ଜାଳିଦେଲି ଦୀପଟିଏ
ଭାବର ବଳିତାକୁହୃଦୟର ମାଟି ଦୀପରେ ସଜେଇଅନୁରାଗର ତେଲ ଭରିଶ୍ରଦ୍ଧାର ପୁଷ୍ପାଞ୍ଜଳି ଦେଇପ୍ରୀତି ମୁରୁଜ ଉପରେଜାଳିଦେଲି ଦୀପଟିଏ। ଅପସରି ଯାଉମନର ଅନ୍ଧକାରସ୍ୱଚ୍ଛ ମନ ମନ୍ଦିରରେଆରାଧନା କରିବିସମାଜର ଅନ୍ଧାରଦୂରେଇବାକୁ। ସଭିଙ୍କ ପ୍ରାଣରେ ଜାଳିଦେବିଶ୍ରଦ୍ଧାର ଦୀପଶିଖାଦୂରୀଭୂତ ହେବ କପଟପଶାରଛଳନାପୂର୍ଣ୍ଣ କୁରୁସଭା, ଚକ୍ରବ୍ୟୁହର ଚିତ୍କାର,ମହାଭାରତର ମହାସଂଗ୍ରାମ। ଧରଣୀ ହସିଉଠୁ ମମତାରପରଶରେ,ପାପର ଅନ୍ଧାରଦୂରେଇ ଯାଉ ଗାନ୍ଧାରୀଙ୍କସେଇ ଆଶୀର୍ବାଦର ଝଲକରେ“ଅକ୍ଷୟ ହେଉ ପୂଣ୍ୟ ଜଗତେ ଧର୍ମର ହେଉ ଜୟ।” ଛଳନା, ଗର୍ବ, ଅହଂକାରର ମୁଖାକାଢ଼ି ଫିଙ୍ଗିଦେବାଅପହଞ୍ଚ ଇଲାକାକୁବୁଣି ଦେବା ସ୍ନେହ, ସରାଗର ବୀଜଧରିତ୍ରୀର ଓଦା, ବତୁରା…