ଫଟୋରେ କଥା

ଦୁରାରୋଗ୍ୟ କର୍କଟ ରୋଗରେ ପିଡିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କମଳା ଦେବୀ। ରୋଗ ଶଯ୍ୟା ନିକଟରେ ଉପସ୍ଥିତ ସ୍ବାମୀ ସୁରେଶ ବାବୁ, ପୁଅ ରାଜେଶ, ବୋହୂ ରାଜଶ୍ରୀ ,ନାତି ରାହୁଲ, ଝିଅ ସୁରଭି, ଜ୍ୟୋଇଁ ସୁରେନ୍ଦ୍ର।ଅନ୍ତିମ ସମୟ ଆସି ଭପସ୍ଥିତ। ସମସ୍ତ ଙ୍କ ଉପରକୁ ମୁହଁ ବୁଲାଇ ଆଣିଲେ କମଳା ଦେବୀ ।ନିଷ୍ପ୍ରଭ ଆଖିରେ ସମସ୍ତଙ୍କୁ ଥରେ ଅନାଇଁ ଗଲେ ।ଯମରାଜ ଙ୍କ ଏହା ଥିଲା ବୋଧହୁଏ ଶେଷ ଅନୁମତି। ଆଖିରୁ ବୋହି ଗଲା…

Read More

ମାଁ

ଢୁକନ ସାଏର ବାଟର ଘରର କନଟାକେ ମଶାରୀ ଟଙ୍ଗା ହେଇଥିବା ଖଟଟା କେ ମାଁ ଶୁଇଛେ। ଇଆଡ ସିଆଡ କଡ଼ ଲେହେଟେଇ ହେଉଛେ । ଜୀବନର ସବୁ ଅନୁଭୂତିର ଗନ୍ତାଘର ମୋର ଘରର ମେରୁ ଖମ୍ବ ହେଉଛେ ମୋ’ର ମାଁ । ତା’ର କର୍ତ୍ତୃତ୍ବ ଜାହିର କରଵାର ଇହାଦେ ଟୁଟକିଛେ । କଲେଜ ପଢ଼ା ଆଉ ଗାଁ ନୁ ସହରକେ ଆସିଥିବାର ଵହ ତିନିଟାର ଇଂଲିଶ ଡାଏଲଗ ମରା କଥା ଦେଖି ମାଁ ସଥେ ଘରର କନଟାକେ…

Read More

ପଶାପାଲି

ଆକାଶରେ ଅଦିନିଆ ବାଦଲର ସମାହାର । ପ୍ରଚଣ୍ଡ ରୌଦ୍ରତାପରେରେ ସନ୍ତାପିତ ପ୍ରାଣ । ବହୁ ଲୋକଙ୍କ ମନରେ ଏକ ଆଶା ଓ ଆଶ୍ୱାସନାର ବାର୍ତ୍ତା ବହନ କରି ଆସୁଛି ମେଘ । ଅସରାଏ ବର୍ଷା ହେଲେ ଶାନ୍ତ ଶିତଳ ହେବ ମହୀ । କିନ୍ତୁ ସରୋଜ ଆକାଶକୁ ଦେଖି ଭୟ ପାଇ ଯାଉଛି । ମନେ ମନେ ଇଷ୍ଟ ଦେବୀଙ୍କୁ ସୁମରଣା କରୁଛି । ମେଘ କିପରି ଚାଲି ଯାଉ । ବର୍ଷାର ରୂପ ନ ନେଉ…

Read More

ମଶାଣି

ସୁନନ୍ଦା ଏକ ମଧ୍ୟବିତ୍ତ ପରିବାରର କନ୍ୟା।ଘରେ ବାପା, ମାଆ, ସାନ ଭାଇ,ଭଉଣୀ। ଚାଷ ଜମି ଦୁଇ ମାଣ, ସେଇଥିରୁ ପରିବାର ଚଳେ। ଭଗବାନଙ୍କ ଦୟାରୁ ଦି ଓଳି ଖାଇବାରେ ଅଭାବ ନଥାଏ। ମାତ୍ର ଆଜିକାଲି ଦୁନିଆର ଚାକଚକ୍ୟ ଚଳଣି ସେ ପରିବାର ଭାଗ୍ୟରେ ନଥାଏ।ସୁନନ୍ଦା ବଡ ଝିଅ,ଏ ବର୍ଷ ଦଶମ ଶ୍ରେଣୀରେ ପାଖ ଗାଁ ହାଇସ୍କୁଲରେ ପଢେ।ବହୁତ କଷ୍ଟରେ ଦଶମ ଯାଏଁ ଆସିଛି। କେବେ ନୂଆ ବହି ତା’ ଭାଗ୍ୟରେ ନଥାଏ। ବାର୍ଷିକ ପରୀକ୍ଷା ନସରୁଣୁ ସୁନନ୍ଦାର…

Read More

ଅଧାଲେଖା ଇତି

ମେଡିକାଲ କଲେଜର ଲାବୋରେଟରୀ ଟେବୁଲରେପଡିଥିଲା କଙ୍କାଳଟିଏ ।କ୍ୟାନସର ସ୍ପେସାଲିଷ୍ଟ ଅର୍ଣ୍ଣବପଏଣ୍ଟରରେ ସ୍ପର୍ଶକଲେ କଙ୍କାଳକୁ ହଠାତ୍ ଅନୁଭବକଲେ ଏକ ବିଜୁଳି କରେଣ୍ଟ ଖେଳିଗଲା ତାଙ୍କ ସମଗ୍ରଶରୀରରେ । କେହିଜଣେ ଛାତ୍ର କହିଲା–ସାର୍ କଙ୍କାଳକୁ ନେଇ ପାଠ ପଢିଲା ବେଳେ ମାଟିତଳୁ ସଦ୍ୟ ଏକଫସିଲ ଆବିଷ୍କାର କଲା ପରି ଲାଗୁଛି ।ଆଉ ଜଣେଛାତ୍ର କହିଲା– ନା ସାର୍ ଆଜି ଆଉ ପଢିବାନି ,ବରଂଏ କଙ୍କାଳଟି ଏକ ଅନୁଢା ଯୁବତୀର ନା କେଉଁପୁରୁଷର ତାହା ଆଲୋଚନା କରାଯାଉ ।ନିଜ ହୃଦୟରେ ମୁଣ୍ଡଟେକୁଥିବା…

Read More

ଶୂନ୍ ର ଖେଳ

ଯୌବନ ସମୟରେ, ଶାରୀରିକ ଇଚ୍ଛା ସାମ୍ନାକୁ ଆସେ, ଏବଂ ପ୍ରଥମ 20 ବର୍ଷ ଶୀଘ୍ର ଗତି କରେ । ଏହା ପରେ ଚାକିରି ଖୋଜିବା ଆରମ୍ଭ ହୁଏ – ଏହି ଚାକିରି ନୁହେଁ, ସେହି ଚାକିରି ନୁହେଁ, ଦୂର ନୁହେଁ, ନିକଟବର୍ତ୍ତୀ ନୁହେଁ । ଅନେକ ଚାକିରି ବଦଳାଇବା ପରେ, ଗୋଟିଏ କାମ ଶେଷରେ ସ୍ଥିରତାର ଆରମ୍ଭକୁ ଚିହ୍ନିତ କରେ । ପ୍ରଥମ ପେ ଚେକ୍ ଆସିବା ମାତ୍ରେ ଏହା ବ୍ୟାଙ୍କରେ ଜମା ହୋଇଯାଏ ଏବଂ ଶୂନ୍ୟର…

Read More

ଜଷ୍ଟିସ ଫର୍ ‘ରୁଚି’

ଗତକାଲି ସନ୍ଧ୍ୟାରେ ସ୍କୁଲ ଆଲୁମିନି ଆସୋସିଏସନର ମନ୍ଥଲି ମିଟିଂରୁ ଫେରିଲା ବେଳକୁ ମନଟା ଖୁବ୍ ଭାରି ଭାରି ଲାଗୁଥାଏ ପ୍ରକୃତିର। ପୁରୁଣା ପାଚେରୀ କାନ୍ଥରେ ବଧ’ ହୋଇ ବସିଥିବା ଶିଉଳୀ ପରି…..ଜମା ଛାଡୁ ନଥାଏ ସେ ଭାରିପଣ! ମିଟିଂ ସମୟରେ ବିକାଶ ଯେତେବେଳ ଠାରୁ ପିଟିସନ୍ କଥା ଉଠାଇ ସପକ୍ଷରେ ସାଇନ୍ କରିବା ପାଇଁ କହିଲା, ସେତେବେଳୁ ତା’ ଭିତରଟା କେମିତି ଛଟପଟ ହେଉଥାଏ। ମେଞ୍ଚାଏ କୋହ ତା’ ତଣ୍ଟି ପାଖରେ ଦାନା ବାନ୍ଧି ଯାଇଥାଏ! ଢୋକି…

Read More

ଟୁକୁନା ର ସ୍ଵପ୍ନ

ଥରେ ଟୁକୁନା ଓ ତା ମା ଖରାଛୁଟି ରେ ତା ମାମୁଁ ଗାଁ କୁ ଯାଉଥିଲେ l ହାରାହାରି ଗୋଟିଏ କିଲୋମିଟର ଯାଏଁ ଗାଡି ର ସୁବିଧା ନଥିବାରୁ ମା ପୁଅ ଚାଲିଚାଲି ଯାଉଥିଲେ l ଟୁକୁନା କହିଲା ମା ଏତେ ଖରା ପୁଣି ଗରମ ଲାଗୁଛି ଚାଲି କି ଯାଇ ହେଉନି, ମା କହିଲେ ପୁଅ ରେ ଆଗ ରାସ୍ତାର ଦୁଇ କଡ଼ରେ ବହୁତ ଗୁଡ଼ାଏ ଗଛ ଥିଲା ସେତେବେଳେ ନା ଏତେ ଖରା କାଟୁ…

Read More

ଅଜଣା ସମ୍ପର୍କ

ସମ୍ପର୍କ ଏମିତି ଏକ ଶବ୍ଦ ଯାହା ମଜବୁତ ବନେଇ ଦିଏ ଦୁଇଟି ପକ୍ଷକୁ। ଆଉ ସମ୍ପର୍କର ସୂତା ଖିଅଟା ଯେତେବେଳେ ଛିଣ୍ଡି ଯାଏ ନା ବହୁତ କଷ୍ଟ ହୁଏ। ସମ୍ପର୍କ କେବେ ମିଠା ଜହ୍ନରାତି ତ କେବେ ଅମାବାସ୍ୟାର ଚନ୍ଦ୍ର। କେବେ ବସନ୍ତର କୁହୁତାନ ତ କେବେ ବୈଶାଖର ଧୁ ଧୁ ଝାଞ୍ଜି। ସମ୍ପର୍କ ଦୁଇଟି ଆତ୍ମାର ମଧୁଗୀତି, ପୁଣି କେବେ ଦୁଇଟି ହୃଦୟକୁ ଭାଙ୍ଗି ଦେଇଥିବା ନିଷ୍ଠୁର କଳାପାହାଡ।ବେଳେ ବେଳେ କିଛି ଅଜଣା ସମ୍ପର୍କ ନିଜଠୁ…

Read More

ଦର୍ପଣ

ଝିଅ ମାମାଲି। ଛୋଟ ଛୁଆଟି।କେତେ ଆଉ ବୟସ ହେବ ? ହେଇ ଚାରିବର୍ଷ ତ ଛୁଇଁଛି ।ଏଇ ଏଇ ସ୍କୁଲ ଯାଉଛି ।ହେଲେ ତାର କଥା ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ସୀତାକାନ୍ତ ।ଆଜି ମାସର ଚତୁର୍ଥ ଶନିବାର ଛୁଟି । କିନ୍ତୁ ଅଫିସର କିଛି ଅସମାପ୍ତ କାମ ନେଇ ଘରେ ବସିଥିଲେ ସେ ।ଆଉ ତାଙ୍କଠୁଁ ଅଳ୍ପ ଦୂରରେ ନିଜ ବାର୍ବୀର ସଂସାର ସଜାଇଥିଲା ମାମାଲି । ପାଖରେ ଥିଲେ ଆଉ କିଛି ତୁଳାର କଣ୍ଡେଇ ।ସେ…

Read More