ମା

  ଇଚ୍ଛା ଓ ଅନିଚ୍ଛାକୁ ଯିଏ  ଅକ୍ଳେଶରେ ଠହରେଇ ପାରେ ସମସ୍ତ ଯନ୍ତ୍ରଣା ଯାହାର ନାମେ ନିମିଷେ ଦୂର ହୋଇପାରେ  କିଛି ଅଳି କରେନି  ମୁକ୍ତ ହସ୍ତରେ ଦାନ ଓ ତ୍ୟାଗ କରିପାରେ  ହଁ ସେ ମା ହିଁ ହୋଇ ପାରେ । ମା’ ତୁ କେଉଁଠି  ତୁ ଫେରିବୁ ବୋଲି ପ୍ରତିଶୃତି ଦେଇଥିଲୁ ମୁଁ ଜାଣେ ତୁ ସର୍ବଦା ମିଛ କହୁ ତୋ ନାନା ବାୟା ଗୀତ  ସବୁତକ ତ ମିଛ ଥିଲା  ଆ ଜହ୍ନ…

Read More

ଦେବୀ

  ଦେବୀ ମାନେ ମୁଁ ବୁଝେ, ମାଟିରେ ଗଢ଼ା ପ୍ରତିମା ସୁନେଲି ରଙ୍ଗର ପ୍ରଲେପ ମଥାରେ ନାଲି ରଙ୍ଗର ଓଢଣୀ ! କିନ୍ତୁ, ପ୍ରତି ଥର ଭଳି ସେ କୁହେ; ଦେବୀ ଦେଖିବ ତ କେବେ ଥରେ ଯାଅ ଵୃଦ୍ଧାଶ୍ରମ ଜୀବନ୍ତ ଦେବୀ ଦର୍ଶନ କରିବ, ନଚେତ୍ କେବେ ଆସ ରେଲେ୍ୱେ ଷ୍ଟେସନ ଖୋଦ୍ ଦେବୀଟିଏ, ଦେବୀ ପୂଜା ପାଇଁ ଫୁଲ ବିକୁଥିବ ତା’ ନିରୀହ ଆଖିରେ ଦେଖିବ ଭିନ୍ନ ଏକ ପୃଥିବୀ ଉପଲବ୍ଧି କରିବ ଦେବୀତ୍ୱକୁ…….

Read More

ମନେ ପଡେ ପିଲାଦିନ

                 ଝୁରି ହୁଏ କେତେ ମନେପଡେ ସେ ଦିନ                      ଫେରିଆ ଫେରିଆ ମୋ ପିଲାଦିନ                 କାହିଁ ସେଇ ସାଙ୍ଗସାଥୀ ଖେଳୁ ଥିଲୁ ଖେଳ                 ବୋହୂ ଚୋରି ପୁଚି ଲୁଚୁ ଲୁଚାଣୀର…

Read More

ମହାମନ୍ତ୍ର

ଜୀବନ କୁ ବୁଝାଏ ଜୀବନ ଏଠି ନିତି ହଜି ନିଜକୁ ପାଇବା ହିଁ ଜୀବନ ସପନ, ମାନ, ଅଭିମାନ ଓ ଯଉବନ  କ୍ଷଣ ସ୍ଥାୟୀ ଏତିକି ଜାଣ ତିଳ ତିଳ ହୋଇ ଜଳି  ଦୀପ ଶିଖା ପାଲଟିବୁ ସମୁଦ୍ର ଲହଡ଼ି ଭଳି  ଦୁଇ ପାଦ ଆଗକୁ ଯାଇ ଦୁଇ ପାଦ ତୁ ଫେରିବୁ ତେବେ ଯାଇ ବିଶାଳ ହେବ ତୋ ମନ ଲେଖା ଅଲେଖା କେତେ ଯେ କାହାଣୀର ନାୟକ ହଜି ଗଲେଣି ଏଠି  ସବୁରି ମୂଳରେ…

Read More

ପାର୍ବଣ ଋତୁ

ପବନ ଆଉ ତାପମାତ୍ରା ଉଭୟ ଗ୍ରୀଷ୍ମ ପରି ଚାଉଁ-ଚାଉଁ, ତଥାପି, ପାଚେରୀ ପାଖକୁ ଲାଗି – ସକାଳୁ ଗଙ୍ଗଶିଉଳି ଝଡୁଥିଲା, ରାଜଧାନୀ ରାସ୍ତାରେ- ସପ୍ତପର୍ଣ୍ଣୀ ମହକୁଥିଲା, ଆଉ ଉପକଣ୍ଠର ଅନାବାଦୀ ଭୂମିରେ- କାଶତଣ୍ଡୀ ଝଟକୁ ଥିଲା, ହଁ, ତାହେଲେ ଏଇ ଭିତରେ ବୋଧେ- ଶରତ ଋତୁ ଆସି ଯାଇଥିଲା! ବଡଦାଣ୍ଡର ମାଳିଜାଗା ପାଖରେ, ଗୋଟିଏ ସଜ୍ଞାବିହୀନ, ନିସ୍ତେଜ ଗର୍ଭରେ କେଉଁ ଏକ ‘ମହିଷାସୁର’ର ଶୁକ୍ରାଣୁ – ଭୃଣର ରୂପ ନେଇ ସାରିଥିଲା, ଗୋସାଣୀଙ୍କ ପାଇଁ ସୋଲ-ଜରି ଗହଣାର…

Read More

ଉପହାର ବାକ୍ସ

ଡାକବାଲା ଦେଲା ହୃଦୟ ଆାକାର  ଉପହାର ବାକ୍ସ ନାଲି ,  ମହମହ ବାସ ଭେଦି ଆସୁଥିଲା  ସତେ କିବା ଚୋରା ବାଲି।।  ଗୋଲାପି ଫିତାରେ ଫୁଲ ଛନ୍ଦା ଥିଲା  ନଥିଲା ପ୍ରେରକ ନାମ ,  ହସୁଥିଲା ଦୁଇ ନାଲି ଓଠ ଦାଗ  ବିଚିତ୍ର କାହାର କାମ ??  ଆମାନିଆ ମନ ଖୋଜିବୁଲୁ ଥିଲା  ଭିତରେ କି ଥିବ ବୋମା,  ବଦଳାଇ ଦେବ ନିମିଷ ମାତରେ  ଚଉପାଟି ପରିସୀମା ।।  ଆତୁରେ ଖୋଳିଲି ଭିତରେ ପାଇଲି  ଫରଦେ କାଗଜ…

Read More

ଜୀବନ କିଛି ଏମିତି

ସବୁ କିଛି ଲେଖି ହୁଏନି ବୋଲି  ଅନେକ କିଛି ଲେଖି ହୋଇଯାଏ  କିଛି ହୃଦୟ କୋଣରେ ଲୁଛି ରହୁ ବୋଲି  ଅଶ୍ରୁ ଧାରରେ ଅନେକ କିଛି ବୋହି ଯାଏ କାନ୍ଦି କି ହସିବା ଆଉ ହସିକି କାନ୍ଦିବା ହିଁ  ଜୀବନର ସେଇ ଅମୂଲ୍ୟ ସମ୍ପଦ  ଯାହା ସହଯେ ସମସ୍ତଙ୍କ ଭାଗ୍ୟରେ ଜୁଟି ନଥାଏ ।। ତଫିଜୁଲ ହୋସେନ ଚିପିଲିମା, ସମ୍ବଲପୁର 

Read More

ଛବି

ମୋ ମନ ହୃଦୟ ର ରଙ୍ଗୀନ କାଗଜରେ  ଲାଖି ରହିଥିଲା ତୋ ପ୍ରେମ ରଙ୍ଗରେ ବୋଳା,  ସାଧବ ବୋହୂର ଛବି  ସକାଳରୁ, ସଞ୍ଜ, ସଞ୍ଜ ରୁ ରାତି,  ତୋ ମିଠା ସ୍ୱର ରେ ମୁ ଯାଉଥିଲି ହଜି ଆଜି, ତୁ ବି ଅଛୁ, ମୁ ବି ଅଛି,  ସେଈ ତୋ ଚାହାଣି,  ସେଇତୋ, ନାଲି ଓଠ ର ମିଠା ବାଣୀ,  ନାହିଁତ ଆଉ ଆଗ ଭଳି ମୋ ମନ ହୃଦୟ ର ପ୍ରତିଟି କୋଣରେ,  ପ୍ରତି ଟି…

Read More

ମନ ପ୍ରଜାପତି

  ଚାହିଁବି ନି ତୁମେ ସ୍ବପ୍ନ ଟେ ହୁଅ ଆଖି ଖୁଲୁ ଖୁଲୁ  ଯଦି ହଜିଜାଅ । ପୁଣି କହିବିନି ଜେ, ତୁମେ ଜହ୍ନ ଟିଏ ସାଜି କେବେ ପୁନେଇଁ ତ ଅମାବାସ୍ୟା ହେଇ  ଇତସ୍ତତ କରୁଥାଅ । ବରଂ ତାରା ଟିଏ ସାଜି ମୋ ମନ ଗଗନ ରେ ଉକିଁ ମାରୁଥାଅ। କଦାପି କହିବି ନି ସମୁଦ୍ର ର ଢେ଼ଉ ଟିଏ ସାଜି ଆସି ପୁଣି ଫେରି ଯାଅ। ବରଂ ଶାମୁକା ଟିଏ ହେଇ ହୃଦୟ…

Read More

ଚାଷୀପୁଅ

ଚଷାପୁଅ ବର୍ଷାଧାରାରେ ଡଂଗାକରି ଭସାଇଦିଏ ପାଠପଢା ଖାତା ଲିଭିବା ଯାଏଁ ଜୀବନସଳିତା ଲଂଗଳମୂନ କୁ ଲେଖନୀ  ଖେତକୁ କରି ଖାତା ଲେଖୁଥାଏ ଜୀବନକବିତା । ବର୍ଷା ହେଲେ ଚଷାପୁଅ  ପକ୍ଷିଆ ଖୋଜେନା ଛାତିରେ ଜାକିପକାଏ ମେଘକୁ ପିରତି ରଚେ ପାଳଭୂତ ସାଂଗେ  ଅଜାଡି ପକାଏ ଖତଭଳି କ୍ଷେଦକୁ ହସିପକାଏ ପାଳଭୂତ ବିସ୍ତୃତିଯାଏ ତାର ହାତ ଆଉ ଦାନ୍ତ ଛାଡ୍ ରେ….ଦେଖ୍ ତୋ ଖେତରେ ମାଟି ପାଣି ଆକାଶ ପବନ ସଭିଏଁ ମିଳାଇ ମନ ଗଢନ୍ତି ଜୀବନ ଶୀତଳି…

Read More