କେବେ ତମେ କହିବା ଶିଖିଵ

କେବେ ତମେ କହିବା ଶିଖିଵ ! ମନ ତଳ ଅପଢ଼ା ଅକ୍ଷର ମୋର କେବେ ଆଉ ପଢିବା ଜାଣିବ ! ସବୁବେଳେ କଣ ଖାଲି ମୁଁ ହିଁ କହି ଚାଲିଥିବି ଆଉ ତମେ ହୁଁ ମାରୁଥିବ  !! କେବେ ଗୋ ପଢିବ ତମେ ମୋ ମନ ତଳ ପୋଥି ! କୀଟ ଦ୍ରଷ୍ଟ ଆଜି ଯିଏ ଅନ୍ଧାରୀ କୋଣରେ . କେବେ ଆଉ ରଙ୍ଗେଇବ ମୋ ଦେହର ରଙ୍ଗ ହୀନ ଶାଢ଼ୀ ଚିରି ଆସିଲାଣି ଯିଏ ସମୟ…

Read More

ଏଇ ତ ଜୀବନ

ଦିନଟିଏ ଗଡ଼ିଗଲେ ବଢ଼େ ସିନା ବୟସ ଦିନ ଯାଏ ଚିହ୍ନ ରହେ କମିଯାଏ ଆୟୁଷ ।। ଯଉବନ-ଇନ୍ଦ୍ରଜାଲେ ଥରେ ଯିଏ ପଡ଼ିଛି  ହସ ଖୋଜି ବଜାରରୁ ଲୁହକୁ ସେ କିଣିଛି । ଶେଷ ପାହାଚରେ ବସି କଲେ ଯେତେ ହିସାବ ଶେଷ ହୀନ ଅବସୋସ ଅବଶେଷେ ରହିବ  । ଭାବୁଭାବୁ ଗଡ଼ିଯିବ ଦିନ ମାସ ବରଷ.. ଦିନଟିଏ ଗଡ଼ିଗଲେ ବଢ଼େ ସିନା ବୟସ  ।। ଅଭିନୟ ସରିଯିବ ଚିହ୍ନୁଚିହ୍ନୁ ଜୀବନ ଜୁଇର ପାଉଁଶେ ହେବ ପରିଚୟ ଲିଖନ…

Read More

ଅଛି ତ ଏଠି

କେଉଁଠି ଖୋଜୁଛ ତୁମ  ସ୍ବପ୍ନ କ’ଣ ଏମିତି  ଏକା ନିଃଶ୍ୱାସରେ ସତ ହୁଏକି ? ସେମାନଙ୍କୁ ଆଖିରୁ ଓହ୍ଲାଇ  ପାଦରେ ଚଲାଇବାକୁ ପଡେ ଖାଲ ଖମାରେ ପଡ଼ି ପୁଣି ଉଠିବାକୁ ପଡ଼େ  ଘନ ଅନ୍ଧାର ଦୂର କରିବା ପାଇଁ  ହୃଦୟକୁ ତିଳ ତିଳ କରି ଜାଳିବା କୁ ପଡ଼େ  ତଥାପି ଏକ ପ୍ରଶ୍ନବାଚୀର ପାଚେରୀ ଅପରପାର୍ଶ୍ବରେ  ଅମିମାଂସିତ ଅଙ୍କର ଫଳାଫଳକୁ  ଅପେକ୍ଷା କରିବାକୁ ପଡ଼େ  ସନ୍ଦିହାନ ଚକ୍ଷୁରେ ଏମିତି କାହିଁକି ଚାହିଛ  ଏହାହି ବାସ୍ତବ ଓ ସତ୍ୟ…

Read More

ସମୟ

ଦିନେ ସମୟଥିଲା  ମୁଁ ଜିଦ୍ କରୁଥିଲି ବାପାଙ୍କ ସହ ଏ ସହରକୁ ଦେଖିବା ପାଇଁ | ଦିନେ ସମୟ ଆସିଲା ମୁଁ ଆସିଲି ଏ ସହରକୁ ମୋ ଭବିଷ୍ୟତକୁ ଖୋଜିବା ପାଇଁ | ଏମିତି ଏକ ସମୟ ଆସିଲା ମୁଁ ବାରମ୍ବାର ଆସିଲି ଏ ସହରକୁ ମୋ ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ  | ହଁ ଦିନେ ଏମିତି ବି ସମୟ ଆସିଲା କେବଳ ଥରୁଟିଏ ଆସିଲି କେବଳ ତା’ ପାଇଁ | ହଁ ନିରିଖେଇ…

Read More

ଅନ୍ତରଙ୍ଗ

ବସନ୍ତର ମୃଦୁ ମନ୍ଦ ମଳୟ ପରି ତୁମ ଅନ୍ତରଙ୍ଗ ନିଃଶ୍ୱାସ ପ୍ରଶ୍ୱାସରେ ଆଶା ବିଶ୍ୱାସର ହସ ଆନନ୍ଦରେ ମିଳେକିଛି ସୁଖ ଆଉ ଦୁଃଖର ଦୂରତ୍ୱ ଯାବତୀୟ ଅଭେଦ୍ୟତା ଭେଦକରି କୋକିଳର କୁହୁକୁହୁ ପଞ୍ଚମ ତାନରେ କମ୍ପିତ ଏହି ହୃଦୟ ସ୍ପନ୍ଦନ ତୁମେ ଦେଖାଦିଅ ବାରମ୍ବାର ନିଜକୁ ନିଜଠୁ ଦୂରେଇ ଦେଇ ମୁଁ ସ୍ପର୍ଶ ପାଏ ତୁମ ଅନାବିଳ ଅନ୍ତରଙ୍ଗ ଆତ୍ମୀୟତାର ନାହିଁ କିଛି ସ୍ଥିତି ନାହିଁଯେ ପ୍ରଗତି ଆଉ କିଛିନାହିଁ ସତ୍ତା ମୋର ତୁମେମୟ ମୋର ଏଇ…

Read More

ଅଦୃଶ୍ୟ ଘୁଙ୍ଗୁର

ନିର୍ଜନ ଅନ୍ଧାର ଭିତରୁ…..! ତଲ୍ଲୀନ ଘୁଙ୍ଗୁର ର ତାଳେ ତାଳେ ମୃଦୁ ଗମ୍ଭୀର ଶବ୍ଦରେ, କାମନାର ଶୁଭ୍ର ଆଲିଙ୍ଗନ ତୋଳି  ନିଇତି ଆସେ…!! ଶତ ପୁଷ୍ପର ଗନ୍ଧେ ପ୍ରୀତି ମାଧୁରୀର ଛନ୍ଦେ, ନିନାଦିତ ଛମ ଛମ ମନ୍ତ୍ର ଆଉ ପାପପୁଣ୍ୟ ର ହିସାବ ଭିତରେ ମୂର୍ତ୍ତିମତୀ ବିଭୋର କରେ ! ଚୋରେଇ ନିଏ, ମୋ ଜୀବନର ଅବଶିଷ୍ଟ ନିଦ୍ରିତ ସପନ  ବଦଳରେ ଦେଇଯାଏ ଶୂନ୍ୟ ଲଲାଟରେ ମୋର ଅଜସ୍ର ଚୁମ୍ବନ।। ମେଘତୃଷ୍ଣାର ନୀଳ ଅମ୍ବର ତଳେ ସବୁଜ…

Read More

ହୃଦୟର ଦୁଇ ପଦ କଥା………ତୁମ ପାଇଁ

ଜୀବନେ ଯାହା ସଫଳତା ପାଇଛି       ସବୁରି ମୂଲରେ ତୁମେ , ତୁମରି ପାଇଁ ମୁଁ କବି ଟିଏ ସାଜି        କବିତା ଲେଖେ ମଉନେ ।।  (1) ପ୍ରେମର ଭାଷା ଶିଖେଇଲ ମତେ        କରି କେତେ ଯେ ଛଳନା, ତଥାପି ଆଜି ମୁଁ ସେ ଛଳନା ଭୁଲି        ହସି ସହି ଯାଏ ସିନା ।।    (2) କେତେ ଯେ ଆକାଂକ୍ଷା କେତେ…

Read More

ଅଦ୍ଭୁତ କବିତା

ନା ବାବୁ ! ମୋତେ ବୁଝିବା ଆବଶ୍ୟକ ନାହିଁ  ମୋ ସୃଷ୍ଟିକର୍ତ୍ତା କୁ ବି ଅଜଣା ମୁଁ କିଏ? ମୋ ବାପା ମା ନାଁ ଗାଁ… ନା ଛେଉଣ୍ଡ ..ନା ଜାରଜ ! ମୋତେ ବି ଅଜଣା । ମୋ ସୃଷ୍ଟି କେବେ ହୋଇନି ! ବ୍ରହ୍ମ ମୁହୁର୍ତ୍ତରେ ନବାରୁଣ ତପନଙ୍କ ଉପସ୍ଥିତି ରେ ପ୍ରଦୋଷ ଲାଲିମାରେ ଖଗଙ୍କ କାକଳିରେ… ବନାନୀ କେଦାର ଙ୍କ ସ୍ପର୍ଶ ଲଭି ! ମୁଁ ମାଟିରୁ ବିଛିନ୍ନ ଆକାଶ ସହ ମୋର…

Read More

ସ୍ମୃତି ସନ୍ତରଣ

ସ୍ମୃତିର ଦିଗବଳୟରେ ଝଲସି ଉଠେ ଦିଗନ୍ତର ପ୍ରତିଟି ସୂର୍ଯୋଦୟର ଆଗମନ ଆକାଶ ମୁହଁ ଫୁଲାଇ ଅଛି କେତେବେଳେ ଯେ ଢାଳିଦବ ତା ‘ ସାଇତା ଗୁମାନ । ପୁରୁଣା କାଠ ଆଲମିରା ଫାଙ୍କ ଦେଇ ରହି ରହି ଶୁଣାଯାଉଥିବା ନିରବ ପ୍ରତିଧ୍ୱନିରେ ମୋ ନିଦ ଭାଙ୍ଗେ ଅନେକ ଥର । ଜାଣିଛ ?  ଏବେବି ଭାଙ୍ଗ ଦିଆ ଜାମା ଅନ୍ତରାଳରେ ଲୁଚାଇ ରଖିଛି  ତୁମ କବିତା ସଙ୍କଳନ, ଗୋଲାପୀ ଚିଠି ମୟୁର ଚନ୍ଦ୍ରିକା ସହ ଅଧାଦେଖା ସ୍ୱପ୍ନ…

Read More

ବୁଢା

ଚାଳ ଛପର ଘର ଆଗରେ ବସିଛି ବୁଢାଟିଏ ପାଖରେ ତାର ବଙ୍କୁଳି ବାଡ଼ି ଏକା ସାହାରା ସିଏ  ବୟସ ତାର ହେବ ସତୁରି  ପଚାରିଲେ ସେ କୁହେ  କାନକୁ ଆଉ ଶୁଭୁନି ଜମା ଶକତି ନାହିଁ ଦେହେ  ଚାଷମା ଗୋଟି ପିନ୍ଧିଛି ବୋଲି  ଦିଶଇ ଟିକେ ଟିକେ ପାକୁଆ ପାଟି ମଝି ମଝିରେ  ଖଇନି ଟିକେ ଜାକେ  ଠିକଣା ବେଳେ ବୋହୁ ଆଣିଛି  ପାଇଛି ଭଲ ଜ୍ୱାଇଁ  ଘୁରି ବୁଲନ୍ତି ଚାରି ପାଖରେ  ନାତି ନାତୁଣୀ ଦୁଇ…

Read More