Category: ଓଡ଼ିଆ କବିତା

ସମ୍ମୋହନ
କିଛି ଚାହିଁବା, କିଛି ପାଇବାକିଛି ଭାବନା ନଥିଲା ମନେତୁମକୁ ଦେଖିଲି, ଦେଖିଲି ସପନସପନେ ମୁଁ ନିଃସ୍ବ, ଶୁଭୁଚି ଅଟ୍ଟହାସ୍ୟତୁମେ ଛାୟାମୂର୍ତ୍ତି, ଅନ୍ଧାରଠୁ କଳାଶବ, ଶିବ ସବୁ ତୁମ ଚରଣେ ।ସପନ ନା ସମ୍ମୋହନଶିବ ନା ଶବ କିଏ ମୁଁକିଏ ତୁମେସତ କ’ଣକିଏ ଜାଣେ ! ନିଦ ଭାଙ୍ଗିନି ଆଜିଯାଏଁଆଜି ସାଜିଛି ପୂଜାରୀଟିଏମାଗୁଛି, ହାତପାତି ପ୍ରାର୍ଥନାରେତୁମକୁ ତୁମଠୁସେଇ ପ୍ରଥମ ଦେଖାରରୂପଟିଏ, ସ୍ମିତାହାସ୍ୟଟିଏଲଜ୍ଜାଶୀଳା କଳା ବଦନେ । ଅକାରଣ, ଅକାରଣ ସବୁ ଆଜିକାରଣ, ସବୁ କାରଣ ବି ଅକାରଣଏ ଜୀବନେ…
ସବୁଠୁ ସୁନ୍ଦର୍
ସବୁଠୁ ସୁନ୍ଦର କଳ କଳ ହସାନିର୍ଝରଣୀ ପରିଭାଷା।ଅପକ୍ପ ପକପ ପୁଷ୍ପିତ କଳପପ୍ରକୃତି ଦୀପତି ଵେଶା। କୋମଳ ନିର୍ମଳ ଯାମିନୀ ଶୀତଳରକ୍ତିଭ ଚନ୍ଦ୍ର ଯୋଛନା।ଆକାଶ ର ତାରା ଦୀପ୍ତି ମିଞ୍ଜି ଧରାପ୍ରୀତି ହୁଏ ଉନ୍ମାଦନା। ସବୁଠୁ ଚଟୁଳ ହଂସ ରାଳୀ ଖେଳତର୍ପଣ ଚର୍ବଣ କାଳ।ପ୍ରକୃତି ମଧ୍ୟରେ ପୋଖରୀ ଜଳରେକାକଳି ର ଗୀତ ତାଳ। ସକାଳ ଭାଷ୍କର ଚାରୁ ଉଭାଗରପ୍ରକୃତି ମଧ୍ୟରେ ଖେଳ।ସବୁଜିମା ତୀରେ ସାଗର ସମୀରେଉତ୍ଥାନ ପତନ ମେଳ। ସବୁଠୁ ସୁନ୍ଦର ପର୍ବତ ଶିଖରଯେବେ ଉଙ୍କେ ସେ ଭାଷ୍କର।ଚକ…

ଏତିକି ଯଥେଷ୍ଟ
ମୁଁ ହଜେ ନାହିଁ କି ଖୋଜା ପଡେନାହିଁନା ମୋର ଅତୀତ ଅଛି ନା ବର୍ତମାନଭବିଷ୍ୟତ ଏକ ଘନ ଅନ୍ଧାର କୋଠରୀନିସ୍ତେଜ, ନିଃଶବ୍ଦ ନିଃସହାୟର ମିଶ୍ରଣରେକିଛି ଅଶ୍ରୁ, କିଛି କୋହ, କିଛି ଅଣନିଃଶ୍ବାସୀ ପଣକୁଘାଣ୍ଟି ଚକଟି ପ୍ରସ୍ତୁତ ହୋଇଛି ମୁଁଏଣୁ , ବିଳାପର ପ୍ରଶ୍ନ ବା ଉଠିବ କେମିତି ?ତିରସ୍କାରକୁ ବଦନେ ବୋଳି ହେବାର ଅଭ୍ୟାସମୋର କେଉଁ କାଳର,ଏଥିରୁ ବା ନିବୃତ୍ତ ହେବି କେମିତିଏଇ ତ ମୋର ସର୍ବଶ୍ରେଷ୍ଠ ପୁରସ୍କାରମଥାରେ ଚନ୍ଦନ ଭଳି ମୁଁ ବୋଳି ହୁଏ କଳା…

ଧନରେ ତୋ ପାଇଁ
ମନ ଭିତର ଭାଷାକୁସହଜେ ପଢ଼ି ହୁଏନି ବାବାମନ ପଢିବାକୁ ହୃଦୟ ଲୋଡାଏକା ଚାଲୁଥିବା ପଥିକକେଉଁଠି ନା କେଉଁଠିଲୋଡୁଥାଏ କାନ୍ଧଟିଏକହି ପାରୁନଥିବା କଥାକୁତୋତେ ବୁଝିବାକୁ ହେବ ଧନ। ଗୋଟେ ଆବଶ୍ୟକତା ଲୁଚିଯାଏକେହି ଯେବେ କହେ ମୋର ଦରକାର ନାହିଁଗୋଟେ ସତ ଲୁଚିଯାଏକେହି ଯେବେ କହେ ମଜାରେ କହୁଥିଲିଟିକେ ସ୍ନେହ ଲୁଚିଯାଏକେହି ଯେବେ କହେ ମୋତେ ଫରକ ପଡୁନିଅନେକ ମନର କଥା ମନେ ଲୁଚିଥାଏକେହି ଯେବେ କହେ କିଛି କଥା ନାହିଁଦୁଃଖର ସମୁଦ୍ର ହୃଦୟରେ ଲହଡ଼ି ଭାଙ୍ଗୁଥାଏଯେବେ କେହି ହସିବାର…

ଅଭିମାନ
ଖୋଲାମେଲା ଆକାଶଟାକୁ ଲେଉଟାଣି ଆଖିରେ ଅନେଇମନତଳ କାନଭାସରେ ଆଙ୍କୁଛ କି ମୋ ପ୍ରତିଛବି ??ନା,,,, ସେଦିନର ରାଗରୁଷା ପାଇଁତମ ନାଲି ଓଠ ତଳେ ବିଳିବିଳାଉଛ ମିଠା ଭର୍ସନାଓହୋ, ବୁଝିଲି !! ବୋଧେ ଅଭିମାନ କରିଛତେଣୁ ତ ଖାରଜ କରୁଛ ମୋ ପ୍ରେମର ଆବେଦନ ପତ୍ରକୁନାକଚ କରୁଛ ତମ ହୃଦୟ ସାଗରରେ ଆଉଥରେ ଦାନା ବାନ୍ଧିବା ପାଇଁ ମୋ ଅନୁମତି ପତ୍ରକୁଆଖିପତାର ଛାଇରେ ଏତେ ପ୍ରେମକୁ ଜାଳିପୋଡି ଛାରଖାର କରି କି ପାଇଁ ସର୍ଜୁଛ ଘୃଣାର ଲଘୁଚାପକାହିଁକି ଡାକି…

ତୁମେ
ରାତି ଥାଉ ଥାଉତୁମେ ଗୋଟେସରି ଯାଉଥିବା ଅନ୍ଧାର,ବିଜୁଳି ପରିଧାରେ ଆଲୁଅ ମୁଁସକାଳକୁ ବାଟବଣା। ତମେ ଆଷାଢ଼ ଆକାଶରେବର୍ଷି ପାରୁନଥିବାଖଣ୍ଡେ ଭସା ବଉଦ,କ୍ଳାନ୍ତ ଡେଣାରେ ମୁଁଆକାଶ ଖୋଜୁଥିବାଗୋଟେ ଚାତକ ପକ୍ଷୀ। ଜଳୁଥିବା କାଠଗଣ୍ଡି ପାଖରେତମେ ଦେହ ଶେକୁଥିବାଲାଜକୁଳୀ ନୂଆ ଶୀତ,ସକାଳୁ ସକାଳୁ ଉଠିତୁମ ଛାଇ ଖୋଜୁଥିବାମୁଁ ଗୋଟେ ପାଣିଚିଆ ଖରା । ରବି ଶତପଥୀ

ସ୍ୱର୍ଗଭୋଗ
କୁଣ୍ଡଳୀନି ଷଡଚକ୍ରରୁ ଓହ୍ଲାଉଥିଲେ’ମୋତେ ଶଶକ୍ତ କରିବାକୁ ପ୍ରାର୍ବଦ୍ଧ ପୂଣ୍ୟତା !ଆଗକୁ ବଢିବାର ତାକତଭରୁଥିଲେ !ମୋ ଅନାହତ ପରମାୟୁ ?ଜୀବନର ସର୍ବନାମ, ତ ? କେବଳ ଜୀବନ ହିଁ ହୋଇପାରେ ,ସଖା ?ପଛରେ ଅନେକ ଶବମାନଙ୍କ ଗହଳି ,ପାରି ହେବାକୁ ଅଛିସାତ ସମୁଦ୍ର ତେର ନଈ ?ଅସୀମ ଆୟୁଷ୍ମାନ ମାନଙ୍କ ତଥାସ୍ତୁରତାକତ ସରିବା ପୂର୍ବରୁ ?ମୋତେ,ବିଲୀନ ହେବାର ଅଛି ; ଅମୃତସରୋବରରଚଉରାଶି ନାଭିପଦ୍ମରେ । ମଶାଣୀ ମୁହାଁ ହେଉଥିଲେ ; ସମଗ୍ର ଅର୍ଜିତ_ଅତିତ ?ଆଣ୍ଠେଇଥିଲା !କ୍ଷତାକ୍ତ ଆୟୁଷର ଅର୍ଧଭଗ୍ନ…

ବନ୍ଧନ
ଥିଲାବେଳେପାଖେ ପାଖେଯେତେ ସବୁ ରାଗ ରୁଷା ମାନ ଅଭିମାନଦୂରେ ଗଲେଝୁରି ଝୁରିନୀରବରେ ପୋଛୁଥାଅ ଅଶ୍ରୁ ସିକ୍ତ ନୟନ। ଦଂଶୁ ଥାଅନାଗ ହୋଇକ୍ରୋଧର ଗରଳ ଯେତେ ସବୁ ନିକ୍ଷେପିଣଝାଡ଼ୁ ଥାଅବିସ ପୁଣିଗାଇ ଗାଇ ପଦ୍ମତୋଳା ସୃଷ୍ଟିର ଜଣାଣ। ପାରେ ନାହିଁଜାଣି ମୁହିଁତୋ ଏମନ୍ତ ଭାବର ନିଆରା ଆକର୍ଷଣରୁଷି ଯାଏହସି ଦିଏମନେ ମନେ ଭାବେ ଏ କେମିତିକା ବନ୍ଧନ! ତପନ କୁମାର ବେହେରା କାନପୁର, ନରସିଂହପୁର,କଟକ

ସମୟକୁ ଅପେକ୍ଷା
ସୂର୍ଯ୍ୟୋଦୟ ଅପେକ୍ଷା କରେ ସକାଳକୁଖଦ୍ୟୋତିକା ଅପେକ୍ଷା କରେ ରଜନୀକୁକୋଇଲି ଅପେକ୍ଷା କରେ ଫଗୁଣକୁକଷତଣ୍ଡି ଅପେକ୍ଷା କରେ ଆଶ୍ୱିନକୁସମସ୍ତଙ୍କ ଭିତରେ ଥାଏ ସମୟର ଅପେକ୍ଷାସମୟକୁ ସମ୍ମାନ ଜଣାଇଟୋପେ କାକର ବି ଅପେକ୍ଷା କରେ ଶରତକୁସମୟ ସହ ଚକ୍ରାନ୍ତ କରିକେହି କେବେ ଭାଗ୍ୟ ଜିତି ପାରେନା ବାବା”ସମୟକୁ ହାତ ମୁଠାରେ ଧରିଆଙ୍କି ପାରେନା ଜୀବନର ନକ୍ସାଗଢି ପାରେନା ଇପ୍ସିତ ପୃଥିବୀମହା ଦ୍ରୁମ ହେଉ କି ମହା ମାନବସମୟ କାହାକୁ କେତେବେଳେ ଅଚେତ୍ କରିଦିଏକେହି ଜାଣେନା।ସମୟକୁ ସମ୍ମାନ ଦେଇ ପାରିଲେତୁ ଖୋଜି…