ମାଟି

ଟି ଛୁଇଁଲେ ସୁନାହୃଦୟ ଛୁଇଁଲେ ହୀରାଏମିତି ଚମତ୍କାର ହୁଏଏଇ ମାଟିରେ…ଲୁହ କିଣି ,ହସର ପସରାଯାଚି ଦିଆଯାଏ ଏଇଠି ,ଦୂର ଦିଗବଳୟରେଝଟକୁଥିବା ସ୍ବପ୍ନକୁ ପୁଞ୍ଜି କରି ,ବିନିଯୋଗ କରାଯାଏଜୀବନ ପ୍ରକଳ୍ପରେ ,କେବଳ ଏଇ ମାଟିରେ …‘ମୁଁ ‘କୁ ଆଡ଼ କରି‘ଆମେ ‘ ସହିତସମ୍ପର୍କର ସାତ ଖିଅରେବନ୍ଧା ହୁଏ ଜୀବନ ,ଏଇ ଭୂସ୍ଵର୍ଗରେ …ଏଇଠି ପବନ ବହିଲେ ଗୀତପୁଣି ବରଷା ଝରିଲେ ନୃତ୍ୟ…ଆଶା,ଆଶ୍ୱାସନା ମଝିରେ ଜୀବନଗାଉଥାଏ ସୃଜନୀ ସଙ୍ଗୀତ ..ଏହାହିଁ ଏଇ ମାଟିର ମାହାତ୍ମ୍ୟ. ପ୍ରଣତି ମହାପାତ୍ର (ରୁବି )…

Read More

ସେ ଗଲା ପରେ

ସେ ଆସିଲା ପରେଖୁବ୍‍ ଗୁଡାଏ ପାଟିତୁଣ୍ଡ ହୁଏନିଜ ଜୀବନର ଫଟା ଅଝାଲକୁସିଇଁଲାବେଳେସବୁ ଆସିବାର ସାକ୍ଷୀହେବାକୁସେ ବାହାରି ପଡେ ଦାଣ୍ଡକୁ ॥ ସେ ଯେତେବେଳେ ଆସେପଛେ ପଛେ ଆସେ ନୂଆବର୍ଷ,ନୂଆ ଘର ପ୍ରତିଷ୍ଠାର ଦିନନୂଆ ବହି, ନୂଆ ସିନେମାଆକାଶକୁ ଆସେ କେବେ ନୂଆ ଧୂମକେତୁ,କିଛି ନ ହେଲେଆସେ କେବେଘଟଣା ସବୁର ନୂଆ ସଂସ୍କରଣ ॥ ସେ ଆସିଲା ପରେଭୁଲିଯାଏ ଖୁବ୍‍ ଶୀଘ୍ରଯେତେବେଳେ ନୂଆ ସବୁ ଫେରିଯା’ନ୍ତି ଚୁପ୍‍ଚାପ୍‍ସନ୍ତର୍ପଣରେଗତକାଲିର ସବୁ ମୂହୁର୍ତ୍ତ ଭଳିହୋଇଯା’ନ୍ତି ପରିତ୍ୟକ୍ତଅନ୍ଧାର କୋଠରୀରେ ଚିର ଦିନ ପାଇଁଯେମିତି…

Read More

ରାମ ନାମ

ସମୟ ଖେଳୁଛି ଚକା ଭଉଁରୀ ଲୋ ହୋଇଯାଅ ସାବଧାନ,ବେଳ ଥାଉ ମନ ଭଜ ହରି ନାମ କରି ଜାଅ ଧର୍ମ କର୍ମ।ଏ ଭବ ସାଗରୁ ତାରିବା ପାଇଁ ଲୋ ସିଏ ଏକା ସlହା ତୋର,ମିଛ ମାୟା ଏଇ ସଂସାର ଜଞ୍ଜlଳ ସତ ଏକା ଚକ୍ରଧର।ରାମ ନାମ ଧନ ସାଉଁଟି ନେ ଲୋ ପlତି ତୋ ପଣତ କାନି,ଯମ ଦଣ୍ଡ ଭୟ ରହିବ ନାହିଁ ଟି ସାହା ହେବେ ଚକ୍ରପାଣି।ମାୟା ବନ୍ଧନ ରେ ପଡ଼ି ଭୁଲି ଗଲୁ ରାମ…

Read More

କବିପ୍ରିୟା

ତୋର କଣ ଲୋଡ଼ା କହ – ମୁଁ ଚାଲିଲି କଦମ୍ଵ ଫୁଲର ହାଟଆଣିବି କି ହୃଦ ବର୍ଣ୍ଣମାଳା – କବିତା ଘର ପାଇଁ ସଂକଳ୍ପିତ ଚିତ୍ରକଳ୍ପ ?ଆଣିବିକି କୋଇଲିର କୁହୁ – ଫଗୁଣର ଫୁଲଫୁଟା ବାସ୍ନା ପ୍ରେମାପ୍ଲୁତରଙ୍ଗୀନ ଅଭିମାନେ ମୁଣିକୁ ପୂରାଇ – କଳ୍ପନାର ଔଜ୍ଜଲ୍ୟରେ ହୋଇବୁ ଆନତ । ସ୍ନେହ, ପ୍ରୀତି, ଭାବ ଅନୁଭବେ -ଆଦିମ ସତ୍ଯର ଇଚ୍ଛା ମାନେ ଢେଉମୟୀସେ ହାଟରେ ଭେଟିବି ବିରାଦ – ଜୀବନ ଜୀବିକାର ସ୍ଵେଦରେ ଗାଧୋଇତୁ ମୋର କଳ୍ପଦ୍ରୁମ,…

Read More

ଈଶ୍ୱରଙ୍କ ଠିକଣା

ହେ ଈଶ୍ୱର ତୁମ ଠିକଣା ଖୋଜନ୍ତିଏ ଧରା ଧାମରେ ଲୋକେ ,ପାଇ ବାକୁ ପ୍ରଭୁ ସାନିଧ୍ୟ ତୁମରବ୍ୟାକୁଳ ହୁଅନ୍ତି କେତେ ।କିଏ କହେ ତୁମେ ଥାଅ ତ ମନ୍ଦିରେଚର୍ଚ୍ଚ ରେ କହେ କେହି ,ପୁଣି କିଏ କହେ ମସଜିଦେ ଥାଅଶୂନ୍ୟରେ ବି ଥାଅ ହରି ।ତୁମେ ପରମ୍ ବ୍ରହ୍ମ ତୁମେ ମହାଶୂନ୍ୟତୁମେ ପୁଣି ନିରାକାର ,ତୁମେ ଅଛ ପରା ବିଶ୍ବ ବ୍ରହ୍ମାଣ୍ଡରେତୁମେ ଜଗତ ଠାକୁର ।କହିଥିଲ ଡାକି ନାରଦଙ୍କୁ ତୁମେବଇକୁଣ୍ଠେ ଯେ ନଥାଅ ,ଅବା ମୁନି ଋଷି…

Read More

ଡାମରା କାଉ

ସକାଳ ପହରୁ ରାବୁଛି କାଉ,ଉଠ ଉଠ ମଠ ନ କର ଆଉ।ଆସିବେ କୁଣିଆଁ ମନେ ହଉଛି,ଚାଲ ଉପରେ ତ କାଉ ବସିଛି।ଗାଧୁଆ ପାଧୁଆ ସାର ଜଲଦି,ଲଗାଇ ହେଇ ଜେ ତେଲ ହଳଦୀ।ମାମୁଁ ଆସିବେ କି ପିଉଷୀ ନାନୀ,କିଏ ସେ ଆସିବେ ଜାଣି ହଉନି।ସଅଳ ସଅଲ ପରିବା ଅlଣ,ଆଇଁଷ ଝୋଳ ରେ ପିଉଷୀ ମନ।ମାମୁଁ ଆସିଲେ ତ ବାଡି ପିଜୁଳି,କେତେ ଯେ ପରିବା ଆଣିବେ ତୋଳି।ପିଉଷୀ ଗାଁ ର ଖଇର ପାନ,ଦାନ୍ତୁଡ଼ି ଖଜା ରେ ଥାଏ ମୋ ମନ।ଆଉ…

Read More

ଇଏ ବି ଅନୁଭୂତି

କେବେ କେବେ ସ୍ଥିତି ଏମିତି ବି ହୁଏ..ଏକ ଅପ୍ରିୟ ଅନୁଭୂତିକୁ ନେଇ… ନିଜ କୁ ନିଜେଲାଜ ରେ ନଇଁ ଯାଉଥାଏ…,,ସଂସାର କୁ ସଜେଇ ରଖିବାକୁ ଯାଇ..ନିଜକୁ ସମାଜ ଆଗରେ.. ଦୋଷୀ ସଜେଇପରିହାସ ର ଓ ବିଦ୍ରୁପ ଦୃଷ୍ଟିର..ସାମ୍ନା କରିବାକୁ ବି ପଡ଼ୁଥାଏ.. ,,ସେତେବେଳେ..ସେଇ ମୁହୂର୍ତ୍ତରେ କଷ୍ଟ ନ ଲାଗିଲେ ବି..ନିଜ ପ୍ରଚ୍ଛଦ ପଟ ରେ କୁତ୍ସାରଟନା କୁଭିତରେ ଭିତରେ ସହିବାକୁ ପଡୁଥାଏ..,,ହୃଦୟ କୋରି ହୋଇ ଗଲେ ବି..କାହାକୁ କହି ବି ହୁଏନି..,, ଆଉ..ସହିବାକୁ ବାଧ୍ୟ ହେଲେ ବି…

Read More

ଶୀତୁଆ ସକାଳ

ଶୀତୁଆ ସକାଳେ ଶୀତରେ , ବୋଲି ହୁଁ ଟି……lଗାଧୋଇ ପଡ଼ିଲି ଘାଟରେ, ବୋଲି ହୁଁ ଟି…..lଏକ ବର୍ଣି ଗାଈ ଗୋବର ,ଲିପିଛି ମୁଁ ଘର ଦୁଆର ,ଆଜି ପରା ଗୁରୁବାର ଟି, ବୋଲି ହୁଁ ଟି….lପକେଇଛି ଝୋଟି ଚିତା ଟି , ବୋଲି ହୁଁ ଟି…..lଆସିବେ ଲକ୍ଷ୍ମୀ ସାଆନ୍ତାଣୀ ,ପୂର୍ଣ୍ଣ ହେବ ମୋର ମାଗୁଣି ,ଯାଚିଣ ଦେବେ ସେ ବର ଟି , ବୋଲି ହୁଁ ଟି….lପୂର୍ଣ୍ଣ ହେବ ମୋର ଆଶା ଟି , ବୋଲି ହୁଁ…

Read More

ସଂସାର ପଥେ ସାରଥି

“ହୃଦୟର କଥା ବୁଝି କିଏ ପାରେବୁଝୁଛ କି ତୁମେ କେହି,ହୃଦେଶ୍ୱର ସିଏ ଧରା ଅବତାରଜଗନ୍ନାଥ ପ୍ରଭୁ ସେହି। ଅନ୍ତର ଆତ୍ମାରେ ଭିଯିଥିବ ଯିଏଜଗନ୍ନାଥ ନାମ ଗାଇ,ଧନ୍ୟ ହେଇଯିବ ଜୀବନ ତାହାରପ୍ରଭୁଙ୍କ କରୁଣା ପାଇ। ଭାବ ବିନୋଦିଆ ଜଗତ ଠାକୁରତା’ ପରି ହବରେ କିଏ,ଏ’ ଆଖିରୁ ଟୋପେ ଲୁହ ଝରି ଗଲେପ୍ରଭୁ ମୋର ପୋଛିଦିଏ। ଜଗତ ଠାକୁର ଭକତ ନିମନ୍ତେକରିଥାଏ କେତେ ଚିନ୍ତା,ତା’ର ଦୟାବଳେ ପଙ୍ଗୁ ଲଙ୍ଘେ ଗିରିମୁକ କହି ପାରେ କଥା। ମୋ’ ଜୀବନ ପଥେ ଅଟ…

Read More

ପରାହତ

ଝର୍କା ବନ୍ଦ୍ କରି ରଖଯେତେ ସବୁ ଅନାବନା କୋଳାହଳ ଥମିଯାଉଗୁଳି ଗୁଳା ବନ୍ଧୁକ ର ଗନ୍ଧ କମିଯାଉ କାନଆଖିପାଟିସବୁ ବନ୍ଦ୍ କରି ରଖମୁଁ କହୁନି ତମେ ‘ଗାନ୍ଧୀ’ ପାଲଟି ଯାଅଏଠି ‘ନାଥୁରାମ୍’ ବି ତ୍ରାହି ପାଏ ନାହିଁତମକୁ ବା ପଚାରେ କିଏ କେତେବେଳେ ଟଳି ପଡ଼ିବକିଏ ବା କହିବ କେବଳ ବୁଝିବାକୁ ଚେଷ୍ଟା କରସନ୍ତ୍ରାସ ର ଶାଖା ପ୍ରଶାଖା ରେବର ଓହୋଳ ପରି ଝୁଲୁଛିତମ ଜୀବନ ନାଟିକା ଝର୍କା ବନ୍ଦ୍ କରି ରଖବହି ଆସି ପାରେ ଅଣଚାଶକାହାକୁ…

Read More