
ସଲାମ୍ କଲମ ସଲାମ୍
ଚାଲୁଛ ଚାଲୁଛ ଅନାଦି କାଳରୁଚାଲିବା ତୁମରି କାମ,ଶିଳାଲେଖ ଅବା ହେଉ ତାଳପୋଥିସେବେଠୁ ନାହିଁ ବିରାମ lକାଗଜ ପୃଷ୍ଠାରୁ ବୈଜ୍ଞାନିକ ସୃଷ୍ଟିଲେଖାଯନ୍ତ୍ର ସରଞ୍ଜାମ,ସଲାମ୍ କଲମ ସଲାମ୍ ll ଗୀତା ଭାଗବତ ଛାନ୍ଦ ଚଉତିଶାମାଳିକା ପୋଥି ପୁରାଣ,ରସମୟ ଗୀତ କାବ୍ୟ ଉପନ୍ୟାସଭଜନ ଆଉ ଜଣାଣ lହୃଦୟର ବାର୍ତ୍ତା ସନ୍ତର୍ପଣ ଚିତ୍ତକେଇ ପଇସାର ଦାମ,ସଲାମ୍ କଲମ ସଲାମ୍ ll ସତ୍ୟର ନିର୍ଘୋଷ ଲେଖନୀ ଚାଳନାଶରୀରେ ସଂଯୋଗୀ ପ୍ରାଣ,ବ୍ୟଥିତ ହୃଦୟେ ସାନ୍ତ୍ୱନା ଭରିଛଦୁର୍ବଳରେ ସାହା ପଣ lନିର୍ଭୀକ ଦାମ୍ଭିକ ନିରପେକ୍ଷ ମୂର୍ତ୍ତିଶାଣିତ ତୁମରି…