ମୁଁ’ କେଉଁଠି କେମିତି ?

ମୁଁ !ଏକ ସର୍ବନାମସସାଗରା ଧରିତ୍ରୀର ।ପ୍ରତିନିଧି,ଏ ସମାଜର ।ତୂର୍ଯ୍ୟନାଦଏକ ଚେତନାର ।ଆବିଷ୍କାରକବିଶ୍ଵବୋଧର ।ତିତିକ୍ଷାସଦାଚାରର ।ଅସୂୟାପ୍ରବଣତାର ।ଅସ୍ମିତାନିଜ ସତ୍ତାର ।ଅନୁଭବଘଟଣା କ୍ରମର ।ପ୍ରତିଜ୍ଞାକାର୍ଯ୍ୟ କାରଣରସାମର୍ଥ୍ୟମୋ କର୍ତ୍ତାପଣର।ଅନିର୍ବଚନୀୟ ପିଣ୍ଡରପ୍ରତୀକଏକ ଶକ୍ତିରଚିତ୍ରକଳ୍ପଏକ ଚିତ୍ରିତ ବିଶ୍ଵର ।କବିଟିଏଜନଜୀବନର।ଚିତ୍ରକରଆଗାମୀ କାଲିର।ମୁ ମୋର ପରିଚୟଏକ ସୀମିତ ଦୃଷ୍ଟିର । ଡଃ ସ୍ଵର୍ଣ୍ଣମୟୀ ଜେନା ଖୁଣ୍ଟିଆବରେଇପାଲିସମ୍ବଲପୁର

Read More

କଲମ

କଲମ ହିଁ ମୋ ଜୀବନକଲମ ହିଁ ବୁଝେ ମୋର ମନର ଭାବସେ ହିଁ ଜାଣେ ମୋର ଅଝଟିଆ ସ୍ବଭାବଦିଏ ନାହିଁ କେବେମତେ ସିଏ ଯେ ବିରତିତାରି ଆଦେଶେ ମୁଁ ଯେ ଲେଖେଦିନ ଓ ରାତିମୋଆଗରେ ସେ ପରା ହସିହସି ଚାଲେମୋ ମନର ଭାଷାକୁ ସେ ନିର୍ଭୟ ରେଖୋଲେନିର୍ଜିବ ଖାତାଟି ମୋର ପଡିରହି ଥାଏକଲମଟି ମୋର ତାକୁ ଜୀବଦାନ ଦିଏକଲମ ହିଁ ମୋର ଜୀବନକଲମ ହିଁ ମୋର ସାଧନକଲମ ହିଁ ମୋର ସ୍ବପ୍ନକଲମ ଟି ମୋର ଅମୂଲ୍ଯ ରତ୍ନଭାବନା…

Read More

ବ୍ୟାକୁଳତା

ଆସ,ଗାଇ ଯିବା ଜୀବନରଆତ୍ମୀୟ ଆଳାପମନ, ବନ, ଉପବନଚେତନାର ନନ୍ଦନକାନନଉପରେ ନୀଳ ଆକାଶ,ଛୁଇଁଯିବା ତାରାର ମେଖଳା ॥ ସତ୍ୟ ଓ ସ୍ୱାଧୀନତାଲୋଡ଼ା ଆଜି ଆଲୋକର ରଶ୍ମିତାଳ ଦେଇ ସମୟର ସୁରେଆଜି ବ୍ୟାକୁଳ ପ୍ରାଣରେ॥ ଲଗାଇଲା କିଏ ଏଇ ମାୟାକେବଳ ଟିକିଏ ହସ ଲୋଡ଼ା ମୋରଆଲୁଅ ଅବା ଅନ୍ଧାରରେଆସିବକି କେବେଅମୃତର ଆସ୍ଵାଦନେପରିତୃପ୍ତ ପ୍ରାଣ ମୋରଆକ୍ତା ମାକ୍ତାଫୁଲରେ ଗଢ଼ା କବିତାସମବେଦନା ଦେଇଝାଳର ବାସ୍ନାରେ,ହୃଦରେ ଜାଗୁ ସତ୍ୟର ସ୍ପନ୍ଦନସ୍ମୃତିର ବେଳାଭୂମି ପରେ ॥ କେତେବେଳୁ ଆସ୍ଥାନଜମେଇ ବସିଛିତୁମ ଦେହର ଆଲବମ୍ ପରିଶବ୍ଦ ଟିଏ…

Read More

ପାଥେୟ

ଯାଉ ପଛେ ପ୍ରାଣ ନ୍ୟାୟ ପାଦତଳେ ପଢ଼ିବି ନାହିଁ ମୁଁ ଅନ୍ୟାୟ କବଳେ। ଆସୁ ପଛେ ଯେତେ ତେତେ ବଜ୍ରାଘାତ ତଥାପି ବାଛିବି ମୁଁ ମୋହର ପଥ। ଯେଉଁ ପଥେ ଭରା ସତ ଆଉ ନ୍ୟାୟ ସେହି ପଥେ ଏକା ହେବି ମୁଁ ପାଥେୟ । ବିଳାସ ବ୍ୟସନ ଲୋଡ଼ା ନାହିଁ ମୋର ସେ ସବୁ କେବଳ କ୍ଷଣିକ ମାତର । ଜାଣୁ ଜାଣୁ ତାହା ଅର୍ଜିବି କାହିଁକି ମାନବ କି ଜନ୍ମେ ବିଳାସ ପାଇଁକି !…

Read More

ଦୀକ୍ଷା ଗୁରୁ

ମାଆର ଗର୍ଭରେ ଅନ୍ଧାର ଭିତରେଯେବେ ଆମେ ବଢୁଥିଲେ,ନର୍କ ଯନ୍ତ୍ରଣାରୁ ବଞ୍ଚିବା ପାଇଁକିପ୍ରଭୁଙ୍କୁ ସ୍ମରଣ କଲେ…. ଅନ୍ଧାର ମଧ୍ୟରେ ନବ ଯାତ ଶିଶୁକରୁଥିଲା କୁଆଁ କୁଆଁ,ଏ ନର୍କ ମଣ୍ଡଳୁ ଉଦ୍ଧାର ପ୍ରଭୂ ହେହୁଅ ପ୍ରଭୂ ମୋତେ ସାହା… ପ୍ରଭୂ ଆସିଥିଲେ ଡାକ ଶୁଣିଥିଲେକହିଥିଲେ ଗୋଟେ କଥା,ନର୍କରୁ ଉଦ୍ଧାର କରିଦେବି ତୋତେମାନିବୁ ଯଦି ମୋ କଥା… ନର୍କରୁ ଉଦ୍ଧାର କରିଦେବି ତୋତେମୁକ୍ତି ତୋତେ ଦେଇଦେବି,ମହାମନ୍ତ୍ର ଦେବି କରିଥିବୁ ଯପଡାକିଦେଲେ ଆସିଯିବି…. ଭକ୍ତର ଦୁଃଖ ଦେଖି ମହାପ୍ରଭୁହୋଇଥିଲେ ଆବିର୍ଭାବ,କାନରେ ତାହାର ଦେଲେ…

Read More

ଈଶ୍ୱର

ଈଶ୍ୱରଙ୍କୁ ମୁଁ କେବେ ବି ଖୋଜିନିକାହିଁକି ବା ଖୋଜିବି ?ସିଏ ତ ମୋ’ ଭିତରେ ଜନ୍ମରୁ ଅଛନ୍ତିଶେଷ ନିଃଶ୍ବାସ ପର୍ଯ୍ୟନ୍ତ ରହିବେ…! ମୁଁ ଦେଖିପାରେ ତାଙ୍କୁ :ଏଠି ସେଠି ସବୁଠି,ଛୁଆର ହସରେ,ଅଳିଆ ଗଦାରୁ ଜରି ଗୋଟାଉ ଥିବାଗନ୍ଧିଆ ହାତ ପାପୁଲିରେ…! ଈଶ୍ୱର ଅଛନ୍ତି ମୁଁ ଜାଣିଛିଅତ୍ର ତତ୍ର ସର୍ବତ୍ର,ଦେଖି ପାରୁନାହାଁନ୍ତି ଯେଉଁମାନେଥାଇପାରେ କିଛି ଚକ୍ଷୁ ଦୋଷସେମାନଙ୍କ ଦୃଶ୍ୟ ରେଟିନାରେ…! କାନ୍ଦୁଥିବାର ଦେଖିଛି ଈଶ୍ୱରଙ୍କୁଜରାଶ୍ରମରେ,ଧାଡ଼ିରେ ପଡିଥିବା ଖଟିଆ ଉପରେ,ଦିନରାତିର ହିସାବ ନଥାଏ ଯେଉଁଠିଈଶ୍ୱର ପରା ସେଇଠି ଥାଆନ୍ତି !…

Read More

ସମୟର ଗତି

ସଭ୍ୟତା ସହିତ ସଂସ୍କୃତିକୁ ମଣିଷ ଯେବେ ନ ମାନଇପରିବେଶ ସହିତ ପ୍ରକୃତି ମଧ୍ୟ ବିପରୀତ ମୁଖି ହୁଅଇ ସମୟର ଗତି ଆଗକୁ ବଢିବାନିତି ତାହା ଆଗକୁ ବଢଇ ସମୟ ସହିତ ଓତଃପ୍ରୋତ ଭାବେଆଧୁନିକତା ହୋଇଛି ଯୋଡେଇ ଖାଦ୍ୟ ପାନୀୟ ସହିତ ବଦଳି ଗଲାଣି ମଣିଷର ରହଣି ସହଣିଆଧୁନିକତାର ଛାପ ଏମିତି ପଡିଛି ପରମ୍ପରାକୁ ଭୁଲି ସେ ଆପଣେଇଛିନୂତନ ଚାଲି ଚଳଣି ସବୁ ଠିକ୍ ହେଲେ ସୀମାରେଖା ଭିତରେଆଧୁନିକତା କେବେଠୁ ହେଲାଣି ସାମାଜିକ ଲଜ୍ଜ୍ୟା ଆଉ ମାନସମ୍ମାନର ଉର୍ଦ୍ଧରେ…

Read More

ଅଧାଲେଖା କବିତା

ଶବ୍ଦସବୁ ହଜିଯାଏ ଧୂମାୟିତ ହୋଇଆସୁ ଆସୁ ମାନସ ପଟରେରଙ୍ଗ ସବୁ ଉଡ଼ି ଯାଏ ଶୂନ୍ଯରେସାଦା କାଗଜଟା ଭରା ଶୂନ୍ଯତାରେ।।ମୋମନର ବିକ୍ଷିପ୍ତ ଇଲାକାରେଆଧିପତ୍ୟ ଅନଧିକାରରେହେ କୃଷ୍ଣ, କଳାମୋର ହରିନେଲଗାଣ୍ଡିବ ଉଠୁନିଆଜି ଏ ହାତରେ।।ଅଧାଲେଖା କବିତା ମୋ ଆଜିଶୂନ୍ୟ ଏକସଫେଦ କାଗଜପୂର୍ଣ୍ଣତାର ପ୍ରତୀକ୍ଷିତ ମୂହୁର୍ତ୍ତରେହୃତଶବ୍ଦ ସମ୍ଭାର ରଖୋଜ।। ମୋହିନୀ ହୋତାଶିକ୍ଷୟିତ୍ରୀ, ବସନ୍ତପୁର,ସମ୍ବଲପୁର

Read More

ହଜିଗଲା… ଆଉ ଫେରିବନି

ମିଛ କହିବା ପାଇଁ ଡରୁଥିବା ମନଟାସତ କହିବାକୁ ଡରିଲାଣି…ବୋଧେ ପିଲାଦିନଟା ହଠାତ୍ ହଜିଗଲାଣି…! ବାପାଙ୍କ ସାର୍ଟ ମାଆର ଶାଢ଼ୀ ପିନ୍ଧି ଦର୍ପଣ ଆଗରେ ନିଜକୁ ଦେଖିବା ଆଖିନିଶ ଲିପଷ୍ଟିକ୍ ସଜାଡିବାକୁ ଦର୍ପଣ ଦେଖିଲାଣି…ଏହେଃ…ପିଲାଦିନ ହଜିଗଲାଣି…! ବର୍ଷାରେ ଭିଜି ଦୁଇହାତ ଟେକି ନାଚିବା ମନସର୍ଦ୍ଦି ଭୟରେ ମୁଣ୍ଡକୁ ଦୁଇହାତରେ ଘୋଡେ଼ଇ ଦେଲାଣିଆଃ…ପିଲାଦିନ ସତରେ ହଜିଗଲାଣି…!! ଦିନରାତି ଗପିଲେ ସରୁ ନଥିବା କଥାବାହାନା ଖୋଜି ଖଣ୍ଡିକାଶ ଦେଇ ଗଳା ଖଙ୍କାରିଲାଣି…ସତରେ…ପିଲାଦିନ ହଜି ଗଲାଣି…? ଧୂଳିରେ ଗଡ଼ାଗଡି ହେଇ ଖେଳୁଥିବା ଦେହଟା…

Read More

ଦୁଇଟି ସମାଜ

ଦେଖିଛକି କିଏ ରାସ୍ତା କଡ଼ର ସେ ଭୋକିଲା ପିଲାର ମୁହଁ,ତା ମନ ବେଦନା ଭୋକର ଜ୍ୱଳନାଲିଭାଇଛ କିଏ କୁହ |(୧)ଛଳ ଛଳ ଆଖି ଚାହିଁ ରହିଥାଏକାହା ହାତ ଟେକା ଦାନ,କ୍ଷୀଣ ଶରୀରଟା ଏପାଖ ସେପାଖକିବା ରାତି କିବା ଦିନ l(୨)ଖରାରେ ଉତପ୍ତ ତାହାର ଶରୀରବରଷାରେ ଯାଏ ଭିଜି,ଅସହ୍ୟ ଶୀତଟା କାମୁଡ଼ି ଗୋଡ଼ାଏତାକୁ ପରା ଖୋଜି ଖୋଜି ।(୩)ଜାଣି ନାହିଁ ସେଇ ବ୍ୟଞ୍ଜନର ନାମଖାଲି ଗଣ୍ଡେ ତାକୁ ଲୋଡ଼ା,ଆବର୍ଜନା ଘେରା କର୍ମ ଯେ ତାହାରଭାଗ୍ୟ ତାର ଦରପୋଡ଼ା ।(୪)ନିରିଖି…

Read More