KS

ଛେରଛେରା ଭିତରେ ନ୍ୟାସୀବାଦ

ଆମର ପଛିମ୍ ଉଡ଼ିଶା କହ କି ସମ୍ବଲପୁର ଅଞ୍ଚଲ କହ “ପୁଷପୁନି”ଗୁଟେ ଖୁସିର ପରବ ଆଏ । ଇ ତିହାର ସବୁ କାମ କବାର ବରଷ ଟାକର ସାରଲା ପରେ ନିଜର ଲାଗି ଦିନ ଟେ ବାହାର କରସି ଚାଷି ଭାଇ ଆର ମନାସି ଗୁଟେ ତିହାର ଯାହାର ନା ହେଲା ପୁଷପୁନି । ଇନେ କେନ୍ସି ଦେବୀ ଦେବତା କେ ପୂଜା କର୍ବାର କେ ନାଇଁ ପଡ଼େ ଖାଲି ପେଟ ପୂଜା କେ ବେସି ଧିଆନ…

Read More

ଦୀପ ଜଳୁଛି

ଅନତି ଦୂରରେ ପ୍ରଦୀପ ଜଳୁଛିମନ୍ଦ ମଳୟ ମଧ୍ଯେଅମୃତ ସୃଷ୍ଟି ସୁନ୍ଦର ଦିଶୁଛିଅନ୍ଧକାର କୁକ୍ଷୀ ରନ୍ଧ୍ରେ। ଆଲୋକବର୍ଣ୍ଣାଳୀଦିଶିତଯାଉଛିମାୟା ମରିଚିକା ଭେଦିଅଖଣ୍ଡ ବିଶ୍ବାସ ଜାଗ୍ରତ ହେଉଛିଲଭି ସାଧନାରେ ସିଦ୍ଧି।ଚେତନାରପୁରେ ତୂର୍ଯ୍ଯନାଦ ଶୁଭେଅଜ୍ଞାନ ତିମିର ତଳେଜ୍ଞାନ ଗାରିମାରେ ଗରୀୟାନ ମହିସନାତନ ସୃଷ୍ଟି ପରେ ।ଭୁଲିଯାଅନାହିଁ ସ୍ବକର୍ତ୍ତବ୍ଯ ଯେତେଆପଣାକୁ କରି ପରଅବସାଦ ଗ୍ରସ୍ତ ହୁଅନାହିଁ ସର୍ବେଏ ଜଗତ ସଦିଚ୍ଛାର।ସତ ସ୍ନେହ ଯହିଁ ମରି ମରିଯାଏଛଳନାର ଛଳଭାରେମିଛ ଅହଙ୍କାର ପିନ୍ଧିସୁନାପାଗଜୁଲମ କରେ ସେଠାରେ ।ରାତି ପାହିଯିବ ସକାଳ ଆସିବଶୁଭିବ କାକଳି ତାନଭେଦାଭେଦ ଛାଡି ଦିଅ…

Read More

ଏମିତି ସମ୍ପର୍କ ଟିଏ

ଏମିତି ସମ୍ପର୍କ ଟିଏ ଅଛିଚାରିମେଘ ଏହି ବୁଢା ସଞ୍ଜ ବେଳେ .ଆକାଶ ଓ ପୃଥିବୀ ମଧ୍ୟରେ !! ସେହି ମିଛି ମିଛିକା ସାଥି ହୋଇପଡ଼େଆକାଶରୁ ଯେତେବେଳେଶୀତଳ ଜଳ ଟୋପା ଟୋପାଟିକେ ଲୁହ ହୋଇ ଝରି ପଡ଼େ ..! ମାଟିବି ସ୍ପର୍ଶରେ ନାଚିଉଠେଆକାଶ ତାରା ନକ୍ଷତ୍ର ମାନଙ୍କର ଝଡ଼ !ପୁଣି ଓଦା ଲୁହ ଆଖିର କହେ କିଛିରୁଣୁ ଝୁଣୁ ଶବ୍ଦ କରି ଚାଲୁଥିଲ …! ହେ ପ୍ରକୃତି ତୁମେ କାହିଁକି ସୃଷ୍ଟିକଲ ପ୍ରୀତି ବାନ୍ଧି ଦେଇ…ଏପରି ସମ୍ପର୍କ କାହିଁକି…

Read More

ଶୀତର ଦୁଇଟି ସ୍କେଚ

(୧)ଆମ ରାଇଜର ଗେହ୍ଲା ଝିଅ ଶୀତବରଷକୁ ଥରେ କୁଣିଆ ଆସିଛିସମସ୍ତଙ୍କୁ ଭେଟିବାର ପ୍ରୟାସ କରୁଛିଘର ଘର, ବାଡି ଦୂଆର ଯାଏ ।ରାସ୍ତା,ବିଳ,ବଣ, ନଈ,ପୋଖରୀ ସାରା ବୁଲୁଛିପୁରୁଣା ଲୋକଙ୍କୁ ଚିହ୍ନି ପାରୁଛିକିନ୍ତୁ, ଏବରଜୋତା,ମୌଜା,ସ୍ୱେଟର,ଗରମ ଟୋପି ପିନ୍ଧାଛୁଆ ପୂତାଙ୍କୁ ଚିହ୍ନି ପାରୁନି।ହେଲେନଙ୍ଗୁପିଙ୍ଗୁ ଦେଖିଲେ ଟିକେ ହସି ଦଉଛି। ଆମ ଗାଁରେ ଶୀତ ବିଛେଇ ହେଇଛିସାଉଁଟିବାକୁ ଚାହୁଁଛି, ହେଲେପାପୁଲିରେ ରାପି ହେଉନି,ଗାମୁଛାରେ ବାନ୍ଧି ହେଉନି,ସାର୍ଟ ପ୍ୟାଣ୍ଟ ମୁଣାରେ ପୁରେଇ ହେଉନି,ଉପାୟ ଖୋଜୁ ଖୋଜୁଦିବାକର ସବୁ ସାଉଁଟି ନେଉଛି। ସୁବାସ ଚନ୍ଦ୍ର ନାଏକ…

Read More

ବୟସ

ଅମାନିଆଁ ଝରଣା ଭଳି ଗଡ଼ି ଚାଲେ,ନିଶବ୍ଦ ନିର୍ବିକାର ଭାବରେ ବିତିଯାଏ ମୋ ପିଲାଦିନ ,କେତେ ଅଳି ଅଝଟ ବାଲି ଖେଳସବୁ କାଲି ପରି ଲାଗେ ହେଲେ ,ସମୟର ସ୍ରୋତରେ ବହିଯାଏ ମୋ ସେ ସୁନ୍ଦର୍ ଝାପସା ଅତୀତ ।।ସ୍କୁଲ୍ ଯିବା ବୟସ ଟା ଖୁବ୍ ଧୀରେ ଚାଲେ,ଶଗଡ଼ ର ଚକ ଭଳି ଖୁବ୍ ଆସ୍ତେ ଆସ୍ତେ,ସେ ସମୟଟା କୁ ସେତେବେଳେ ଭାରି କଷ୍ଟ ଲାଗେମାଷ୍ଟ୍ରେ ଙ୍କ ନାଲି ଆଖି ଭାରି ଅବୁଝା ସେ ଅଙ୍କ,କେମିତି ଚାଲି ଯାଆନ୍ତା…

Read More

ବାପାଙ୍କ ପାନଡବା

ଅନଲାଇନ ସପିଙ୍ଗ ଯୁଗରେ, ଦ୍ରବ୍ୟର ବହୁଳତା କାହିଁରେ କ’ଣ । ଦରକାର ଥାଉ କି ନ ଥାଉ କିଣା ଚାଲିଛି । କମ୍ପାନୀ ଗୁଡ଼ାକ ମଧ୍ଯ ମନଲୋଭା ବିଜ୍ଞାପନ ଦେଇ, ସବୁଠୁ ଶସ୍ତା ଦେଲା ଭଳିଆ ଅଫର ଦର୍ଶାଇ ଭ୍ରମ ସୃଷ୍ଟି କରୁଛନ୍ତି । ଗ୍ରାହକ ବିଚରା ଆତ୍ମ ସଂଯମ ହରାଇ, ବିଚଳିତ ମନରେ କିଣିବାରେ ଲାଗିଛି । ପୁଣି ସୁଲଭ ମୂଲ୍ୟରେ ପାଇଛି ବୋଲି, ଆତ୍ମ ସନ୍ତୋଷ ଲାଭକରୁଛି । ଘରେ ଦ୍ରବ୍ଯ ବଢୁଛି ସିନା,…

Read More

ରୁଦ୍ଧ କୋଠରୀ

ଛେଚା କେଞ୍ଚାର ରୁଦ୍ଧ କୋଠରୀରୁବାହାରକୁ ବାହାରି ଆସିଲେ,ଖୋଲା ଦୁନିଆଟା ଆପଣାର ଲାଗେ,ବିକଳିଆ ମନ ସତେଜ ଜଣାପଡେ,ଉଇହୁଁକାର ଅଗ୍ନିବର୍ଧକ ତେଜସତେ ଯେମିତି ଶେଥାପଡିପ୍ରଶାନ୍ତିର ମହକ ଛୁଟାଏ…! କିନ୍ତୁ…ମୁଁ ମୁଁ ର ଚଷମା ପିନ୍ଧିଥିବା ହାଟ ବଜାରରେ ଦେଖିବାକୁ ମିଳେକେଥ୍‌ନି କେତେ ବିଗ୍ ମାର୍କେଟ୍,ଫିଙ୍ଗା ହେଉଥିବା ଅକ୍ଷାସବୁଲୁଥିବା ବୁଲା ଭିକାରୀଙ୍କୁ,ଦେଖିବାକୁ ମିଳେ :ଚା’ଖଟିରେ ସମାଜତତ୍ତ୍ୱ ଆଙ୍କୁଥିବାବାହାପିଆ ମାଫିପିଆଙ୍କଅଣଦେଖା ଭାବକଳୁଷିତ କରିବାରେ ଲାଗିଛିମନାକାଶର ସ୍ୱଚ୍ଛ ଗାଲିଚାକୁ…! ଭଲଥିଲା ଚାରିକାନ୍ଥରଭୟାନକ କାଳ କୋଠରୀଟି,ଏହାର ବାହାରେମଣିଷ ହଜାଇ ସାରିଛିମଣିଷତ୍ୱର ଅମୂଲ୍ୟ ଗାରିମା,ବାହାବା ନେବାର ଦୁର୍ବାର…

Read More

ନବ ବରଷ

ଆସ ଆସ ତୁମେ ନବ ବରଷ ହେଆଣି ମିଠା ମିଠା ପରଶ,ବିଗତ ଦିନର ବିଷାଦ ଭୁଲେଇଜଗତ କରାଅ ହରଷ। ତୁମରି ସମୟେ ନହେଉ ଶୋଷଣମଣିଷ ନହେଉ ପାଷାଣ,ସବୁ ଶରୀରକୁ ଦାନା କନା ମିଳୁନ ପଡୁ କାହାକୁ କଷଣ। ଜନନୀ ଭଗିନୀ ସମ୍ମାନିତ ହେଉଟଣା ନହେଉ ତା’ ବସନ,କନ୍ୟା ଭୃଣ ହତ୍ୟା ମନୁ ମରିଯାଉନାରୀ ପାଉ ଶ୍ରେଷ୍ଠ ଆସନ। ପୂର୍ଣ୍ଣକର ତୁମେ ବାପୁଙ୍କ ସପନରାମ ରାଜ୍ୟ ପରି ଶାସନ,ବିଶ୍ବକୁ ଶୁଣାଅ ବିବେକାଙ୍କ ବାଣୀଭାତୃଚାରା ହେଉ ସ୍ଥାପନ। ଜ୍ଞାନ ବିଜ୍ଞାନରେ…

Read More

ବିଡ଼ମ୍ବନା

ଧାବମାନ ବିଶ୍ୱହା ହତାଶ,ସବୁଠି କୋଳାହଳଯେଉଁଠି ଦେଖିବମାନବ, ମାନବ,ମାନବବିଡ଼ମ୍ବନା!ମାନବିକତା କାହିଁ ? ପ୍ରତିଦ୍ବନ୍ଦିତାସୁରମ୍ୟ ତ୍ରିତଳ କୋଠାଧନ, ଜନ, ଗୋପ, ଲଷ୍ମୀଅଯାଚିତ ସୁଖ ପସରାବିଡ଼ମ୍ବନା!ଜୀବନରେ ଶାନ୍ତି କାହିଁ ? ଭଗବାନ ସବୁ ଦେଇଛନ୍ତିକରୁଣା କଲ୍ୟାଣର ଊଣା ନାହିଁବଡ଼ମ୍ବନା !ସତ୍ ଚିତ୍ ଆନନ୍ଦରେବିଶ୍ୱାସ କାହିଁ ? ମନୋରଞ୍ଜନ ସୁରୁଜାଲଆଇଁଲାପାଲି, ଧମା, ସମ୍ବଲପୁର

Read More

କିଛି ନିଷ୍ପାପ ଦଗ୍ଧିଭୂତ ନିର୍ଭୟା ମାନଙ୍କ ସ୍ଵୀକାରୋକ୍ତି ..!!

ହଁ.. ମୁଁ ବଞ୍ଚିଛି..ଦୁଃଖ ସମୁଦ୍ରରେ ଭାସିସୁଖର କୁଳ ଲଙ୍ଘିବାକୁ..!! କିମ୍ବା କୁହ..ନିଆଁରେ ପୋଡ଼ି ହୋଇ..ପୁନଃ ଜୀବନ୍ତ ହେବାକୁ..!! ଅଥବା କୁହ..ନିଜଠାରୁ ନିଜକୁ ଦୂରେଇ ନେଇ..ସମସ୍ତଙ୍କ ପାଖରେ ରହି..ପୁଣି ଥରେ ନିଜ ପାଖକୁ ଫେରି ଯିବାକୁ..!! ନା..ସତରେ..ମରିବା ଆଗରୁ..ବିକଳ ହୋଇ..କେବଳ ଥରେ..ଥରେ ମାତ୍ର..ନିଃଶ୍ୱାସ ନେବାକୁ..ବଞ୍ଚି ଯିବାକୁ..!!?? ହଁ..ବଞ୍ଚିଛି..କାରଣ..ବଞ୍ଚିବାକୁ ପଡୁଛି..ବାରମ୍ବାର ମରି..ବାରମ୍ବାର ହାରି..ବାରମ୍ବାର..ବଞ୍ଚିବାକୁ ହିଁ ହେଉଛି..!!?? କାରଣ ମୃତ୍ୟୁ..ଆହୁରି ମୋତେ ନିଜର କରିନି..କେଜାଣି..ଆହୁରି କେତେ ନିଃଶ୍ୱାସ ବାକି..ସେହି ଶେଷ ଶାନ୍ତିର ନିଃଶ୍ୱାସ ନେବାକୁ..!! ମଧୁମିତା ମିଶ୍ରଭୁବନେଶ୍ୱର୯୪୩୮୪୭୦୮୦୭

Read More