ବୀର ଭୂମି ବୀର ମାଟି

ବୀର ଭୂମି ଏଇ ଏହି ବୀର ମାଟିତାର କୋଳେ ଜନମ ଭାରତୀୟ ହୋଇମାଟିରୁ ଜାତ ଆମେ ମାଆଠୁ ଜନମନାଆ ଦେଇଛି ଆମକୁ ଭାରତୀୟ। ସ୍ୱର୍ଣ୍ଣ ଯାହାର କ୍ଷେତରେ ଫଳଇତାକୁ ଦେଖି ଚାଷୀମନ ହସି ଉଠଇପରିପୂର୍ଣ୍ଣ ଏ ମାଟି ପୁଣ୍ୟ ତୀର୍ଥରେଜୀବଜନ୍ତୁର କେତେ ବାସ ତା ଗର୍ଭରେ। ମୁକୁଟ ଯାହାର ଅଟଇ ହିମାଳୟଶରୀର ଯାହାର ସବୁଜ ବଳୟକଳା ସଂସ୍କୃତି ଯାର ଅଟଇ ଅପାରବୀର ଭୂମି ନାମେ ସବୁଠି ପ୍ରଚାର। ଗଙ୍ଗା ଯମୁନା ଯେ କେତେ ନଈମା ଦେହେ ସର୍ବେ…

Read More

ମାଁ

ସିଂହ ପୃଷ୍ଠେ ବିଜେ ହୋଇ ଦୁଷ୍ଟ ଦାନଵ ଦଳିନି ମହୀ ଭାର ନିବାରିଣି ମାଁ ଗୋ କାଳ ସଂହାରିଣୀ ପାର୍ବତୀ ଜଗତ ମାତା ମାଁ ଶିବ ଙ୍କ ରାଜ ଦୁଲଣୀ ନାଗରା ରାଜଧାନୀ ରେ ମାଁଗୋ ଅଟୁ ସର୍ବ କାରିଣୀ ଆବୋରି ରଖିଛୁ ସତେ ମାଗୋ ଶଙ୍ଖ ନଦୀ ଯେ ତଟିନୀ ଦୁନିଆଁ ଦୁଆରେ ମାଁ ତ ତୁହି ଏକା ସର୍ବ ହର୍ତ୍ତା ତୋହରି ଇଂଗିତେ ମାଁ ଗୋ ଚଳେ ଧରା ଧାମେ କର୍ତ୍ତା ଦୁଃଖିନୀ ଦୁଃଖ…

Read More

ଜୀବନ ଦୌଡ଼

ଧାଁ ଧପଡ ଅଣ ନିଶ୍ଵାସୀ ହୋଇକହ ଜୀବନ ଆଉ କେତେଦିନ ଚାଲିବମୃତ୍ୟୁ ହିଁ ତୋ ଦୌଡ଼ର ଶେଷ ସ୍ଥାନଅବଶ୍ୟ ଏଇ ଜିଇଁବା ଟିକକ ପାଇଁ ଜୀବନ ଦୌଡ଼। ସ୍ପୃହା ମରେନି ମୋହଗ୍ରସ୍ତ ହେଉଥାଏସବୁ କିଛି ପାଇବ ପରେ ବିଘାରୁଥାଏ ଆଉ କିଛି ନୂତନତ୍ୱର ସନ୍ଧାନ। ଜୀବନ ପାଇଁ ଏତେ ସବୁହେଲେ ଜୀବନ ଟା କେବେ ମୋ କଥା ବୁଝିଲାଯାହା କୁହ ଭାତ ପାଇଁ ଏତେ ନାଟତଥାପି ସରେନି ଲାଳସା। ପିଠି ନଇଁଯାଏ କାମ ମାଡ଼ରେମୁଣ୍ଡ ଗରମ୍ ହୁଏ…

Read More

ସଂକଳ୍ପ

ସନ୍ଧି ସେ ତ ଶୀତଳଯୁଦ୍ଧରସ୍ବାକ୍ଷରରେ ନାହିଁ କିନ୍ତୁ ସ୍ୟାହି ସ୍ପର୍ଶ ଟିକେ ବି କେଉଁଠିସମୟ ବହିଯାଇଛି ସୁରିଲା ସୁଅରେପାଣିଗାର ପାଲଟିଛି କଥାସବୁ । କାହାର ବା ତ୍ରୁଟି ? ଯେତେ ଯେତେ ଥର ପୁଣି ପତିଆରା ପଣତ ପାତିଛିସେତେ ସେତେ ଥର ତୁମେ ଅଜାଡ଼ିଦେଇଛହତାଶାର ହୁତାଶନ ଉପେକ୍ଷାର ଉଆଁସରେ କିଛି !ସେତେ ସେତେ ଥର ଏଠି ଭିତରେ ମୋ ଭୀଷଣ ଭୂକମ୍ପଭୁଶୁଡ଼ାଇ ଭରସାକୁ ଭାଙ୍ଗିଛି ହୃଦୟନିଃଶବ୍ଦରେ, ନିଃସର୍ତ୍ତରେ –କେବେ କ’ଣ ଅନୁମାନ କର ?ଆଶାଚ୍ଛନ୍ନ ଆୟୁଷ ବାଓସ୍ତପତ୍ର…

Read More

କାନ୍ଥ

ଦନ୍ଦ କର ତୁମର ଅବାନ୍ତର ଅଭିଯୋଗକ’ଣ ନା ନାନ୍ଥର ମଧ୍ୟ କାନ ଅଛି !ଦେଖିଛ କେବେ, ତା କାନକୁମନ୍ତ୍ରଣା ତୁମେ କରିବଭେଦ ଆଉ କିଏ ଖୋଲିବଆଉ ବଦନାମ ମୋ କପାଳରେ ? ଭାବିଛ କେବେ ମୋ ଅବଦାନକୁମୁଁ ତ ମାଟି ମା କୋଳରେ ଥିଲିପ୍ରଥମେ ମତେ ଉଚ୍ଛେଦ କଲପାଣି କାଦୁଅ ସରସର କରି ଗଢିଲନିଆଁରେ ପୋଡ଼ି ଯନ୍ତ୍ରଣା ଦେଲପୁଣି ସିମେଣ୍ଟ ସହ ମତେ ଯୋଡିଲବର୍ତ୍ତମାନ ନିଶ୍ଚଳ, ନିର୍ବାକ ମୁଁ ଧିକ୍ ତୁମ ମଣିଷ ପଣିଆକୁଈଶ୍ବରଙ୍କ ସର୍ବଶ୍ରେଷ୍ଠ ସୃଜନ…

Read More

ପ୍ରିୟା ମୋର

ପ୍ରେୟସୀ ତୁମରଆଖିର ନଜରକୁହଇ କେତେ କାହାଣୀ,ଗୋଲାପି ଅଧରୁଝରି ଆସେ କେତେମଧୁର କୁହୁକ ମଣି………..ଆନମନା ପ୍ରୀତିତୁମ ପାଇଁ ସାଥୀଦେଇଛି ସବୁ ସମର୍ପି,କରୁଅଛି ଆଜପ୍ରେମ ନିବେଦନଜଣାଇ ଦିଅ ସମ୍ମତି…………ପ୍ରେମ ସିନ୍ଧୁତୀରେଭିଜିଯିବା ବାରେପିଇ ପ୍ରୀତି ମଧୁ ରସ,ବିଳମ୍ବ କିପାଇଁମାନସୀ ମୋହରନୀରବେ ଥରୁଟେ ଆସ………ପ୍ରେମ ସବାରୀରେଆଣିବି ସାଥିରେବଧୁଲୀ ବେଶେ ସଜାଇ,ଓଢ଼ଣା ଆଡ଼ରେଚାହିଁଥିବ ମୋତେପ୍ରିୟା ଗୋ’ ଟିକେ ଲାଜେଇ……ମଳୟ-ସମୀରେତନୁ ମୋ’ ଶିହରେଖୋଜେ ସାଥୀ ନିରନ୍ତରେ,ଚାତକ ପରାୟେଅନେଇ ବସିଛିସାଥୀ ତୁମ ଅପେକ୍ଷା ରେ……..।” ସୁମିତ୍ରା ସାହୁ

Read More

କଳଙ୍କିତ ଇତିହାସ

ମୁଁ ନିଷ୍ପତ୍ତି ନେଲିମୋ ରଫ୍ ଖାତା ର ଗୋଟିଏ ପୃଷ୍ଠାରେଆଙ୍କି ଦେବି ତୋଅକୃତଜ୍ଞ ଚେହେରା, କାହିଁକି ଜାଣୁ ! ତୋ ଛବିମୋ ଡ୍ରଇଂ ରୁମ୍ କିବେଡ୍ ରୁମ୍ କାନ୍ଥରେ ଝୁଲିଲେସାରା ଦିନ ସାରା ରାତିମୋତେ ଅଶୁଭ ଅଶୁଭ ଲାଗିବ !! ମୋ ସ୍ୱପ୍ନ ର ପରିଧି ଭିତରେତୁ ଗୋଟିଏ ନୀରବ ଝଡ଼ଯେଉଁ ଝଡ଼ ର ବିକଟାଳ ସ୍ୱରରେକ୍ଷତାକ୍ତ ହୋଇପଡ଼େ ଜୀବନର ଉଛ୍ଵାସ ତୋତେ କିଏ ନା କିଏକେବେ ନା କେବେଫୋପାଡ଼ି ଦେବ ରଦ୍ଦି ମହଲକୁ ତୁ ଯେଉଁଠି…

Read More

କବିତା ସହ ମୋ ସମ୍ପର୍କ

କଲମ ନିଃସୃତ ଧାଡ଼ିକୁ ମୋରଏ ଦୁନିଆ କହଇ କବିତା,ହେଲେ ନୁହେଁ ମୁଁ କବିସେ କବିତା ଧାଡ଼ିର…ମୁଁ ତ ଦୀପ, ସିଏ ଘୃତ ସଳିତା lଜାଣେନା କାହିଁକି ଲେଖେ କିଛି ମୁଁନିରୋଳାରେ ବସି ଏକା,ଏମିତି ଲାଗଇ ସିଏ ଏକା ମୋରଜୀବନର ସତ ସଖା lଭୁଲିଯାଏ ସବୁ, ଭୋକ ଶୋଷ ମୁଁ ଯେଧରିଲେ କଲମ ମୁନ,ନ ଲେଖେ ଯେବେ ଏମିତି ଲାଗଇଜଳ ବିନା ଯେହ୍ନେ ମୀନ l ଦିପ୍ତି ସେଠ୍ସୁବର୍ଣ୍ଣପୁର

Read More

ବୁଢ଼ା ବାଳକ

କିଛି ବି ଚିରାଚରିତ ନୁହେଁ ଏଠିଘଡିକେ ଘୋଡ଼ା ଛୁଟୁଥିବାଏ ପୃଥିବୀରେ ଯେମିତି ନିରବତାକୁ ନିଶୁଣି କରିଥିବାସେ ବୁଢାଲୋକର ଜନ୍ମ,ଅଶିବର୍ଷ ବୟସରେ ଜନ୍ମନେଲାଶୂନ୍ୟତାର ଗର୍ଭରୁପାଚିଲା ନିଶ ଦାଢୀ ଓ ବାଳ ସହିତ,ମାଟିତଳ ଅନ୍ଧାରକୁ ଜୋତା କରି ପିନ୍ଧିଲାଆକାଶକୁ ଟୋପିକରି ପିନ୍ଧିଲା ମୁଣ୍ଡରେମଲାବେଳକୁ ଅବୋଧ ଶିଶୁପରିହସି ହସି ଗଡୁଥିଲା ମାଟିରେ ମୁଁ ପ୍ରାୟତଃ ତା ସହପ୍ରାତଭ୍ରମଣରେ ଯାଉଥିଲିସୂର୍ଯୋଦୟ ଦେଖିବାକୁ,କେବଳ ଦୁଇଟି ଆଖିଛଡାଅନ୍ୟକିଛି ହେବାପାଇଁରୋକ୍ ଠୋକ୍ ମନା କରିଥିଲା,ଏପରିକି ପ୍ରଶ୍ନ ପଚାରିବାଓ ଉତ୍ତର ଖୋଜିବା ପାଇଁମନା କରିଦେଇଥିଲା ଶବ୍ଦକୁ ଦୃଶ୍ୟର ଭିଡରେ…

Read More

ତୁମେ କଣ ଆସିଥିଲ କି କାଲି

ତମେ ଯେବେ କହିଥାଅଆସିବ ବୋଲିନିଶ୍ଚେ ଆସିଥାଅ . ସ୍ମୃତିର ଦୁଆର ଖୋଲିକାଲି ରାତିସାରା ମୁଁ ଥିଲିତୁମ ପ୍ରତୀକ୍ଷା ରେ. ଜହ୍ନ ବି କାଲି କହିଥିବ—କିଏ ଜଣେ ଚାହିଁ ରହିଛିନୀଳ ଶାଢୀରେସଂଜ ଅଗଣାରେନଈ ସେପାରି ଗାଁରେ.. ଘୁମେଇଁ ପଡିଲିଆବେଗର ଢଳଢଳ ପଦ୍ମପତ୍ର ପରେ.ପରିଚିତ ସୁଗନ୍ଧ ଭିତରେ.ତୁମ ସହ ମଧୁର ସ୍ୱପ୍ନରେ.. ଉଠି ଦେଖୁଚି…ଛାଡି ଯାଇଚଏରୁଣ୍ଡି ବନ୍ଧରେ ପାଦଚେୟାର ଉପରେ ଚଷମାଖଣ୍ଡେ ଚଉତା ଚିଠିଆଉ..ମୋ ଆଞ୍ଜୁଳାରେ ଗୋଟେ ହୃଦୟ. ପଢି ଦେଖିଲିତମେ ଲେଖିଥିଲଏ ସବୁ ଏଇଠି ଥାଉମୁଁ ସେଠି ଝୁରି…

Read More