ମାୟାରେ ବାୟା
ରୋଜି ମୋ ପାଖ ଟେବୁଲରେ ବସି କାମ କରେ l ସିଏ ହିଁ ମୋର ଫେସବୁକରେ ଆକାଉଣ୍ଟଟିଏ ଖୋଲି ଦେଇ କହିଲା —ଭାଗ୍ୟଶ୍ରୀ ଏଇଟା ହେଉଛି ମାୟାର ଦୁନିଆ l ତୁ କୁଆଡେ ଯିବା ଦରକାର ନାହିଁ l ଘର କୋଣରେ ବସି ସ୍ୱର୍ଗ ସୁଖର ଅନୁଭବ ପ୍ରତ୍ୟକ୍ଷ ରୂପେ ପାଇ ପାରିବୁ l ତୁ ଭୁଲିଯିବୁ ତୋର ସବୁ ଅସୁବିଧା ସୁବିଧା l ଜୀବନକୁ ନେଇ ତୋର ସବୁ ଅଭିଯୋଗ କୁଆଡେ ଉଭେଇ ଯିବ ଦେଖିବୁ…