ଗ୍ରୀଷ୍ମ

ଦେଖୁନ ସବୁ ବର୍ଷପରିଏ ବର୍ଷ ଗ୍ରୀଷ୍ମ ଆସିଛି ,ବୋଉରହାତ ତିଆରି ନିମ କଢ଼ ଭଜାବାସି ଦହି ପଖାଳ ରେ ,ଆମ୍ବ କଷିଆଅଦାର ସୁଆଦ ଭିତରେ ସଜେଇହେଇ ଆସିଛି ଗ୍ରୀଷ୍ମ ।କୃଷ୍ଣ ଚୁଡ଼ା , ପାଳଧୁଆ,ଫୁଲରସତେଜ ରଙ୍ଗରେ ଉଷୁମ ସେକ ଦେଉଛିଟକ୍ ମକ୍ ଫୁଟୁଥିବା ଖରାଫଗୁଣ ହାତ ଧରି କୋଇଲି ଫେରିଛିତା ନିଜ ବସାକୁ ,ଆର ବସନ୍ତ ଲାଗିମଧୁର ଗୀତ ଅଭ୍ୟାସ କରିବ ପରାରାଜ ରାସ୍ତାର କଳା ଚଉଡ଼ା ଛାତିରେପ୍ରକୃତି ସଜେଇଦେଇଛି କରଞ୍ଜ ଫୁଲ ଗାଲିଚା।ଖରାକୁ ନ ଡରି…

Read More

ଅଫେରା ଶବ୍ଦ ସନ୍ଧାନେ….

କାହିଁକି କେଜାଣି ଲେଖିବାକୁ ଇଚ୍ଛା ହେଲେ ବି ଲେଖି ହୁଏନି,ମନରେ ଅନେକ ଭାବନା ଆସେ କିନ୍ତୁ କଲମ ମୁନରେ ଉତାରି ପାରେନି ନଦୀକୁ ଦେଖି କବିତା ଲେଖିବାକୁ ଇଚ୍ଛା ହୁଏହେଲେ ଶବ୍ଦ ଗୁଡ଼ିକ ଭାସି ଯାଆନ୍ତି ପ୍ରଖର ସ୍ରୋତରେଆକାଶକୁ ଦେଖି କବିତା ଲେଖିବାକୁ ଇଚ୍ଛା ହୁଏକିନ୍ତୁ ଶବ୍ଦ ଗୁଡ଼ିକ ଅଦୃଶ୍ୟ ହୁଅନ୍ତି ମେଘ ଆଢୁଆଳରେ,ପୁଣି ଜଙ୍ଗଲର ସବୁଜିମାକୁ ଦେଖି ଇଚ୍ଛା ହୁଏ ଲେଖିବାକୁହେଲେ ଶବ୍ଦମାନେ ଲୁଚକାଲି ଖେଳନ୍ତି କେବେ ଗୁଳ୍ମ ମୂଳରେ,କେବେ ନିଘଞ୍ଚ ବୃକ୍ଷ ଓହଲରେସତରେ କ’ଣ…

Read More

ରକ୍ଷକ ନା ଭକ୍ଷକ

କୋତରା କସ୍ତାରେ ୮-୧୦ ଜାଗା ସିଆଁତାକୁଇ ପିନ୍ଧି ସହରର ପଶ୍ଚିମ ପାଖ ନର୍ଦ୍ଦମାଗଳି ଆଡେ ପାଦଗଣି ଚାଲୁଥିଲା ଗାଉଁଲୀ ଭିକାରୁଣୀଭୋକ ଓ ଶୋଷର ଯନ୍ତ୍ରଣାରେ ଜର୍ଜରିତପେଟ ଉପରେ ହାତ ମାରି ମାରି ବୋଧେକାନ୍ଦୁରା ପେଟକୁ ଶୁଆଉଥିଲାସାନ୍ତ୍ଵନାର ମୁଲାୟମ ଶେଯ ପାରି :::::::::: ତା ଅସନା ଦେହରୁ ବାହାରୁଥିଲାବିକଟାଳ ରହଣିଆ ଗନ୍ଧଝାଳ ସରସର ଦେହରେ ମଶା ମାଛିଙ୍କସ୍ୱତନ୍ତ୍ର ବଜେଟ୍ ଅଧିବେଶନ, ଆଗାମୀ ନିର୍ବାଚନ ପାଇଁମୁଣ୍ଡ ର ବାଳ ଅଲରା ବଲରାନଳିତା ପଚା ଝୋଟ କି ଆଉଆଖିରେ ଗର୍ଭଵତୀ ସେ…

Read More

ଦୋଷ

ଜଙ୍ଗଲରେ ନିଆଁ ଲାଗିଲେଦୋଷ ତମର ନୁହେଁ କି ମୋର ନୁହେଁ,ଚାଷୀ ଆତ୍ମହତ୍ୟା କଲେଦୋଷ ତମର ନୁହେଁ କି ମୋର ନୁହେଁ,କୋଟିଏ ଧର୍ଷଣ ହେଲେ ହେଉଦୋଷ ତମର ନୁହେଁ କି ମୋର ନୁହେଁ,ନୀରବ ଚିତ୍କାର ଭିତରେ ହଜିଯାଏଯେତେ ସବୁ ଦୋଷ ।। ଆକାଶ ଛାତିରେ ବାଦଲ୍ ଫାଟୁ କି ନଫାଟୁଦୋଷ ତମର ନୁହେଁ କି ମୋର ନୁହେଁ,ଧରିତ୍ରୀ ବନ୍ଧ୍ୟା ହେଲେ ହେଉଦୋଷ ତମର ନୁହେଁ କି ମୋର ନୁହେଁ,ଚକ୍ରବ୍ୟୁହ ଯିଏ ରଚୁଚି ରଚୁଦୋଷ ତମର ନୁହେଁ କି ମୋର…

Read More

ପାଳଭୁତ

ମୋ ଶରୀରରକ୍ତ, ମାଂସ, ହାଡ଼ କଙ୍କାଳଶୂନ୍ୟତଥାପି ମୁଁ ବିଶ୍ବର ପ୍ରହରୀସୁନାର ଫସଲକୁ ଯେବେ ମୁଁ ଜଗିଥାଏକେତେ ଯେ ପଶୁ ପକ୍ଷୀ ଯାଆନ୍ତି ଡ଼ରି ସଦା ଜାଗ୍ରତ ମୁଁନିରବ ନିଶ୍ଚଳେ ହୋଇଥାଏ ଦଣ୍ଡାୟମାନଗ୍ରାସ କରେନାହିଁ ମୋହ, ଲାଳସା ମତେମୋ ପାଇଁ ବଡ଼ ଅଟେ ମୋର ସ୍ବାଭିମାନ ମୁଁ ବୁଝିପାରେ ନାହିଁଯେଉଁ ମଣିଷ ମତେ ଗଢ଼ିଛିଭୁଲି ଚାଲିଛି ତାର ହିତାହିତ ଜ୍ଞାନଫମ୍ପା ପ୍ରତିଶ୍ରୁତି ଦେଇ ସେ ଚାଲିଛିସୁରକ୍ଷିତ କରିବା ପାଇଁ ନିରୀହ ଜୀବନ ବିଳାପର ସ୍ବର ତୀବ୍ର ହେଲାଣିକେତେ ଯେ,…

Read More

କବିତା ଗୋ ତୁମେ,

କବିତା ଗୋ ତୁମେ,ମୋ ହୃଦୟ ର ସ୍ପନ୍ଦନମୋ ଲଲାଟ ର ଚନ୍ଦନମୋ ଚକ୍ଷୁ ର ଜ୍ୟୋତିମୋ ବିଶ୍ୱାସ ର ସାଥୀକବିତା ଗୋ ତୁମେ ମୋ,ପଦ ଯୁଗଳ ର ଛନ୍ଦମୋ ଜୀବନେ ଆନନ୍ଦମୋ ଓଷ୍ଠ ରେ ସାତ ସୁରମୋ ଶବ୍ଦ ର ଭଣ୍ଡାର କବିତା ଗୋ ତୁମେ ମୋ,ଗ୍ରୀଷ୍ମ ର ନିଦାଘମୋ ବର୍ଷା ର ପ୍ରାର୍ଚୂର୍ଯ୍ୟଶରତ ର ନିର୍ମଳଆଉହେମନ୍ତ ର କାକରକବିତା ଗୋ ତୁମେ ମୋଶୀତ ର ପରଶମୋ ବସନ୍ତ ର ରାସମୋ ପ୍ରୀତି ର ପ୍ରଣୟମୋ ଖୁସି…

Read More

ଶେଷକୃତ୍ୟ

ଛଳନାର କୋକେଇରେ ସ୍ନେହର ଶବଟାବୋଧେ ଚାରିଦିନ ହେଲା ପଡ଼ିଛିପାଖ ମଡା ପୋଡ଼ା ପଡିଆରେଦୁର୍ଗନ୍ଧରେ ହୃଦୟ ବସ୍ତିଟା ଗନ୍ଧେଇଲାଣିଭାକ୍ ଭାକ୍ ହୋଇହେଲେ କାଇଁ ତ କେହି ଆସୁନିଏ ଶବର ଶେଷକୃତ୍ୟ ପାଇଁକାଇଁ ତ କେହି ଲୁହ ଗଡ଼ାଉନିକାନ୍ଥରେ ମୁଣ୍ଡ କୋଡି, ଛାତି ପିଟିପିଟି ସହରର ଫାଣ୍ଡିରେ ତ ମେଞ୍ଚେ ପୋଲିସ୍ବସି ପିଉଛନ୍ତି ଗରମ୍ ଗରମ୍ ନାଲି ଚାବେଆଇନ୍ ବକସିସ୍ ଆଦାୟ କରୁଛନ୍ତିକେତେ ଦରପେଟିଆ ନିସ୍ତେଜ ମଣିଷଙ୍କଠୁମିଛ ଅପରାଧର ଦସ୍ତାବିଜ୍ ଦେଖେଇକାଇଁ ଥରେ ତ ଏଯାବତ୍ ଆସିଲେନିଶବର ବ୍ୟବଚ୍ଛେଦ ପାଇଁ…

Read More

ଶାନ୍ତି – ବିଶ୍ଵର ସ୍ପନ୍ଦନ

ହେ ଶାନ୍ତି !ଲୁଚିଛ କି ତୁମେ ଅମରାବତୀରେ ?ନା ଅଳଙ୍କୃତ କରିଛ ଅଳକାପୁରୀକୁ ?ନିଃସ୍ଵ ଏ ବିଶ୍ୱ ଆଜି ତୁମ ବିରହେ ଜର୍ଜରିତ,ଆସ, ଆଲିଙ୍ଗନ କର ଏ ମୁମୂର୍ଷୁ ଜଗତକୁ । ବିଶ୍ଵ ବକ୍ଷେ ଆଜି କାଲି,ହିଂସା, ରକ୍ତପାତ, ରୁଧିରର ହୋଲିଶତ୍ରୁର ଚିତାଗ୍ନିରେ ପାଳିତ ହୁଏ ଦୀପାବଳୀ ।ଓହ୍ଲେଇ ଆସ ଥରେ ଏ ପ୍ରେମଶୂନ୍ୟ ଦେଶେଦେଖାଇ ଦିଅ ତୁମ ଶ୍ୱେତ ପ୍ରଶାନ୍ତ ରୂପ,ଶିଖାଇ ଦିଅ ମାନବକୁ ମୈତ୍ରୀର ମହାମନ୍ତ୍ର । ତୁମେ ଆସିଲେ ସଞ୍ଚରିବ ନବ ଉର୍ଜ୍ଜାଲହୁ…

Read More

‘ନାଟକ ଏଥର ତୁମେ’

କଳକାରଖାନାର ଧୂଆଁରେମାଟିର ରଙ୍ଗ ବଦଳି ଯାଇଛିକେବଳ ମାଟି ତ ନୁହେଁମଣିଷ ମଧ୍ୟ ବେରଙ୍ଗ ଦେଖାଯାଉଛନ୍ତିସଂଘର୍ଷର ଏହି କାହାଣୀରୟେ ହେଉଛି ଶେଷ ଦୃଶ୍ୟତା ପରେ…..ହୁଏତ କିଛି ସହାନୁଭୂତି ଓ କିଛିଆଖିରେ ଲୁହ ଛଳଛଳ ହୋଇପାରେଅବଶ୍ୟ କାହାପାଇଁ ବାଧ୍ୟ ବାଧକତା ନାହିଁ ! ମାଟିର ରଙ୍ଗ ବଦଳିଛି ତ, କ’ଣ ହେଲାମଣିଷ ରଙ୍ଗ ମଧ୍ୟ ବଦଳିଛି,ଏଥିରେ ନୂଆଁ କ’ଣ ଅଛି ଯେହଁ କିଏ ବିସ୍ଥାପିତ ହେଲାକିଏ ସ୍ଥାପିତ ହେଲାଅନେକ ହିସାବ ଅଛିଅସଂଖ୍ୟ ନାୟକ ଓ ଖଳନାୟକଏବେ ରହସ୍ୟମୟ ଭୂମିକାରେଅଭିନନ୍ଦନ କରୁଛନ୍ତିମୁହଁରେ…

Read More

ନାରୀ ଚିର ବନ୍ଦନୀୟା

ଇତିହାସେ ଲେଖା ଯା ‘ ଗୁଣ ଗାରିମାନାରୀ ଚିର ବନ୍ଦନୀୟା ,ଛୁଇଁ ପାରେ ସିଏ ନୀଳ ଗଗନକୁସାଗରେ ଲେଖେ ତା ‘ ନାଆଁ।।ଇତିହାସେ………… ସର୍ବ କ୍ଷେତ୍ରେ ଉଭା ସ୍ଵୟଂ ସିଦ୍ଧା ନିଜେରଖଇ ଦେଶର ମାନ,ଶିକ୍ଷା ରାଜନୀତି ସ୍ୱାସ୍ଥ୍ୟର ଉନ୍ନତିଧନ୍ୟ ତା ‘ନିଷ୍ଠା ସାଧନ।। ପୂଜା ଆରାଧନା ନାହଁରେ କଳନାସ୍ନେହ ମମତାର ଛାୟାଇତିହାସେ……… କୃତିରେ ଅନନ୍ୟା ତା’ ଜ୍ଞାନ ଅସୀମାକୀର୍ତ୍ତି ସ୍ତମ୍ବ ସିଏ ତୋଳେ,ରଣ କ୍ଷେତ୍ରେ ଉଭା ବିରାଙ୍ଗନା ଟିଏବିଜୟ ଧ୍ଵଜା ତା ‘ଉଡ଼େ।। କେତେ ରୂପ ତାର…

Read More