
ବ୍ୟାକୁଳତା
ଆସ,ଗାଇ ଯିବା ଜୀବନରଆତ୍ମୀୟ ଆଳାପମନ, ବନ, ଉପବନଚେତନାର ନନ୍ଦନକାନନଉପରେ ନୀଳ ଆକାଶ,ଛୁଇଁଯିବା ତାରାର ମେଖଳା ॥ ସତ୍ୟ ଓ ସ୍ୱାଧୀନତାଲୋଡ଼ା ଆଜି ଆଲୋକର ରଶ୍ମିତାଳ ଦେଇ ସମୟର ସୁରେଆଜି ବ୍ୟାକୁଳ ପ୍ରାଣରେ॥ ଲଗାଇଲା କିଏ ଏଇ ମାୟାକେବଳ ଟିକିଏ ହସ ଲୋଡ଼ା ମୋରଆଲୁଅ ଅବା ଅନ୍ଧାରରେଆସିବକି କେବେଅମୃତର ଆସ୍ଵାଦନେପରିତୃପ୍ତ ପ୍ରାଣ ମୋରଆକ୍ତା ମାକ୍ତାଫୁଲରେ ଗଢ଼ା କବିତାସମବେଦନା ଦେଇଝାଳର ବାସ୍ନାରେ,ହୃଦରେ ଜାଗୁ ସତ୍ୟର ସ୍ପନ୍ଦନସ୍ମୃତିର ବେଳାଭୂମି ପରେ ॥ କେତେବେଳୁ ଆସ୍ଥାନଜମେଇ ବସିଛିତୁମ ଦେହର ଆଲବମ୍ ପରିଶବ୍ଦ ଟିଏ…