ମନେ ପଡେ ପିଲାଦିନ
ଝୁରି ହୁଏ କେତେ ମନେପଡେ ସେ ଦିନ ଫେରିଆ ଫେରିଆ ମୋ ପିଲାଦିନ କାହିଁ ସେଇ ସାଙ୍ଗସାଥୀ ଖେଳୁ ଥିଲୁ ଖେଳ ବୋହୂ ଚୋରି ପୁଚି ଲୁଚୁ ଲୁଚାଣୀର…
ଝୁରି ହୁଏ କେତେ ମନେପଡେ ସେ ଦିନ ଫେରିଆ ଫେରିଆ ମୋ ପିଲାଦିନ କାହିଁ ସେଇ ସାଙ୍ଗସାଥୀ ଖେଳୁ ଥିଲୁ ଖେଳ ବୋହୂ ଚୋରି ପୁଚି ଲୁଚୁ ଲୁଚାଣୀର…
ପବନ ଆଉ ତାପମାତ୍ରା ଉଭୟ ଗ୍ରୀଷ୍ମ ପରି ଚାଉଁ-ଚାଉଁ, ତଥାପି, ପାଚେରୀ ପାଖକୁ ଲାଗି – ସକାଳୁ ଗଙ୍ଗଶିଉଳି ଝଡୁଥିଲା, ରାଜଧାନୀ ରାସ୍ତାରେ- ସପ୍ତପର୍ଣ୍ଣୀ ମହକୁଥିଲା, ଆଉ ଉପକଣ୍ଠର ଅନାବାଦୀ ଭୂମିରେ- କାଶତଣ୍ଡୀ ଝଟକୁ ଥିଲା, ହଁ, ତାହେଲେ ଏଇ ଭିତରେ ବୋଧେ- ଶରତ ଋତୁ ଆସି ଯାଇଥିଲା! ବଡଦାଣ୍ଡର ମାଳିଜାଗା ପାଖରେ, ଗୋଟିଏ ସଜ୍ଞାବିହୀନ, ନିସ୍ତେଜ ଗର୍ଭରେ କେଉଁ ଏକ ‘ମହିଷାସୁର’ର ଶୁକ୍ରାଣୁ – ଭୃଣର ରୂପ ନେଇ ସାରିଥିଲା, ଗୋସାଣୀଙ୍କ ପାଇଁ ସୋଲ-ଜରି ଗହଣାର…
ଡାକବାଲା ଦେଲା ହୃଦୟ ଆାକାର ଉପହାର ବାକ୍ସ ନାଲି , ମହମହ ବାସ ଭେଦି ଆସୁଥିଲା ସତେ କିବା ଚୋରା ବାଲି।। ଗୋଲାପି ଫିତାରେ ଫୁଲ ଛନ୍ଦା ଥିଲା ନଥିଲା ପ୍ରେରକ ନାମ , ହସୁଥିଲା ଦୁଇ ନାଲି ଓଠ ଦାଗ ବିଚିତ୍ର କାହାର କାମ ?? ଆମାନିଆ ମନ ଖୋଜିବୁଲୁ ଥିଲା ଭିତରେ କି ଥିବ ବୋମା, ବଦଳାଇ ଦେବ ନିମିଷ ମାତରେ ଚଉପାଟି ପରିସୀମା ।। ଆତୁରେ ଖୋଳିଲି ଭିତରେ ପାଇଲି ଫରଦେ କାଗଜ…
ସବୁ କିଛି ଲେଖି ହୁଏନି ବୋଲି ଅନେକ କିଛି ଲେଖି ହୋଇଯାଏ କିଛି ହୃଦୟ କୋଣରେ ଲୁଛି ରହୁ ବୋଲି ଅଶ୍ରୁ ଧାରରେ ଅନେକ କିଛି ବୋହି ଯାଏ କାନ୍ଦି କି ହସିବା ଆଉ ହସିକି କାନ୍ଦିବା ହିଁ ଜୀବନର ସେଇ ଅମୂଲ୍ୟ ସମ୍ପଦ ଯାହା ସହଯେ ସମସ୍ତଙ୍କ ଭାଗ୍ୟରେ ଜୁଟି ନଥାଏ ।। ତଫିଜୁଲ ହୋସେନ ଚିପିଲିମା, ସମ୍ବଲପୁର
ଚାହିଁବି ନି ତୁମେ ସ୍ବପ୍ନ ଟେ ହୁଅ ଆଖି ଖୁଲୁ ଖୁଲୁ ଯଦି ହଜିଜାଅ । ପୁଣି କହିବିନି ଜେ, ତୁମେ ଜହ୍ନ ଟିଏ ସାଜି କେବେ ପୁନେଇଁ ତ ଅମାବାସ୍ୟା ହେଇ ଇତସ୍ତତ କରୁଥାଅ । ବରଂ ତାରା ଟିଏ ସାଜି ମୋ ମନ ଗଗନ ରେ ଉକିଁ ମାରୁଥାଅ। କଦାପି କହିବି ନି ସମୁଦ୍ର ର ଢେ଼ଉ ଟିଏ ସାଜି ଆସି ପୁଣି ଫେରି ଯାଅ। ବରଂ ଶାମୁକା ଟିଏ ହେଇ ହୃଦୟ…
ଚଷାପୁଅ ବର୍ଷାଧାରାରେ ଡଂଗାକରି ଭସାଇଦିଏ ପାଠପଢା ଖାତା ଲିଭିବା ଯାଏଁ ଜୀବନସଳିତା ଲଂଗଳମୂନ କୁ ଲେଖନୀ ଖେତକୁ କରି ଖାତା ଲେଖୁଥାଏ ଜୀବନକବିତା । ବର୍ଷା ହେଲେ ଚଷାପୁଅ ପକ୍ଷିଆ ଖୋଜେନା ଛାତିରେ ଜାକିପକାଏ ମେଘକୁ ପିରତି ରଚେ ପାଳଭୂତ ସାଂଗେ ଅଜାଡି ପକାଏ ଖତଭଳି କ୍ଷେଦକୁ ହସିପକାଏ ପାଳଭୂତ ବିସ୍ତୃତିଯାଏ ତାର ହାତ ଆଉ ଦାନ୍ତ ଛାଡ୍ ରେ….ଦେଖ୍ ତୋ ଖେତରେ ମାଟି ପାଣି ଆକାଶ ପବନ ସଭିଏଁ ମିଳାଇ ମନ ଗଢନ୍ତି ଜୀବନ ଶୀତଳି…
ଜୀବନର ଚଳାପଥେ ଝୁଣ୍ଟି ପଡ଼ି- ଲହୁଲୁହାଣ ହୋଇ ଭାଙ୍ଗି ପଡ଼ିଛୁ କି ତୁ..? ଜୀବନ ଯୁଦ୍ଧରେ ସଂଗ୍ରାମ କରି- କ୍ଷତାକ୍ତ ହୋଇ ଥକି ପଡ଼ିଛୁ କି ତୁ..? ନା…ତତେ ଉଠିବାକୁ ହେବ; ଯୁଝିବାକୁ ହେବ- ଏ କଣ୍ଟକିତ ରାସ୍ତାରେ କ୍ଷତାକ୍ତ ହୋଇ ମଧ୍ୟ ପାଦ ବଢ଼ାଇ ଆଗେଇବାକୁ ହେବ..! ଉଚ୍ଚ ଲକ୍ଷ୍ୟପ୍ରାପ୍ତିର ପ୍ରତ୍ୟାଶାରେ ଶକ୍ତ ଚାପୁଡ଼ା ଖାଇ ମଉଳି ଯାଉଛୁ କି ତୁ….? ଅଜଣା ରାସ୍ତାରେ ଏକାକୀ ବୁଲି ବୁଲି ବାଟବଣା ହେବାର ଭୟ କରୁଛୁ କି…
ମୋ ଜୀବନ ନାଟକେ ମୁଁ ଅଭିନେତା , ମୁଁ ଦର୍ଶକ ନିର୍ଦ୍ଦେଶକ ଅଟେ ମୁହିଁ ଚିତ୍ରପଟ ବଦଳେ ଚରିତ୍ର ବଦଳେ ବାରମ୍ବାର କିନ୍ତୁ ମୁଁ ବଦଳି ପାରେନାହିଁ କେବେ ଲୁହ ସର ସର କେବେ ହସର ବେପାର କେବେ ଦେଉଛି ମଣିଷତ୍ବର ଦ୍ୱାହି ସର୍ବଦା ଯାଗ୍ରତ ରହିଛି ନୀରବେ କଥା କହୁଛି ହେଲେ ଜଗତ ବୁଝି ପାରେନାହିଁ ଧାଉଁ ଥାଏ ଲମ୍ବା ପଟୁଆରରେ ଚାଲୁଥାଏ ତୀକ୍ଷ୍ଣ ଧାରରେ ଶରୀର ରକ୍ତ ଜୁଡୁ ବୁଡୁ ଏଇଥି ପାଇଁ ପ୍ରହେଳିକା…