ଶେଷକୃତ୍ୟ

ଛଳନାର କୋକେଇରେ ସ୍ନେହର ଶବଟାବୋଧେ ଚାରିଦିନ ହେଲା ପଡ଼ିଛିପାଖ ମଡା ପୋଡ଼ା ପଡିଆରେଦୁର୍ଗନ୍ଧରେ ହୃଦୟ ବସ୍ତିଟା ଗନ୍ଧେଇଲାଣିଭାକ୍ ଭାକ୍ ହୋଇହେଲେ କାଇଁ ତ କେହି ଆସୁନିଏ ଶବର ଶେଷକୃତ୍ୟ ପାଇଁକାଇଁ ତ କେହି ଲୁହ ଗଡ଼ାଉନିକାନ୍ଥରେ ମୁଣ୍ଡ କୋଡି, ଛାତି ପିଟିପିଟି ସହରର ଫାଣ୍ଡିରେ ତ ମେଞ୍ଚେ ପୋଲିସ୍ବସି ପିଉଛନ୍ତି ଗରମ୍ ଗରମ୍ ନାଲି ଚାବେଆଇନ୍ ବକସିସ୍ ଆଦାୟ କରୁଛନ୍ତିକେତେ ଦରପେଟିଆ ନିସ୍ତେଜ ମଣିଷଙ୍କଠୁମିଛ ଅପରାଧର ଦସ୍ତାବିଜ୍ ଦେଖେଇକାଇଁ ଥରେ ତ ଏଯାବତ୍ ଆସିଲେନିଶବର ବ୍ୟବଚ୍ଛେଦ ପାଇଁ…

Read More

ଶାନ୍ତି – ବିଶ୍ଵର ସ୍ପନ୍ଦନ

ହେ ଶାନ୍ତି !ଲୁଚିଛ କି ତୁମେ ଅମରାବତୀରେ ?ନା ଅଳଙ୍କୃତ କରିଛ ଅଳକାପୁରୀକୁ ?ନିଃସ୍ଵ ଏ ବିଶ୍ୱ ଆଜି ତୁମ ବିରହେ ଜର୍ଜରିତ,ଆସ, ଆଲିଙ୍ଗନ କର ଏ ମୁମୂର୍ଷୁ ଜଗତକୁ । ବିଶ୍ଵ ବକ୍ଷେ ଆଜି କାଲି,ହିଂସା, ରକ୍ତପାତ, ରୁଧିରର ହୋଲିଶତ୍ରୁର ଚିତାଗ୍ନିରେ ପାଳିତ ହୁଏ ଦୀପାବଳୀ ।ଓହ୍ଲେଇ ଆସ ଥରେ ଏ ପ୍ରେମଶୂନ୍ୟ ଦେଶେଦେଖାଇ ଦିଅ ତୁମ ଶ୍ୱେତ ପ୍ରଶାନ୍ତ ରୂପ,ଶିଖାଇ ଦିଅ ମାନବକୁ ମୈତ୍ରୀର ମହାମନ୍ତ୍ର । ତୁମେ ଆସିଲେ ସଞ୍ଚରିବ ନବ ଉର୍ଜ୍ଜାଲହୁ…

Read More

‘ନାଟକ ଏଥର ତୁମେ’

କଳକାରଖାନାର ଧୂଆଁରେମାଟିର ରଙ୍ଗ ବଦଳି ଯାଇଛିକେବଳ ମାଟି ତ ନୁହେଁମଣିଷ ମଧ୍ୟ ବେରଙ୍ଗ ଦେଖାଯାଉଛନ୍ତିସଂଘର୍ଷର ଏହି କାହାଣୀରୟେ ହେଉଛି ଶେଷ ଦୃଶ୍ୟତା ପରେ…..ହୁଏତ କିଛି ସହାନୁଭୂତି ଓ କିଛିଆଖିରେ ଲୁହ ଛଳଛଳ ହୋଇପାରେଅବଶ୍ୟ କାହାପାଇଁ ବାଧ୍ୟ ବାଧକତା ନାହିଁ ! ମାଟିର ରଙ୍ଗ ବଦଳିଛି ତ, କ’ଣ ହେଲାମଣିଷ ରଙ୍ଗ ମଧ୍ୟ ବଦଳିଛି,ଏଥିରେ ନୂଆଁ କ’ଣ ଅଛି ଯେହଁ କିଏ ବିସ୍ଥାପିତ ହେଲାକିଏ ସ୍ଥାପିତ ହେଲାଅନେକ ହିସାବ ଅଛିଅସଂଖ୍ୟ ନାୟକ ଓ ଖଳନାୟକଏବେ ରହସ୍ୟମୟ ଭୂମିକାରେଅଭିନନ୍ଦନ କରୁଛନ୍ତିମୁହଁରେ…

Read More

ନାରୀ ଚିର ବନ୍ଦନୀୟା

ଇତିହାସେ ଲେଖା ଯା ‘ ଗୁଣ ଗାରିମାନାରୀ ଚିର ବନ୍ଦନୀୟା ,ଛୁଇଁ ପାରେ ସିଏ ନୀଳ ଗଗନକୁସାଗରେ ଲେଖେ ତା ‘ ନାଆଁ।।ଇତିହାସେ………… ସର୍ବ କ୍ଷେତ୍ରେ ଉଭା ସ୍ଵୟଂ ସିଦ୍ଧା ନିଜେରଖଇ ଦେଶର ମାନ,ଶିକ୍ଷା ରାଜନୀତି ସ୍ୱାସ୍ଥ୍ୟର ଉନ୍ନତିଧନ୍ୟ ତା ‘ନିଷ୍ଠା ସାଧନ।। ପୂଜା ଆରାଧନା ନାହଁରେ କଳନାସ୍ନେହ ମମତାର ଛାୟାଇତିହାସେ……… କୃତିରେ ଅନନ୍ୟା ତା’ ଜ୍ଞାନ ଅସୀମାକୀର୍ତ୍ତି ସ୍ତମ୍ବ ସିଏ ତୋଳେ,ରଣ କ୍ଷେତ୍ରେ ଉଭା ବିରାଙ୍ଗନା ଟିଏବିଜୟ ଧ୍ଵଜା ତା ‘ଉଡ଼େ।। କେତେ ରୂପ ତାର…

Read More

ଭିକ୍ଷା

ଭିକ୍ଷା ଭିକ୍ଷାର ଅନ୍ୟ ନାମ କ’ଣ ମୁଁ ଜାଣେନାତେବେ ଭିକ୍ଷୁକକୁ ଦାନ କଲେ ପୁଣ୍ୟ ପ୍ରାପ୍ତି ହୁଏଆପଣଙ୍କ ପୁଣ୍ୟ ବୃଦ୍ଧି ପାଇଁମୁଁ ଭିକ୍ଷା ମାଗିବାକୁ ସର୍ବଦା ପ୍ରସ୍ତୁତକ’ଣ ବିଶ୍ବାସ ହେଉନି ? ମୁଁ ସେଦିନ ଭିକ୍ଷା ମାଗିବାକୁ ଧାଇଁ ଥିଲିସର୍ବଶ୍ରେଷ୍ଠ ଦାନୀଙ୍କ ଦ୍ଵାରକୁସେ ମନା ତ କରିନଥିଲେକିଛି ଉତ୍ତର ମଧ୍ୟ ଦେଇନଥିଲେଆଞ୍ଜୁଳା ମୋର ଅବଶ୍ୟ ରିକ୍ତ ଅଛିଆଉ ତୁମ ପୂଣ୍ୟ ବୃଦ୍ଧି ଘଟିଛି ନା ନାହିଁମୁଁ ଜାଣେନା ପୁଣି ଦିନେ ଇଚ୍ଛା ହେଲା ଭିକ୍ଷା ମାଗିବାକୁଧାଇଁ ଥିଲି…

Read More

ହେ ସପନ ମାନେ

ହେ ସପନ ମାନେକେନ କେନ ବୁଲୁଥିସନସଥେ ଦେଖଲାବେଲକେକେଡେ ସୁନଁରଲାଗୁଥିସନଚମକୁଥିସନ,ଝଟକୁଥିସନମହକୁଥିସନ୍ମଲିଫୁଲ ବାଗିର୍।ହେ ସପନ ମାନେକେତେବେଳେଁ ତଖୁବ୍ କନ୍ଦାସନ୍ଖୁବ୍ ଦୁଖ୍ ଦେସନ୍ଆଁଖଲ ଧାର୍ବାହାର କରାସନ୍ଝରି ସରାବନର୍ଝକେର୍ ବାଗିର୍ ।। ବୃନ୍ଦାବନ ପ୍ରଧାନବାଉଲସିଁହା, ଭଟଲି, ବରଗଡ଼

Read More

ସାଧବ ବୋହୁ

ବରଷା ର ଧାରାଦେଖି ଦିଏ ଯେବେଉଲୁସି ଉଠଇ ସାଧବ ବୋହୁ ର ମନତା ଦେହେ ଗୁଡାଇ ନାଲିଆ ପାଟଟିହରି ସଭିଙ୍କ ମନ ।ତା ଆଖି ସଜଳ ମୁହଁଟି ସୁନ୍ଦରଚାହାଣି ରେ ମନ ଜିଣେତା ଚାଲିରେ ସତେ ଫୁଲ ଝଡି ପଡେଓଠରେ ଗୋଲାପୀ ବୁଣେଚାରି ଆଡେ ଯେବେମେଘ ଘୋଟି ଯାଏଚଉଦିଗେ ଯାଏ ଭରିଅତି ଖୁସି ମନେ ସାଧବ ବୋହୁଟିଚାଲୁ ଥାଏ ଥିରିଥିରିଘାସ ଗାଲିଚାରେ କଅଁଳ ପତରେମୋତି ସମ ପାଣି ଝରେଲାଲ ଟୁକୁ ଟୁକୁ ସାଧବ ବୋହୁରନାଲିଆ ପାଖକୁ ଧରେବାଡି…

Read More