
ଶିରାଳ ହାତ
ସେଇ ଶିରାଳ ହାତର ଛତ୍ରଛାୟା ତଳେ ଶ୍ରୀମନ୍ତର ବାଲ୍ୟ ଜୀବନ ନିରାପଦରେ ଅତିବାହିତ ହୋଇ ଯାଇଥିଲା । ସବୁବେଳେ ଅକ୍ଲାନ୍ତ ପରିଶ୍ରମ କଲେ ବି ସେ ହାତ ଦୁଇଟି କେବେ ଥକି ଯାଉ ନଥିଲା । କେବେ କେମିତି ସେ ବିଶ୍ରାମ ନେଉ ନଥିଲା ତା’ ନୁହେଁ, ତଥାପି ସେ କଙ୍କାଳସାର ମଣିଷଟିକୁ ଶୋଇବାର ମୁଁ କେବେ ଦେଖିନଥିଲି। ସକାଳୁ ମୁଁ ଉଠିଲା ବେଳକୁ ସେ ତାର ନିତ୍ୟ କର୍ମ ସାରି ପୂଜା ଘରେ ବସି ଆଖି…