
ଦୁଇଟି ସମାଜ
ଦେଖିଛକି କିଏ ରାସ୍ତା କଡ଼ର ସେ ଭୋକିଲା ପିଲାର ମୁହଁ,ତା ମନ ବେଦନା ଭୋକର ଜ୍ୱଳନାଲିଭାଇଛ କିଏ କୁହ |(୧)ଛଳ ଛଳ ଆଖି ଚାହିଁ ରହିଥାଏକାହା ହାତ ଟେକା ଦାନ,କ୍ଷୀଣ ଶରୀରଟା ଏପାଖ ସେପାଖକିବା ରାତି କିବା ଦିନ l(୨)ଖରାରେ ଉତପ୍ତ ତାହାର ଶରୀରବରଷାରେ ଯାଏ ଭିଜି,ଅସହ୍ୟ ଶୀତଟା କାମୁଡ଼ି ଗୋଡ଼ାଏତାକୁ ପରା ଖୋଜି ଖୋଜି ।(୩)ଜାଣି ନାହିଁ ସେଇ ବ୍ୟଞ୍ଜନର ନାମଖାଲି ଗଣ୍ଡେ ତାକୁ ଲୋଡ଼ା,ଆବର୍ଜନା ଘେରା କର୍ମ ଯେ ତାହାରଭାଗ୍ୟ ତାର ଦରପୋଡ଼ା ।(୪)ନିରିଖି…