ତଥାପି ହେ ମୃତ୍ୟୁ

ତଥାପି ହେ ମୃତ୍ୟୁସୃଜନ ସଂହାରଜନ୍ମ ମୃତ୍ୟୁର ଅବିଶ୍ରାନ୍ତ ଧାରାଏତ ଏକ ବିରୋଧ| ଭାସଲୟ ବିଲୟ ଭିତରେ ତୁମେ କିନ୍ତୁମୂର୍ତ୍ତିମନ୍ତ ଅବିଚଳିତହେ ଶାଶ୍ୱତ ମୃତ୍ୟୁ !ସଭ୍ୟତାର ସ୍ଵର୍ଣ ସୌଧସୃଜନଶିଳତାର କୋମଳ ଗାନ୍ଧାରକେତେ ଦର୍ପିତ ହସ୍ତିନାକେତେ ବାରୁଣା ବନ୍ତ ଆଉକେତେ ସ୍ଵର୍ଣ ଲଙ୍କାପୋଛି ଦିଅ ତମ ସ୍ପର୍ଦ୍ଧିତ ହୁଙ୍କାରେଲୀନ ହୁଏ ତୁମରି ବକ୍ଷରେପୃଥିବୀ ର ପ୍ରସୂତି ଶାଳାରେ ଯେ ବେl -ଜୀବନର ପଞ୍ଚଜନ୍ୟ ବାଜେ, ତୁମେ କିନ୍ତୁ ସର୍ତ୍ତ ରଖ “ମୁଁ ଆସିବି ଦିନେ”ତୁମେ ଆସ ପଞ୍ଚ ମହଭୂତର –ଦିବ୍ୟ…

Read More

ନ୍ୟାୟ

ପ୍ରତି ଦିନ କହୁଛୁ ଆମେନ୍ୟାୟ ନ୍ୟାୟ ନ୍ୟାୟଆମକୁ ନ୍ୟାୟ ଦରକାରନ୍ୟାୟ ଆମର ଅଧିକାରଏହି ନ୍ୟାୟ ର ସ୍ୱର ପ୍ରତି ଦିନ ଗୁଞ୍ଜିରତ ହଉଚିକିଏ ଦବ ନାରୀ କୁ ନ୍ୟାୟ ।କିଏ ହେବ ତା ସାହା ।କେଉଁଠି ରହିବ ସୁରକ୍ଷିତ ନାରୀ ଟେକିଏ କରିବା ତା ରକ୍ଷା । ବନ୍ଧୁ ପରିଜନ ହଉ କି ହଉ କାର୍ଯ୍ୟ କ୍ଷେତ୍ରସବୁଠି ରହୁଛି ଭୟ ,ପୁରୁଷ ଉପରେ ଭରସା ପାଉନି ।ମନ ହୁଏ ଅଥୟ । ମଣିଷ ସାଜୁଛି ଭକ୍ଷକ ଯୋଉଠିକୁକୁର…

Read More

ମାଗୁଣି ମୋହର ଘେନ

କରୁଣାମୟୀ ମାଆ ଶ୍ୟାମାକାଳୀ ପଦେ କରୁଛି ଏହି ଦୟିନୀଜଳାଇ ଦେଇଛି ଭକତିର ଦୀପ ଆହେ ଗିରିଜା ନନ୍ଦିନୀ।। ଆଲୋକିତ ହେଉ ଏ ସାରା ସଂସାର ଜଳି ଯାଉ ସବୁ ପାପଫେରି ଆସୁ ରାମ ରାଇଜ ଧରାକୁ ଜଳୁ ସୁଖର ପ୍ରଦୀପ।। ଅପସରି ଯାଉ ରାଗ, ହିଂସା, ଦ୍ୱେଷ ନରହୁ ଭେଦ କାହାରେକୋଟିଏ ଜନତା ଗୋଟିଏ ହୁଅନ୍ତୁ ବାନ୍ଧି ଏକତା ରଜ୍ଜୁରେ।। ଦୁଃଖ, ଦୈନ୍ୟ ଘୁଞ୍ଚି ଯାଉ ସମାଜରୁ ସୁଖର ସୁରୁଜ ଉଇଁଅମା ଅନ୍ଧକାର ଦୂରେଇ ଯାଉ ମାଆ…

Read More

ପୁଣ୍ଯ ମାସେ ପୁଣ୍ଯ ଦୀପାବଳି

ପୁଣ୍ୟ ମାସ ରେ ପୁଣ୍ୟ ଦୀପାବଳିହୃଦୟେ ଭକ୍ତି ଅଶେଷଲକ୍ଷ୍ମୀ ଗଣେଶ ଙ୍କ ପୂଜା ବିଶେଷମହାନ କାର୍ତ୍ତିକ ମାସ ପୟା ଶ୍ରାଦ୍ଧ ଦେଇ ବଡ ବଡୁଆଙ୍କୁକରୁ ଆମେ ନିମନ୍ତ୍ରଣଜୀବନ ହେଉ ଆଲୋକିତ ମୟକରିଥାଉ ନିବେଦନ ବଡ଼ ଦେଉଳରେ ବାଇଶି ପାହାଚେବଡ ବଡୁଆଙ୍କୁ ଡାକୁଜାଳି ଦିଅ ସବୁ ଅଶୁଭ ଚିନ୍ତନଦିବ୍ୟ ଚେତନା ଜାଗୁ ପ୍ରୀତିର ଦୀପାଳୀ ଜାଳିଦେବା ଆମେହିଂସା ହୋଇଯାଉ ଦୂରଘରେ ଘରେ ଜଳୁ ପ୍ରୀତିର ଦୀପାଳୀହଟି ଯାଉ ଅନ୍ଧକାର ପିତୃ ପୁରୁଷଙ୍କୁ ପିଣ୍ଡ ଶ୍ରାଦ୍ଧ ଦାନପୂଜା ହୁଅନ୍ତି ମା’କାଳୀବଡ଼…

Read More

ଦୀପାବଳି

ଆଜି ସଞ୍ଜ ବେଳାରେ ମାଟି ଦୀପଟିଏଜାଳିଛି ମୋ ଘର ଅଗଣାରେମନ ଦେଇ ଆଙ୍କିଛି ଚିତ୍ର ଅଳପନାସାତ ରଂଗ ବର୍ଣ୍ଣ ମୁରୁଜରେ ପୂର୍ଣ୍ଣ ଜଳ କଳସ ତହିଁ ସଜାଡିଛିନାନା ଜାତି ଫୁଲ ସମାହାରେଝଳମଳ ଝଳସେ ଆଲୋକର ମାଳାବିଭାବରୀ ଶୋଭା ମନହରେ ଆହେ ରାମ ରାଘବ ପ୍ରଜାନୁରଞ୍ଜନଆସ ଧାରା ଧାମେ ଆଉ ଥରେନାଶ କର ବଇରି ପାପୀ ରାବଣକୁସତ୍ୟ ଧର୍ମ ନ୍ୟାୟ ଧନୁ ତୀରେ ପାପ ତାପ ତମସ କଳୁଷ ଅଜ୍ଞାନଠେଲି ଦିଅ ପ୍ରଭୁ ବହୁ ଦୂରେପାଦ ତଳେ ବିନତୀ…

Read More

ଶୂନ ର ଜୀବନ

ଜୀବନ:ଓଳି ତଳ ର ବର୍ଷା ପାଣିରେକାଗଜ ଡଙ୍ଗାଏତେ ଲୋଚାକୋଚା !ଜୀବନ ରଚନାରଶେଷ କଥାରେଶୂନ !ଶୂନ ଶୂନ ଶୂନସବୁ ମୋଟରେଶୂନ !ଶୂନ୍ୟରେ ଜୀବନ ଆରମ୍ଭଶୂନ୍ୟରେ ଶେଷ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ କୋଲନରା, ରାୟଗଡ଼ାମୋ._୮୯୧୭୩୨୪୫୨୫

Read More

ଜାଳିଦେଲି ଦୀପଟିଏ

ଭାବର ବଳିତାକୁହୃଦୟର ମାଟି ଦୀପରେ ସଜେଇଅନୁରାଗର ତେଲ ଭରିଶ୍ରଦ୍ଧାର ପୁଷ୍ପାଞ୍ଜଳି ଦେଇପ୍ରୀତି ମୁରୁଜ ଉପରେଜାଳିଦେଲି ଦୀପଟିଏ। ଅପସରି ଯାଉମନର ଅନ୍ଧକାରସ୍ୱଚ୍ଛ ମନ ମନ୍ଦିରରେଆରାଧନା କରିବିସମାଜର ଅନ୍ଧାରଦୂରେଇବାକୁ। ସଭିଙ୍କ ପ୍ରାଣରେ ଜାଳିଦେବିଶ୍ରଦ୍ଧାର ଦୀପଶିଖାଦୂରୀଭୂତ ହେବ କପଟପଶାରଛଳନାପୂର୍ଣ୍ଣ କୁରୁସଭା, ଚକ୍ରବ୍ୟୁହର ଚିତ୍କାର,ମହାଭାରତର ମହାସଂଗ୍ରାମ। ଧରଣୀ ହସିଉଠୁ ମମତାରପରଶରେ,ପାପର ଅନ୍ଧାରଦୂରେଇ ଯାଉ ଗାନ୍ଧାରୀଙ୍କସେଇ ଆଶୀର୍ବାଦର ଝଲକରେ“ଅକ୍ଷୟ ହେଉ ପୂଣ୍ୟ ଜଗତେ ଧର୍ମର ହେଉ ଜୟ।” ଛଳନା, ଗର୍ବ, ଅହଂକାରର ମୁଖାକାଢ଼ି ଫିଙ୍ଗିଦେବାଅପହଞ୍ଚ ଇଲାକାକୁବୁଣି ଦେବା ସ୍ନେହ, ସରାଗର ବୀଜଧରିତ୍ରୀର ଓଦା, ବତୁରା…

Read More

ବାନ୍ଧିଛି ପ୍ରୀତିର ବସା

ମୁହଁ ଖୋଲି ସିନା କହି ସେ ପାରୁନିଦିନୁଁ ଦିନ ପ୍ରୀତି ବଢ଼େ,ଅଧରକୁ ଚାପି ଭ୍ରୂଲତା ନଚାଇଅୟୁତ ଆଲେଖ୍ୟ ବାଢ଼େ |ଶବ୍ଦରେ କହିଲେ କଥା ସରିଯିବଭାବନାରେ ଅନ୍ତ କାହିଁ !ପ୍ରତୀକ୍ଷାରେ ଥାଏ ଯେତିକି ଆନନ୍ଦପ୍ରାପ୍ତିରେ ମିଳଇନାହିଁ |ହୃଦୟର ଭାଷା ମନର ଭାବନାବୁଝଇ ପ୍ରୀତି ରସିକ,ତୃଷାର୍ତ୍ତ ଜୀବନେ ମରୀଚିକା ସମଭରେ ଆଶାର ପୁଲକ |କେବେ ବାରିଦକୁ ଅବା ସମୀରକୁଦୂତ କରି ସେ ପଠାଏ,ପୁଣି କେବେ ଚନ୍ଦ୍ର ସାଥେ ଚକୋରକୁସାକ୍ଷୀ କରି ଝୁରୁଥାଏ |ମଳୟ ପବନ ତନୁ ଛୁଇଁଦେଲେଝରିପଡ଼େ ପ୍ରୀତି ମଧୁ,ମନେପଡ଼େ…

Read More

ସିଏପରା ଆମ ଦାରୁ ଦେବତା

ସିଏପରା ଆମ ଦାରୁ ଦେବତାଯାହାଙ୍କ ଇଛାରେ ଜଗତ ଚାଲିଛିସିଏ ହର୍ତ୍ତା କର୍ତ୍ତା ଦୈବ ବିଧାତା ।ତା ପାଇଁ ସାଗରେ ଉଠେ ଜୁଆରମାଟିରୁ ଆକାଶ ଜଳ ସ୍ଥଳ ବାୟୁଆଲୋକ ସାଥିରେ ହୁଏ ଅନ୍ଧାର ।ଇଛାମୟଙ୍କ କୃପା ଅପାରସିଏ ଚାହିଁଦେଲେ ମାଟି ସୁନା ହୁଏସୁନ୍ଦର ଦିଶେ ତା ନାଲି ଅଧର।ମାନବୀୟ ଲୀଳା ଲାଗିଛି ତା’ରଶହେ ଆଠ ଗରା ସୁନା କୂଅ ଜଳେସ୍ନାନ କରି ତାଙ୍କୁ ହୁଅଇ ଜରଅଣସରରେ ଘରେ ଥିଲେ ଠାକୁରସେବାୟତଙ୍କର ସେବା ଶୁଶ୍ରୂଷାରେନବ ଯୌବନକୁ ଦେଖେ ସଂସାର ।ଭାଇ…

Read More

ହସିବା ଆଗରୁ କାନ୍ଦିବା ଆରମ୍ଭ

ଦାନା ବାତ୍ୟା ଆସିଦାନା ଉଜାଡିଲାଚାଷୀ ବିଲ ମୁଣ୍ଡେ କାନ୍ଦେ,କମରଟା ଆଉସଳଖି ପାରୁନିଅଣ୍ଟାରେ ଗାମୁଛା ବାନ୍ଧେ ।ସବୁ ସପନ ତାହୋଇଗଲା ଚୂନାବୋହିଗଲା ନ‌ଈ ଧାରେ ,କାହାକୁ କରିବସିଏ ଆଜି ଦୋଷୀବିଧାତା ର ଦରବାରେ ।ସୁନା କ୍ଷେତ ତା’ରହସୁଥିଲା କେତେଆଜି ସେ ପାରୁନି ଦେଖି,ବିରସ ବଦନେଚାରି ଆଡେ଼ ଚାହେଁକେମିତି ହୋଇବ ସୁଖୀ ।ହାତ ଯୋଡ଼ି କହେକେଉଁଠି ପ୍ରଭୁ ହେରହିଗଲା ମୋର ଦୋଷ,ହସିବା ଆଗରୁକାନ୍ଦିବା ଆରମ୍ଭହୋଇଗଲା ସର୍ବନାଶ । ହରିଶ୍ଚନ୍ଦ୍ର ମହାଳିକପାଖର, ଅନନ୍ତପୁର, ସୋରୋ, ବାଲେଶ୍ଵର ୯୩୨୪୩୯୯୫୧୮

Read More