ବର୍ଣ୍ଣାଢ୍ୟ ଶରତ
ଆସନ୍ତେ ଶରତ କାଳ ଆକାଶ ଦିଶେ ନିର୍ମଳ, ଗଗନ ପାଣ୍ଡୁର ବର୍ଣ୍ଣ ଶୋଭା ପ୍ରକାଶେ, ଗଭୀର ଗର୍ଜନ କାରୀ ବାରିଦ ପଟଳ ଲୁଚି, ଖଣ୍ଡ ଖଣ୍ଡ ମେଘମାଳ ନୀଳ ଆକାଶେ, ଶାନ୍ତ କୋମଳ ନିଳୋତ୍ପଳ, ପ୍ରକାଶଇ ଦିବ୍ୟ ଶୋଭା ହୋଇ ନିର୍ମଳ (1) କେତକୀ ଟଗର ମଲ୍ଲୀ ରଜନୀ ଗନ୍ଧା ନିଆଁଳି, ଧଳା ପଟରେ ସଜ୍ଜିତା ଧରଣୀ ମାତ, କୁଟଜ ଅର୍ଜୁନ ବୃକ୍ଷ ଗନ୍ଧହୀନ ବହେ ବାତ ଅତିବେଗର ଗତି ହେଲାଣି ବିରତ, ପ୍ରଖରତା ଶୁନ୍ୟ ସମୀର,…