श्रेणी: ଓଡ଼ିଆ କାହାଣୀ
ଅପରାହ୍ନର ଅବଶୋଷ
ରାଜ ଉଆସ ପରି ଘର। ଦାସୀ ପରିବାରୀ ଙ୍କ ଗହଳ ଚହଳ ରେ ପୁରି ଉଠୁଥିଲା ସାରା ପରିବେଶ। ବଗିଚାର ରଙ୍ଗ ବେରଙ୍ଗ ଫୁଲ ପରେ ଆଖି ବୁଲେଇ ଆଣୁ ଆଣୁ ଦୀର୍ଘଶ୍ଵାସ ଛାଡୁଥାନ୍ତି, ସେ ଅଞ୍ଚଳର ବିଶିଷ୍ଟ ସଂଭ୍ରାନ୍ତ ବ୍ଯକ୍ତି ଅଜୟ ସାମନ୍ତରାୟ। ଏଇତ ଏଇ ଫୁଲ ଗଛ। ଧର୍ମ ପତ୍ନୀ ଅରୁଣାଙ୍କ ଏମାନଙ୍କ ପ୍ରତି ଥିଲା ଅନେକ ଦୁର୍ବଳତା। ନିଜ ଜନ୍ମ କଲା ପିଲାଙ୍କ ଠୁ ମଧ୍ଯ ଅତି ସରାଗରେ ଏମାନଙ୍କ ଯତ୍ନ ନେଇଥାନ୍ତି।…
ଅମାବାସ୍ୟା ର ଜହ୍ନ
ଆଲୋ ହେ ଛତର ଖାଇ ଡାହାଣୀ ପୋଡ଼ା ମୁହିଁ ଉଁଆସି କନିଆଁ , ତୋ ଜନମ କଲା ମା କୁ ତ ଖାଇଲୁ ,ଭାଇକୁ ଖାଇଲୁ ବୋପା ତ ଶେଯରେ ପଡି ପଡି କଣ୍ଟା ହେଲାଣି ଆଉ କଣ ବାକି ରଖିଚୁ ଯେ ପୋଡ଼ା ମୁହିଁ ନିର୍ଲଜ୍ଜ ଙ୍କ ଭଳି ପଡି ରହିଛୁ। ରହ ଆଜି ଦେଖିନେବି ତୋତେ ତୋ ପାଠ ପଢା ଛଡେଇ ଦେବି ।ଦେଖିବି ତୋ କୋଉ ଵୋପା ଅଜା ଆସି ତତେ ରକ୍ଷା…
ନିଜ ପର
ସକାଳୁ ଖାଲି ଚିଡ଼ ଚିଡ଼ ଲାଗୁଛି l କୋଉ କାମରେ ମନ ଲାଗୁନାହିଁ ତାଙ୍କର l ଏମିତିରେ ବି କାମ କଣ ଅଛିକି ? କାମବାଲୀଟିଏ ସକାଳେ ସନ୍ଧ୍ୟାରେ ଆସି ରୋଷେଇ ପତ୍ର କରିଦେଇ ଯାଏ l ହାତରେ ଖାଇବା ଆଣି ଯାହା ଖାଇବା କଥା l ବେଳେ ବେଳେ ଏମିତି କାହିଁକି ଲାଗେ କେଜାଣି l ଗୋଟିଏ ଅସୁରକ୍ଷିତ ଭାବନା ମାଡ଼ି ବସେ ସରିତାଙ୍କୁ l ଚଉଷଠି ବର୍ଷ ହେଲାଣି ଆସିକି l ଯଦି…
ଶାନ୍ତ ଅପରାହ୍ନ ର ସ୍ମୃତି
ସେଦିନ ଥାଏ ରବିବାର।ଦି ପହର ଖିଆ ପିଆ ସାରିଲା ବେଳକୁ ଅପରାହ୍ନ ତିନିଟା ହେଲାଣି।ଛୁଟି ଦିନ ତ କୁଣିଆ ଆସିଥିଲେ ତାଙ୍କ ଚର୍ଚ୍ଚା କଲାବେଳେ ଟିକେ ଡେରି ହେଲା। ଅତିଥି ଯେ ଭଗଵାନ ଏହା ଆମ ଭାରତ ସଂସ୍କୃତି ର ବୈଶିଷ୍ଟ୍ୟ। ତାଙ୍କୁ ଛାଡ଼ିବାକୁ ପାଖ ବସ୍ ଷ୍ଟପ୍ କୁ ଗଲି ବୋଟୋଇ ଦେବାପାଇଁ ଚାଲିଚାଲି।ପାଖ ଅଞ୍ଚଳରୁ ବିଭିନ୍ନ ଉଠା ଦୋକାନୀ ନିଜ ଜିନିଷ ପତ୍ର ଘରକୁ ଯିବାକୁ ବନ୍ଧା ବନ୍ଧି କରୁଥାନ୍ତି। ଠିକ୍ ସମୟରେ ବସ…
ହିସାବ କିତାବ
ସୁରେଶ ବାବୁ ସକାଳୁ ସକାଳୁ ମାଁ ଶଶୀକଳା ଦେବୀ ଙ୍କର ଫୋନ୍ ପାଇ ଚମକି ପଡ଼ିଲେ।ମାଁ ଙ୍କ ଫୋନ କୁ ତାଙ୍କର ବହୁତ ଡର। ଛୋଟ ଟି ଦିନରୁ ସେ ଦେଖି ଆସୁଛନ୍ତି ମାଁ ଙ୍କର ପରିବାର ଉପରେ କର୍ତ୍ତୃତ୍ବ।ନାରୀ ପ୍ରାଧାନ୍ୟ ପରିବାର ତାଙ୍କର। ବାପାଙ୍କୁ କାଣି ଅଙ୍ଗୁଳି ରେ ରଖି ଥାନ୍ତି। ସେ ଯାହା କହନ୍ତି ବାପା ଟିକିଏ ବି ବିଚ୍ୟୁତ ହୁଅନ୍ତି ନାହିଁ।ମାଁ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରନ୍ତି। ବାପା କମଳ…
ଭତ୍ତା
ପାଦ ଥକି ଯାଇଥିଲେ ମଧ୍ୟ ସେ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରୁଥିଲେ। ସାମାନ୍ୟ ଏପାଖ ସେପାଖ ଅନାଇଁ ଭିଡ଼ ମଧ୍ୟକୁ ପଶିବା ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା। ଏମିତି ଅନେକ ଥର ପ୍ରୟାସ କରିଛନ୍ତି। ବାରମ୍ବାର ବିଫଳ ହୋଇଛନ୍ତି, ହେଲେ ହାରି ନାହାଁନ୍ତି। ଶରୀର କହିଲେ ହାଡ଼ ଉପରେ ଲାଗିଥିବା ପରସ୍ତେ ଚମ ମାତ୍ର। ତାଙ୍କ ଭଳି ଅନେକଙ୍କ ଭିଡ଼ ଏଠି। ହେଲେ ବୃଦ୍ଧଙ୍କ ବ୍ୟସ୍ତତା ବାରି ହୋଇ ପଡୁଥାଏ। ଆଖି ତାଙ୍କର ସତେ ଯେମିତି…
ମାୟାରେ ବାୟା
ରୋଜି ମୋ ପାଖ ଟେବୁଲରେ ବସି କାମ କରେ l ସିଏ ହିଁ ମୋର ଫେସବୁକରେ ଆକାଉଣ୍ଟଟିଏ ଖୋଲି ଦେଇ କହିଲା —ଭାଗ୍ୟଶ୍ରୀ ଏଇଟା ହେଉଛି ମାୟାର ଦୁନିଆ l ତୁ କୁଆଡେ ଯିବା ଦରକାର ନାହିଁ l ଘର କୋଣରେ ବସି ସ୍ୱର୍ଗ ସୁଖର ଅନୁଭବ ପ୍ରତ୍ୟକ୍ଷ ରୂପେ ପାଇ ପାରିବୁ l ତୁ ଭୁଲିଯିବୁ ତୋର ସବୁ ଅସୁବିଧା ସୁବିଧା l ଜୀବନକୁ ନେଇ ତୋର ସବୁ ଅଭିଯୋଗ କୁଆଡେ ଉଭେଇ ଯିବ ଦେଖିବୁ…
ବନୀତା
ସାମାନ୍ୟ ଦୂରରେ ଥିବା ନିଅନ୍ ଖୁଣ୍ଟକୁ ଧରି ଘୂରିଘୂରି ବର୍ଷାରେ ଭିଜୁଥିଲା ସେ।ଆକାଶକୁ ଅନାଇ ଦେଉଥିଲା ଥରକୁ ଥର।ସତେ ଯେମିତି ମାପୁଥିଲା ବର୍ଷାର ଉଷ୍ମତା ଅଥବା ତା ଗତିର ତିବ୍ରତା। ରାତି ଗଭୀର ହେଉଥିଲା। ସେ ନିର୍ମୋହୀ କିନ୍ତୁ ନିର୍ଭରରେ ବର୍ଷା ଆଗରେ ନିଜକୁ ଉନ୍ମୁକ୍ତ କରି ଦେଇଥିଲା ! ଝରକା ଦେଇ ଦେଖୁଥିଲି ମୁଁ । ବିନ୍ଦୁବିନ୍ଦୁ ବର୍ଷାର ହିମ ଶୀତଳତା ରେ ଥରଥର ହୋଇ ଥରି ଉଠୁଥିଲା ତା କ୍ଷୀଣ ତନୁବହ୍ଲରୀ । ନିଅନ…