ଗାଁ ମାଟି

ଭିଜା ଭିଜା ସେଇ ଗାଁ ମାଟି ର ମହକ ମନେ ପଡ଼େ,ଗଢ଼ୁଆ ତୁଠ ମହୁଲ ବଣ ଆମ୍ବ ତୋଟା ମନ ଝୁରେ।ସବୁଜ ଖେତ ର ଧାନ କିଆରୀ ମହକି ଯାଉଛି ମନେ,ସ୍ମୃତି ରେ ସ୍ମୃତି ରେ ସବୁଜ ଲତା ଲହରୀ ଖେଲେ ପବନେ।ଶୀତୁଆ ସକାଳ କଁଅଁଲିଆ ଖରା ଚୁଲି ମୁଣ୍ଡ ର ନିଆଁ,ଶ୍ରାବଣ ମାସ ର ଝଡ଼ି ବରଷା ରେ କାଗଜ ତିଆରି ନାଆ।ଖରା ଛୁଟି ବେଳ ସାଙ୍ଗ ସାଥୀ ମେଳ କେତେ ମଜା ଖଟି ଗପ,ମନେ…

Read More

ଜୀବନ ଗୀତ

ମନ କର୍ଣ୍ଣ ଦେଇ ଶୁଣ ଆହେ ସୁଜ୍ଞ ଜନ,ଏ ଜୀବନ ଗୀତ ପଦେ କରିଲି ରଚନ।ମୋହ ମାୟା ସଂସାର ରେ ଭ୍ରମୁ ଥାଏ ମନ,ମୋର ମୋର କହି ବିତି ଯାଏ ଏ ଜୀବନ।ନିଃଶ୍ୱାସ ଟିକକ ଥିବା ଯାଏ ସବୁ ଖେଳ,ଉଡ଼ି ଗଲେ ଏ ନିଃଶ୍ୱାସ ବୁଡ଼ିଯିବ ବେଳ।ବେଳ ଥାଉ ପ୍ରଭୁ ପଦ୍ମପାଦେ ଦେଇ ମନ,ଭଜ ମନ ରାମ ନାମ ଭଜ ହରି ନାମ।ଏ ଭବ ସାଗରେ ସେହି ଏକା ନାଉରିଆ,କୁଳ କୁ ଲଗାଇଦେବେ ଏ ଜୀବନ ନାଆ।ଏ…

Read More

ପଦାଙ୍କ

ଅନେକ ଅନିଚ୍ଛା ଓ ବିରୋଧାଭାସଜେବେ ଏକାଠି ହୁଅନ୍ତିସେଇଠୁ ଏକ ଇଚ୍ଛା ଅଙ୍କୁରିତ ହୁଏଶ୍ରେଷ୍ଠତମ ପଦାଙ୍କକୁ ସ୍ପର୍ଶ କରିବା ପାଇଁ ସେ ବିଭୋର ହୋଇ ଉଠେଛାଟିପିଟି ହୁଏ, ବାହୁନି ହୁଏକେଉଁ ଏକ ଅଜଣା ଇଲାକାରଏକ ଅଭିଶପ୍ତ ଗର୍ଭରୁ ଜନ୍ମଗ୍ରହଣ ପାଇଁ ଏକ ଅଚିହ୍ନା ପରିଚୟ ତାରଘନ ଅନ୍ଧକାର ନିଶବ୍ଦତା ମଧ୍ୟରେଖୋଜିବା ଆରମ୍ଭ କରେ ଆଲୋକକୁଦିବ୍ୟଜ୍ୟୋତିରେ ରୂପାନ୍ତରିତ କରିବା ପାଇଁ ମୁଠାଏ ଧୂଳିକୁ ସମ୍ପଦ କରିଧୂଆଁ ରୁ ଧୂପ ରେ ରୂପାନ୍ତରିତ ହୁଏଆନ୍ଦୋଳିତ କରେ ହଜାର ବକ୍ଷକୁସୁପ୍ତ ରୁ ଯାଗ୍ରତ…

Read More

ବିନ୍ଦୁ

ମୋ ଅଜାଣତରେମୁଁ ନିଜକୁ ଖୋଜେ ବାରମ୍ବାରସେଇ ଅବୋଧ ଶିଶୁ ପରିଯିଏ ଚିତ୍ର ଟିଏ ଆଙ୍କିବା ପାଇଁସାଧା କାଗଜରେଏଣୁ ତେଣୁ ଖାଲି ଗାରେଇ ଚାଲେ ବାରମ୍ବାର ପୁନଃ ପୁନଃ ର ଏହି ଗତିକେତେବେଳେ ଗୋଟିଏ ବିନ୍ଦୁରୁ ଆରମ୍ଭ ହୋଇକେବେ ତ୍ରିଭୁଜ, କେବେ ଚତୁର୍ଭୁଜ କେବେଜ୍ୟାମିତିକ ସୂତ୍ରକୁ ଭୁଲିଦୁଇଟି ସମାନ୍ତରାଳ ରେଖାରେ ବିଭକ୍ତ ହୋଇପରସ୍ପରକୁ ସ୍ପର୍ଶ ପାଇଁ ଚେଷ୍ଟା କରେ ବାରମ୍ବାର ବୃତ୍ତ, ପିରାମିଡ୍ ର ଆକୃତି ମତେ ରୂପ ଦିଏ ସମୟମୁଁ ବୁଝି ପାରେନା କାହିଁକି ମୋର ସୃଷ୍ଟିମୋର…

Read More

ଝଡର ନାଁ ପ୍ରେମ

ଭୋର୍ ହବାଟା ପୂର୍ବବତ୍ ନିର୍ଦ୍ଧାରିତ ଥିଲା ସେଦିନ !ସକାଳର ମୁକ୍ତାଲଗାଘାସ ଗାଲିଚାରେ ପାଦ ପକେଇଧୀରେଧୀରେ ବିଦାୟ ନେଉଥିଲା ସେ,ସମୟ ନିର୍ଘଣ୍ଟ ଅନୁସାରେଫେରିବାର ପ୍ରତିଶୃତି ଦେଇପିଠିକରି ଗଲା ଯେ ଗଲା,ଆଉ ଫେରିନି ସେଦିନୁ । ଝଡ଼ପରି ଆସିଥିଲା ଦିନେଲକ୍ଷେ ପ୍ରଶଂସାର କମକୂଟ କାରିଗରି’ରେପିନ୍ଧେଇଥିଲା ଭଲପାଇବାର ମୁକୁଟ ।ଶିହରିତ ମୁହୁର୍ତ୍ତମାନେଆନମନା ହେଇ ଚଢିଥିଲେ ଆବେଗର ଶିଖର ! ଭୁଲିଥିଲେ କାନ୍ଥଘଣ୍ଟାର ଟିକ୍ ଟିକ୍କରୁଥିବା ସମୟକୁ ।ପ୍ରୀତିର ମଖମଲି କଥାକୁ ସତଭାବିବିଭୋର ହେଇଥିଲା ତା’ପ୍ରେମରେ!ଦିନସବୁ କଣ୍ଟକିତ ପ୍ରହରରାତି ଲାଗୁଥିଲା ମିଠା ମଧୁମତୀ…

Read More

ମା

ମାର୍ଗଶିର ମାସର ମା ପୁଣ୍ୟ ଗୁରୁବାର,ଝୋଟି ଚିତା ପକେଇଲି ଆସିବୁ ମୋ ଘର।ତୋ ପାଦ ର ଧୂଳି ମୋର ମସ୍ତକ ର ଶୋଭା,ସଦା ରହିଥାଉ ମାତା ତୋ କରୁଣା ପ୍ରଭା।କି ଦେଇ ପୂଜିବି ମା ଗୋ କିଛି ନୁହେଁ ମୋର,ମୋ ପ୍ରତିଟି ନିଃଶ୍ୱାସ ମା ଦାନ ଅଟେ ତୋର।ମୋ ଶରୀର ପ୍ରତି ରକ୍ତ ବିନ୍ଦୁ ତୋର ଦାନ,ତୋ ଦୟାରୁ ମୋ ହୃଦୟ ପ୍ରତି ଟି ସ୍ପନ୍ଦନ।ଭକ୍ତି ପୂର୍ଣ୍ଣ ହୃଦୟରେ ଭାବ ପୂର୍ଣ୍ଣ ମନ,ଶ୍ରଦ୍ଧା ଅଶ୍ରୁ ପରିପୂର୍ଣ୍ଣ ମୋ…

Read More

ବାପା ଆକାଶର ତରା ହେବାଆଗରୁ

ବାପା ଆକାଶର ତରା ହେବାଆଗରୁଅନେକ କିଛି କରିଯାଆନ୍ତିହଜେଇ ଯାଆନ୍ତି ନିଜକୁଖୋଜେଇ ହବାକୁ… ବାପା ତରା ହେବା ଆଗରୁଜାଗା ଟିଏ ତିଆରି ହୁଏଆକାଶରେ ଖାସ୍ ତାଂକ ପାଇଁଲିଭା ହେଲାପରିବୋଉ କପାଳରୁ ସୀମନ୍ତରୁ ସିନ୍ଦୁର… ହଜିଯାଏ ବୋଉ ହାତ କାଚରଋଣୁଝୁଣ ଶବ୍ଦତିଆରିବାକୁ ଆକାଶେ ଶୂନ୍ୟତାରସଂଗୀତଅମ ଘର ଅଗଣାରେ… ବାପା ତରା ହେବା ଆଗରୁସ୍ୱର୍ଗ ନର୍କରେ ବିଶ୍ୱାସ କରୁନଥିବା ବାପାହଠାତ ସ୍ୱର୍ଗତଃ ହେଇ ପଡନ୍ତି,ପିଲାଙ୍କୁ ହଠାତ ଲାଗେବାପା ସ୍ୱର୍ଗ ମୋହରେ ମୂର୍ଛି ଦେଲେତାଂକ ପିଲାଙ୍କୁତୁ୍ଛା ମର୍ତ୍ତ୍ୟ ମଣ୍ଡଳରେ… ବାପା ତରା ହେବା…

Read More

ମୋ ଅବର୍ତମାନ ରେ

ମୋର୍ ଥିବା ବା ନଥିବାସେମିତି କିଛି ମାନେ ରଖେନିସମୟ ର ତାଳେ ତାଳେ ସବୁ ହଜି ଯାଏକିଛି ପବନ ରେ ମିଳେଇ ଯାଏକିଛି ସ୍ମୃତି ହୋଇ ରହିଯାଏ କାହାରି ଲୁହ ହୋଇ ବୋହିବାର ନାହିଁକାହାରି ସ୍ଵପ୍ନ ରେ ଭାଗ ବସେଇବାର ନାହଁହଁ ଝୂରିଲେ ଝୂରିବ ସେମୋ ବଗିଚା କୁ ଆସୁଥିବା ମହୁମାଛିସେ ରଙ୍ଗ ବେରଙ୍ଗର ପ୍ରଜାପତି ମୁହଁ ଶୁଖେଇଲେ ସୁଖେଇବ ସେହୀନା,ଯୁଇ ସେବତୀମନ ମାରି ବସିବ କିଛି ଦିନମୋର୍ ପ୍ରୀୟ ଏଡେନିୟମ,ଆଗଲୋନିମାଝୂରୀ ଝୁରୀ ସୁଖି ଯିବସେ ଚହକୁ…

Read More

ପ୍ରେରଣା ତୋ ପଥ

ମୁକ୍ତିର ଆହୁତରେ ଉଜ୍ଜ୍ୱଳ ତାରାକା ସାଜିଅନ୍ଧାରର ନିଖୁଣ ଅପହଞ୍ଚ ଶିଖରରେ ପହଞ୍ଚି …କେଯାଣେ ପାଦ ଅଟକି ଯାଏ ତସ୍ତବ୍ଧ ମନ ଅଧିର ହୋଇପଡେ!ଚଳଚଞ୍ଚଳ ସମୟ ସ୍ଥିର ରହିଥିବା ହୁଏତ ଆଚମ୍ବିତ କରିପାରେମାଇଲ ମାଇଲ ଦୂରରୁ ଭାସି ଆସୁଥିବା ଆଲୋକିତ ବାସ୍ନା ବୋଧହୁଏ ଟାଣିନିଏ ତା ପାଖକୁମାଟିର ଶସକ୍ତ ରକ୍ତପିଟବ୍ୟାକୁଳ କରେ ଥରେ ଫେରିଯିବାକୁ?ଲହୁଲୁହ କୁ ପୋଛି ମମତାର ପଣରେ ଲୁଚି ଯିବାକୁଚିରକାଳ ଗଗନର ଛାୟାରେ ଉତଭାସି ହେବାକୁ!ଦୀର୍ଘ ଦିନ ଧରି ଚେତନାର ନିଦ୍ରାରେ ମଳିନ ହେବାକୁ !ଥରୁଟିଏ…

Read More

ଗୃହ ଯୁଦ୍ଧ

ଗୃହ ଯୁଦ୍ଧ ଆଜି ଉତ୍ତୁରି ଉଠୁଛିନିଜ ଭାଗବଣ୍ଟା ପାଇଁଦୁଃଖିନୀ ମା’ଟା ଗୁମୁରି କାନ୍ଦୁଛିନିଜ ସନ୍ତାନଙ୍କ ପାଇଁ । କି ଥିଲାଟି କାଲି କି ହେଲାଟି ଆଜକିଛି ଜଣା ପଡୁନାହିଁଗୋଟିଏ ଘରରେ କନ୍ଦଳ ଚାଲିଛିନିଜ ଅଧିକାରକୁ ନେଇ । କେଉଁ ତାନ୍ତ୍ରିକ ଯେ , କିମିଆ କରିଛିକି ମନ୍ତ୍ରଟି ଶୁଣାଇବଶିଭୂତ ଆଜି ସମସ୍ତ ସନ୍ତାନନିଜ ବିବେକ ହରାଇ । ଭୁଲି ଯାଉଛନ୍ତି ପୂରୁବ ଗଉରବଇତିହାସକୁ ନ ମେଲାଇମାତାଲି ସାଜିକି ଧାବନ ହେଉଛନ୍ତିଭୂଗୋଳ ଆଡ଼କୁ କାଇଁ । ଦୀର୍ଘ ଦିନର…

Read More