
ପ୍ରିୟତମା
ଘରେ ତେଳ ଲୁଣର ବଜେଟ୍ ସମ୍ଭାଳୁଥିବା ଘରଣୀ ହଠାତ୍ ଚେତାବନୀ ଦେଲେ, ବହୁତ ହୋଇଗଲା। ଏଥର କବିତା ଲେଖା ବନ୍ଦ କର। ଦେଖ ଦୁନିଆଁ କେବେଠୁ ବଦଳିଗଲାଣି। ଆଉ ତୁମେ ଭଙ୍ଗା ଚେୟାର୍ ଭଳି ସେମିତି ଗୋଟିଏ କଣରେ ପଡ଼ିଥାଅ। କ’ଣ ମିଳୁଛି ସେଥିରୁ ଯେ।ଘରଣୀଙ୍କ ମଥା ହଠାତ୍ କାହିଁକି ଘୁରିଲା କିଛି ବୁଝିବା ଆଗରୁ ଆଉ ଏକ ବିସ୍ପୋରଣ। ଦରଦାମ୍ କେବେଠୁ ଆକାଶ ଛୁଆଁ ହେଲାଣି। କିଛି ଜାଣିପାରୁଛ ନା ନାହିଁ। ଏଥର ତ ଆଉ…