Category: ଓଡ଼ିଆ କବିତା
ଲଂଘିବି ଦୂର୍ଗ
ହୃଦୟକୁ କରିଛି ଦୂର୍ଗ ମୋହର, ଗଢିଛି ଉଚ୍ଚ ଉଚ୍ଚ ପ୍ରାଚୀର, ଜୀଇଁବି ବୋଲି ମୁଁ ଏକା, କେହି କାଳେ ପୁଣି ଲଗାଇ ନଜର ଭାଙ୍ଗିଦେବ ଛୋଟ ମନକୁ ମୋହର, ତେଣୁ କାନ୍ଥରେ ନାହିଁ ଝରକା…. ଡେଣା ଥାଇ ଆଉ ଉଡେନା ମୁହିଁ ଚଇତି ପବନକୁ ଭରଷା ନାହିଁ, ଭୟରେ ସପନ ଆଉ ନ ଦେଖେ, ଦେଖିଲେ ବି ପଲକ ପଛରେ ରଖେ… କାଚର ହୃଦୟ ଭାଙ୍ଗିଛି ଥରେ, ଭାବିଲେ ସେ କଥା ରକତ ଝରେ… କିନ୍ତୁ ଯଦି…
ଏଇତ ଖେଲ ଘର
କ୍ଷଣ କେ ମରୁଭୂମି ଏଠି ଜୀବନ ଯେ ତରୁ ଡାଳ କେତେ ବେଳେ ସେ ପାଚି ଝଡି ଯାଏ ତ ଆଉ କେତେ ବେଳେ ସେ ଭିଜି ଭିଜି ସଢ଼ି ଯାଏ ବିଚାରି ବି ବୋଲି କହେ ସେ ମିଠା ବାଣୀ ବାଣୀ ସରି ଗଲେ ହା ହଃ କରନ୍ତି ଏଠି ଗଣେ ।। ଏଇତ ଖେଲ ଘର।। କୁମ୍ଭ ନାଦ ପରି ରଡ଼ି ଛାଡ଼ି ଯାଇ ଏଠି ଗର୍ବ ଚୂନ ନାହିଁ କି ବନ୍ନ…
ତୁମେ ଯଦି ଥାଆନ୍ତ ପାଖରେ
ତୁମେ ଯଦି ଥାଆନ୍ତ ମୋ ପାଖରେ…. ଏକାଠି ହୋଇ ଖେଳନ୍ତିନି ହୋଲି-ସପ୍ତରଙ୍ଗରେ… ତୁମେ ଯଦି ଥାଆନ୍ତ ମୋ ପାଖରେ…. ରଙ୍ଗର ଅବିର ଢାଳନ୍ତିନି ମୋ ମୁହଁରେ… ତୁମେ ଯଦି ଥାଆନ୍ତ ମୋ ପାଖରେ…. ବେରଙ୍ଗ ଜୀବନକୁ ରଙ୍ଗୀନ କରନ୍ତିନି ରଙ୍ଗ-ପିଚିକାରୀରେ…. ତୁମେ ଯଦି ଥାଆନ୍ତ ମୋ ପାଖରେ…. ଭାଙ୍ଗ ଖାଇ ମାତନ୍ତିନି ରାଧାଶ୍ୟାମ ପ୍ରେମରେ… କେମିତି ବା ଥିବ ତମେ ମୋ ପାଖରେ… ଯେଉଁ ରଙ୍ଗଟିକ ପାଇଁ ମୁଁ ବଞ୍ଚିଥିଲି- ସେ ରଙ୍ଗକୁ ଗଲାବେଳେ ତମେ ଛଡେଇ…
ସେ ଚେହେରା
ଏତେ ଭିଡ଼ କୋଳାହଳ ଭିତରେ ଏକା ସେଇ ଚେହରା ବାରମ୍ବାର ମତେ କାହିଁକି କେଜାଣି ଘାଣ୍ଟି ଚକଟୁ ଥାଏ । ସତେ ଯେମିତି ମୋର ଆଉ ଥୟ ନ ଥାଏ ବର୍ତ୍ତିବାର ଉପାୟ ନ ଥାଏ ମରୁଭୂମିର ମରିଚିକା ପ୍ରାୟେ । ମନ ଭିତରକୁ ଖୁମ୍ପି ପକାଉଥିବା ସେ ଚେହରା ଭିନ୍ନ ଏକ ସ୍ୱପ୍ନ କୁ ନେଇ ହଜି ଯାଇଛି ସେ ଶୂନ୍ୟରେ । ଶୂନ୍ୟତାର ସବୁଜିମା ରେ ଚେହେରା ତାର ଘୁରିବୁଲେ ମୋର ଏକା ଜୀବନରେ …
ତୁମ ପାଇଁ
ଝୁରାମନ ଝୁରି ହୁଏ, ପିଲା ଦିନ କଥା ମାଁ-ବାପାଙ୍କ ଗେଲ-ଆଦର ମନେ ପଡ଼େ ଖେଳବେଳ ସାଙ୍ଗସାଥୀ ,ଭାଇଭଉଣୀଙ୍କ ମେଳ ଆଚାର ଚୋରି ଆଉ କଞ୍ଚା ଆମ୍ବ,କୋଳି ଖିଆ କଥା ଖୁବ୍ ବେଶୀ ମନେ ପଡ଼ ତୁମେମାନେ ଖିଆଳି ମନକୁ ମୋର ବାନ୍ଧିଛ , ବନ୍ଧୁ ପଣେ କରିଛ ତୁମରି ବସା । ସମୟର ଚୋରା ବାଲି, ସବୁ ଚୋରି କରି ନେବ ହେଲେ ତା’ ପାଖରେ ଚାବି କାହିଁ ଖୋଲିବାକୁ ତାଲା ପକା ମୋ ମନର ଗୋପନ…
ଅରଣ୍ୟ ଅଭେଦ୍ୟ
ଏଇଠି ; ପାହାଡ଼ ତୀଖରୁ ଓହ୍ଲାଇ ଆସନ୍ତି ? ଭାରୁଏ’ ଭାରୁଏ’ ବାଟହୁଡା’ ଭୋକ ? ଜଙ୍ଗଲ’ ଫେରନ୍ତା’ ଅନେକ’ ଅନିଦ୍ୟ’ ଅଶିଣ ? ପାହୁଲାଏ’ ପାହୁଲାଏ’ ପରାସ୍ତ’ ପ୍ରତିଵେଦନ ? ଲୋଚା’କୋଚା ଲୁହ’ ମାନଙ୍କ ଲହ’ ଲହ’ ନିମନ୍ତ୍ରଣ ? କୁରୁଳା’ କୋହ ମାନଙ୍କ କାକୁସ୍ଥ’ କାହାଣୀ ? ଜଙ୍ଗଲ ଜଂଘସନ୍ଧି’ର କ୍ଷତାକ୍ତ’ କ୍ଷତ ? ଉଲଗ୍ନ’ ଅରଣ୍ୟର ଅଗନା’ ଅଗନି’ ଅନ୍ତଃସତ୍ତ୍ବା’ ଲୁହ ? କେବେ’ କେମିତି; ଚୁପ୍ ଚାପ୍’ ନିଗିଡ଼ି’ପଡନ୍ତି ? ପାହାଡ଼ୀ’…
ବନ୍ଧୁ ତୁମେ
ଦୀନ ଜନ ବନ୍ଧୁ ଗୋପବନ୍ଧୁ ତୁମେ ଅଟ ଯେ ପ୍ରକୃତ ବନ୍ଧୁ ଦେବ ଦୂତ ପରି ସାହା ହେଉଥାଅ ଦୁଃଖୀ ପ୍ରାଣେ କୃପାସିନ୍ଧୁ ।। ପିତା ଦୈତାରି ମାତା ସ୍ୱର୍ଣ୍ଣମୟୀ ଅଟନ୍ତି ଧନ୍ୟ ଦମ୍ପତି ଦୁଃଖୀ ଜନ ସେବା ଜୀବନେ ତୁମର ଅଟେ ଅମୂଲ୍ୟ ସମ୍ପତ୍ତି ।। ପିଲା ବେଳୁ ତୁମ ସୁଗୁଣ ଦେଖିଛି ସୁଆଣ୍ଡୋ ଗ୍ରାମର ଲୋକେ ପରିବାର ଭୁଲି ଦୁଃଖୀ ସେବା କଲ ନ କରିଲ ଚିନ୍ତା ଟିକେ ।। ଅନ୍ୟାୟକୁ ଯେବେ ନ…
ଆଖି ଇସାରା
ଆଖିର ଇସାରା ଗହନସେ କଥା ବୁଝିବି ଅବୁଝା ରହେ, ବୁଝିବା ପାଇଁକି ଶାଠ ପାଠ ଲୋଡା ମରମ ବଖାଣ କହେ…..।।୦।। ନୀଳ ସାଗରରୁ ଘନ ନୀଳ ସିଏ ଗଭୀରତା ନାହିଁ ଜଣା, ଆକାଶ ଛାଉଣୀ ଛୋଟ ପଡିଯାଏ ପରିସୀମା ଆନମନା, ଆଖି ଇସାରା ରେ ଜୀବନ ଭରଇ ମରି ହଜିଥିଲା ଦେହେ…..।।୧।। ଝରିଗଲେ କେବେ ଲୁହ ଦୁଇ ଧାର ଗପ ଉପନ୍ୟାସ ହୁଏ, କାହା ପାଇଁ ଅବା ପ୍ରେମର କବିତା ପରାଣ ଦହନ ସିଏ , ସେ…
ଅଲେଖା ପୃଷ୍ଠା
ଯନ୍ତ୍ରଣା ଏକ ଜୀବନ ଖାତାର ଅଲେଖା ଶବ୍ଦ ଟିଏ ସେ ଶବ୍ଦକୁ ଯିଏ ନିତି ପଢେ ସେ ଜୀବନ ଯନ୍ତ୍ରଣା କୁ ସୌନ୍ଦର୍ଯ୍ୟ ର ରୂପ ଦିଏ। ସେଇ ଯନ୍ତ୍ରଣା ସୌନ୍ଦର୍ଯ୍ୟ ଆଇନା ରେ ଦେଖେ ଭିନ୍ନ ତା’ ରୂପ ଛାଇ ଜୀଇଁ ବାକୁ ହେବ ସେଇ ଛାଇ ତଳେ ଆଖିରୁ ଲୁହ ଶୁଖେଇ। ମିଛ ହସ ଧାରେ ସତକୁ ଆଦରି ନେଇ ନୀରବ ଓଠରେ , ଭାଷା କୁ ହଜେଇ ହାତ ଲେଖୁଥିବ ଅଲେଖା କାଗଜେ …