ଟିସୁ ପେପର୍

ଥରେ ଜଣେ ଧନୀ ବ୍ୟବସାୟୀ ଗୋଟିଏ ବଡ ହୋଟେଲକୁ ମଧ୍ୟାହ୍ନ ଭୋଜନ କରିବା ପାଇଁ ଯାଇଥିଲେ। ସାଥିରେ ଥିଲା ତାଙ୍କର ଡ୍ରାଇଭର।ଦୁହେଁ ସାମ୍ନାସାମ୍ନି ଗୋଟିଏ ଟେବୁଲ୍ ରେ ବସି ପଡିଲେ। ମେନ୍ୟୁ ଦେଖି ବିଭିନ୍ନ ପ୍ରକାର ଖାଦ୍ୟ ବରାଦ କଲେ। ହଠାତ୍ ଏତିକିବେଳେ ସେହି ଟେବୁଲ ଉପରେ ଥୁଆ ହୋଇଥିବା ଟିସୁ ପେପର୍ ଡ୍ରାଇଭର ସହ କଥାବାର୍ତ୍ତା ହେଲା।ଟିସୁ ପେପର୍ ପଚାରିଲା: “ତୁମ ସାମ୍ନାରେ ବସିଥିବା ଏ ଭଦ୍ରଲୋକଟିକ’ଣ ତୁମର ସମ୍ପର୍କୀୟ କି?ଡ୍ରାଇଭର ଉତ୍ତର ଦେଲା: ହଁ।…

Read More

ମୋ ବାପାଙ୍କ ସପନ

ମୋ ବାପା ଖୁବ୍ ଗରିବ ତାଙ୍କ ପାଖରେ ମୋ ପାଇଁ କିଣିବା ପାଇଁ କିଛି ପଇସା ନାହିଁ , ହେଲେ ରମେଶ ର ବାପା ଖୁବ୍ ଧନୀ ସେ ତାଙ୍କ ପୁଅ ଲାଗି ସବୁ ଜିନିଷ ରମେଶ ନ କହିଲେ ବି ତାକୁ ଆଣି ଦିଅନ୍ତି । ସତରେ ସେ କେତେ ଭାଗ୍ୟବାନ ଏମିତି କେତେ କଣ କହିଯାଉଥାଏ ରବି । ହେଲେ ତା ବୋଉ କେବଳ ଶୁଣୁ ଥାଆନ୍ତି ହେଲେ କୌଣସି ଉତ୍ତର ଦେଉନଥାନ୍ତି ରବିକୁ…

Read More

ତୁଠ ପଥର

କାମିନୀ ଙ୍କ ଗୋଟିଏ ଅଭ୍ୟାସ ଉପରେ ପଡି ଅନ୍ୟକୁ ଉପଦେଶ ଦେବା ଓ ସାହାଯ୍ୟ କରିବା l ଯେଉଁଥି ପାଇଁ ତାଙ୍କୁ କମ ହଟହଟା ହେବାକୁ ପଡେ ନାହିଁ l ତେଣୁ ସୁଧୀର ସବୁ ବେଳେ ନିଜକୁ ନିୟନ୍ତ୍ରଣ ରେ ରଖିବାକୁ କହନ୍ତି l ସମସ୍ତେ ସବୁ ବେଳେ ହସ୍ତକ୍ଷେପ ପସନ୍ଦ ପସନ୍ଦ କରନ୍ତି ନାହିଁ l ଫଳରେ ଅଯଥା ଅସନ୍ତୋଷ ଦେଖା ଦିଏ lବଡ ବୋହୁ ନିରା ବେଳେ ବେଳେ ଅଣ ନିଶ୍ୱାସୀ ହୋଇ ଯାଏ…

Read More

Old is gold

ବେଳେବେଳେ କିଛି ପୁରୁଣା ସ୍ମୃତି ଓ ଅନୁଭୂତି ଅନେକ କିଛି ନୀତି ଶିକ୍ଷା ଦେଇ ଯାଏ ଯାହା ପରବର୍ତ୍ତୀ ସମୟରେ ଆମ ଜୀବନରେ କେବେ ନା କେବେ କାମରେ ଆସିଥାଏ। ଏଇ ଯେମିତି ପଚିଶ,ଛବିଶ ବର୍ଷ ତଳର କଥା। ମୁଁ ସେତେବେଳେ ସପ୍ତମ ଶ୍ରେଣୀ ପରୀକ୍ଷା ଦେଇ ଅପେକ୍ଷା କରିଥିଲି ବର୍ଷ ଯାକର ଫଳକୁ, ମାନେ ମୋ ରିଜଲ୍ଟ କୁ। ଏହି ସମୟରେ ବାପା ରାଉରକେଲା ଆସିଲେ ନିଜର ଜଣେ ସହକର୍ମୀଙ୍କ ସହ ନୂଆଁ ଲେଡିଜ୍ ସାଇକଲ…

Read More

ସଖା ତ୍ୱମେବ

କୁନ୍ତୀନନ୍ଦନ ଙ୍କ ଆଜୀବନ ସହଚରୀ ଦୃପଦନନ୍ଦିନୀ ଦ୍ରୌପଦୀ । ଜୀବନ ର ସାୟଂକାଳ ରେ ଅନ୍ତିମ ଅଧ୍ୟାୟ ଲେଖିବାକୁ ସେମାନଙ୍କ ସହ ସକଳ ରାଜ ଐଶ୍ଚର୍ଯ୍ୟ ତ୍ୟାଗପୁର୍ବକ ସାଧାରଣ ଯାତ୍ରୀ ଭଳି ତୀର୍ଥଯାତ୍ରା ରେ ବାହାରିଥିଲେ । ସମସ୍ତ ତୀର୍ଥାଟନ ପରେ ମହାପ୍ରସ୍ଥାନ ଲାଗି ବିପଦସଂକୁଳ ହିମାଳୟ ଆରୋହଣ ଆରମ୍ଭ କରିଥିଲେ ।ପାଞ୍ଚାଳୀ ଭାବିଥିଲେ ପଞ୍ଚପତିଙ୍କ ସାହଚର୍ଯ୍ୟ ରେ ମୃତ୍ୟୁପଥ ସରଳ ସାବଲୀଳ ରହିବ । କିନ୍ତୁ ପିଚ୍ଛିଳ ପାର୍ବତୀୟ କ୍ଷେତ୍ରର ପ୍ରଥମ ସୋପାନ ରେ ଅନଭ୍ୟସ୍ତ…

Read More

ଇସ…ଟା..ଟସ

ବସ୍ତିରେ ସବୁଠୁ ସୁଖୀ ନାରୀ ର ଆଖ୍ୟା ସନିଆ ମା ସାରି କୁ ଦିଆ ଯାଇଥିଲା l କାରଣ ଅନ୍ୟ ମାନେ ସାତ ଆଠୋଟି ପିଲାର ମା ହୋଇ ନା ନା ପ୍ରକାର ଜଞ୍ଜାଳ ରେ ଘାଣ୍ଟି ହେଉଥିଲା ବେଳେ ସାରି ର ଗୋଟିଏ ବୋଲି ପୁଅ ସନିଆ ଓରଫ ସନାତନ l ପୁଣି ସାରି କୁ ତା ସ୍ୱାମୀ ଛାଡ଼ିଦେଇ କୁଆଡେ ଚାଲି ଯାଇଛି l ତେଣୁ ବସ୍ତିରେ ଅନ୍ୟ ସ୍ତ୍ରୀ ଲୋକ ମାନେ ଯେମିତି…

Read More

ପ୍ରଥମ ଚିଠି

ନୀରବ ଆକାଶ ରେ ଦ୍ଵିତୀୟା ଜହ୍ନ ର ରାଜୁତି, ନୀଳ କଇଁ ଲାଜେଇ ଫିକ୍ କରି ହସି ଯେପରି ଆଖି ରେ ଇଶାରା ପଠାଉଛି ଆଉ ଶୀତଳ ସମୀରଣ ଯେମିତି କି ବlର୍ତ୍ତବହ ସାଜି ମେଘ ପାଲିଙ୍କି ରେ ଘୁରି ଘୁରି ଯାଉଛି ଚନ୍ଦ୍ରମା ତଟ ଦେଶ କୁ ସ୍ବପ୍ନ ର ନଅର ତୋଳିବା ପାଇଁ। ଉର୍ମି ଉର୍ମି ଡାକି ତାକୁ ପ୍ରକୃତିସ୍ଥ କଲା ସୋମେଶ। ଆରେ କେଉଁଠି ହଜିଯାଇଛ ଶୁଣେ। କାନି ପଣତ ରେ ତାର…

Read More

ଶିରାଳ ହାତ

ସେଇ ଶିରାଳ ହାତର ଛତ୍ରଛାୟା ତଳେ ଶ୍ରୀମନ୍ତର ବାଲ୍ୟ ଜୀବନ ନିରାପଦରେ ଅତିବାହିତ ହୋଇ ଯାଇଥିଲା । ସବୁବେଳେ ଅକ୍ଲାନ୍ତ ପରିଶ୍ରମ କଲେ ବି ସେ ହାତ ଦୁଇଟି କେବେ ଥକି ଯାଉ ନଥିଲା । କେବେ କେମିତି ସେ ବିଶ୍ରାମ ନେଉ ନଥିଲା ତା’ ନୁହେଁ, ତଥାପି ସେ କଙ୍କାଳସାର  ମଣିଷଟିକୁ ଶୋଇବାର ମୁଁ କେବେ ଦେଖିନଥିଲି। ସକାଳୁ ମୁଁ ଉଠିଲା ବେଳକୁ ସେ ତାର ନିତ୍ୟ କର୍ମ ସାରି ପୂଜା ଘରେ ବସି ଆଖି…

Read More

ଆତ୍ମାର ମୃତ୍ୟୁ

ପ୍ରଭଞ୍ଜନ ନାମକ ପ୍ରାଣୀଟିକୁ ରହି ରହିକି ସେଇ ପୁରୁଣା ରଡ଼ି ବାରମ୍ବାର ଶୁଭୁଥିଲା l —କୋଉଥିରେ ତ ବାହାରୁନି l ଦିସ୍ତା ଦିସ୍ତା କାଗଜ ସାରି କାହିଁକି ଲେଖୁଛ ସେଗୁଡାକ ? ମୋତେ ଟିକେ ଘର କାମରେ ସାହାଯ୍ୟ କଲେ କଣ ହାତ ଘୋରି ହେଇଯିବ ? ନଅ ଘଣ୍ଟାର କିରାଣୀ ଚାକିରୀ ସକାଳୁ ଉଠୁ ଉଠୁ ଦୌଡ଼ି ଯାଇ ପରିବା ଆଣ କ୍ଷୀର ଆଣ ଅଟା ଆଣ ଢ଼ିଙ୍କି ବଗ ସବୁ ଆଣି ଘରେ କୁଢ଼େଇ…

Read More

ପରିଚୟ

            କଲିକତା ସହର ରାସ୍ତା କଡ଼ରେ ଗୋଟେ ଛୋଟ ଆର୍ଟସପ୍ (ପଟ୍ଟଚିତ୍ର ଦୋକାନ) । ଦୋକାନର କାନ୍ଥରେ ଟଙ୍ଗା ହେଇଛି ବିଭିନ୍ନ ପ୍ରକାରର ଚିତ୍ର ସବୁ। ବଡ଼ ବଡ଼ ନେତା, ସ୍ଵାଧୀନତା ସଂଗ୍ରାମୀ , ଅଭିନେତା-ଅଭିନେତ୍ରୀ , ଦେବା-ଦେବୀ, ବଣ-ଜଙ୍ଗଲ , ଝରଣା ଆଦି ଅନେକଗୁଡ଼ିଏ ଚିତ୍ର ସବୁ ଏଠି  କାନ୍‌ଭାସରେ ଅଙ୍କା ହୁଏ। ଗରାଖ ଆସି ନିଜ ମନ ପସନ୍ଦର ଚିତ୍ରକୁ କିଣି ନେଇ ଯାଆନ୍ତି , କେହି…

Read More