
ମୋ ବୋଉ
ସେତେବେଳେ ଆମର ଜନ୍ମମାଟି କୃଷ୍ଣ ଶରଣ ପୂର ଶାସନରେ ସପରିବାର ରହୁଥିଲୁ। ଆମ ଗାଆଁରେ ଘରକୁ ଘର ଲାଗି ରେଲ ଡାବା ଭଲି ଘର ହୋଇଥାଏ। ସମସ୍ତଙ୍କ ଚାଳକୁ ଚାଳ ଲାଗି ରହିଥାଏ। ପ୍ରତ୍ୟେକଙ୍କ କାନ୍ଥର ଦୁଇ ପାର୍ଶ୍ଵରେ ଗୋଟିଏ ଗୋଟିଏ ଜଳାବାଟ ବା ଗଳାବାଟ ଥାଏ। ପ୍ରତ୍ୟେକ ପରିବାର ପରସ୍ପର ମଧ୍ୟରେ ସୁସମ୍ପର୍କ ରହିବା ପାଇଁ ତଥା ହଠାତ୍ କୌଣସି ଜିନିଷର ଅଭାବରେ ଦେବା ନେବା ପାଇଁ ବ୍ୟବହାର କରାଯାଇଥାଏ। ସେହି ଜଳାବାଟ ମଧ୍ୟରେ ଶାଗ,…