ରମ।…

Read More

ସମୟାନୁବର୍ତ୍ତିତା

ଉପକ୍ରମ-ମାନବ ଜୀଵନ କାଳ ଅତି ସଂକ୍ଷିପ୍ତ।ଏହି ସୀମିତ ଆୟୁଷ ମଧ୍ୟରେ ମାନବ ତା ପକ୍ଷରେ ସମୟର ମୂଲ୍ୟ ଯେ କେତେ ବେଶି, ତାହା ପ୍ରତ୍ୟେକ ବିବେକୀ ମାନବ ହୃଦୟଙ୍ଗମ କରିପାରିବେ,କିନ୍ତୁ ଏହି ମହାମୂଲ୍ୟବାନ ସମୟ କାହାକୁ ଅପେକ୍ଷା କରେ ନାହିଁ।ସମୟର ଗତି ବଡ଼ ଦ୍ରୁତ।ଇଂରାଜୀରେ ଗୋଟିଏ ପ୍ରବଚନ ଅଛି,‘Time and tide waits for none; ଅର୍ଥାତ’ସମୟ ଓ ସ୍ରୋତ କାହାକୁ ଅପେକ୍ଷା କରେ ନାହିଁ।ତେଣୁ ସମୟ ଆମ୍ଭ ମାନଙ୍କ ଅନୁବର୍ତ୍ତି ନୁହେଁ।ସମୟର ମହାର୍ଘତା ଦୃଷ୍ଟିରୁ ଆମ୍ଭମାନଙ୍କୁ…

Read More

ରାବଣପୋଡି

ଦଶହରା ଗଲାଣି ତଥାପି ଦେଖୁନ, ଗୁଳୁଗୁଳି କି ଗରମ କମିବାର ନାଁ ନେଉନି। ବାଥରୁମରୁ ଧୁଆଧୋଇ ହୋଇ ଆସି, ଗୋଡ ପୋଛୁପୋଛୁ ବେଡ୍ ଉପରେ ବସିଲା ରମ୍ୟା। ଓଃ! ଏ ସି ହଓ୍ବାଟା ବାଜି ଟିକେ ଆରାମ ଲାଗିଲା ତାକୁ। ସେରମ ଆଉ ମଏଶ୍ଚରାଇଜର ପାଇଁ ହାତ ବଢାଉ ବଢାଉ, ମୋବାଇଲ ନୋଟିଫିକେସନ୍ ର ଶବ୍ଦ ଶୁଭିଲା। ମୋବାଇଲଟା ଚାର୍ଜରେ ବସିଛି। “ହେଃ! ଥାଉ କିଏ ଏବେ ଦେଖିବ। ଦିନସାରା ଏପଟ ସେପଟ ହୋଇ ଥକ୍କା ଲାଗିଲାଣି।…

Read More

ବ୍ଲାଇଣ୍ଡ୍ ଡେଟ୍

‘ଓ୍ବାନ୍ ମିନିଟ୍ ଅଓ୍ବେ’ ରୁ ଗୋଟେ ଗୋଟେ କରି ୟା ଭିତରେ ଆସି ୩୫ ମିନିଟ୍ ବିତି ସାରିଲାଣି। ଦୁଇଟା କ୍ୟାବ୍, ଡ୍ରାଇଭର ତରଫରୁ କ୍ୟାନସଲ ହେଲା ପରେ ଏଇଟା ତୃତୀୟ କ୍ୟାବ୍ ପାଇଁ ଅପେକ୍ଷା କରିଛି ରମ୍ୟା। ଏବେ କ’ଣ ସିଷ୍ଟମ୍ କରିଛି କେଜାଣି ଡ୍ରାଇଭରକୁ ରି° ଯାଉଛି ହେଲେ କଲ ସମ୍ଭବ ହେଉନି। ଦ୍ବିତୀୟ ଡ୍ରାଇଭର ‘କଲ୍ ମି’ ମେସେଜ୍ କରି ଗୋଟିଏ ମୋବାଇଲ୍ ନମ୍ବର ସେୟାର କରିଥିଲା, କିନ୍ତୁ ଦୁଇଥର ଯାକ ରମ୍ୟା…

Read More

ମର୍ତ୍ତ୍ୟ ଦୁଃଖ

ଆଜି ସକାଳେ ମୋତି ଆସିଲାନି, ଏବେଳା ଏତେବେଳ ହେଲାଣି ଦେଖାନାହିଁ, ବାସନ ମଜାଠୁ ନେଇ ଘର ଗୋଟାକର କାମ ପଡିଛି, ସ୍କୁଲ ରୁ ଫେରି ବ୍ୟସ୍ତ ହୋଇପଡିଲା ଦିତୀୟା । ନିଜେ କରୁଥିବ ଠିକ୍ କିନ୍ତୁ ଥରେ ଚାକରାଣୀ ର ଅଭ୍ୟାସ ପଡିଗଲେ ସେଇ କାମ ବୋଝ ଭଳି ମନେହୁଏ। ଅମର ପ୍ରାଇଭେଟ କଂପାନିରେ ଚାକିରୀ କରନ୍ତି ।ସେ ଇଂଲିଶ୍ ମିଡିୟମ୍ ସ୍କୁଲରେ। ନିମ୍ନ ମଧ୍ୟବିତ୍ତ ଦୁଇଜଣିଆ ପରିବାର ରେ ଉଭୟ ଘରକାମ କରି ଚଳାଇ ନେଉଥିଲେ।…

Read More

ମାଟି

ସକାଳ ପହରୁ ଗୁମ୍ ହୋଇ ରହିଥିବା ମେଘୁଆ ପାଗଟା ବର୍ଷିବ ବର୍ଷିବ ହୋଇ ଏବେ ସଂଧ୍ୟାରେ ବର୍ଷିବା ଆରମ୍ଭ କରିଛି। ବାପ,ପୁଅଙ୍କୁ ଆଳୁ ପକୁଡି ଦେଇ ମୁଁ ରୋଷେଇ ଘରେ ଚା ଛାଣୁଥିଲି, ଶୁଣାଯାଉଛି ରୁରୁ ଓଡିଆ ପଢୁଛି ।କାନ ଡେରିଲି।ସେ ତା’ବାପାଙ୍କୁ ପଚାରୁଛି, ବାପା ତଳକୁ ହାଫ୍ ସର୍କଲ କରି ୱାନ୍ ଦଣ୍ଡା ଦେଲେ ‘ଅ’ ଟୁ’ ଟା ଦଣ୍ଡା ଦେଲେ ‘ଆ’ ତ? ବାପା’ତ ନିଜେ ଲାପଟପ୍ ରେ ବ୍ୟସ୍ତ।ପକୁଡିରୁ ଖଣ୍ଡେ ପାଟିରେ ପକାଇ…

Read More