
ଶାନ୍ତି – ବିଶ୍ଵର ସ୍ପନ୍ଦନ
ହେ ଶାନ୍ତି !ଲୁଚିଛ କି ତୁମେ ଅମରାବତୀରେ ?ନା ଅଳଙ୍କୃତ କରିଛ ଅଳକାପୁରୀକୁ ?ନିଃସ୍ଵ ଏ ବିଶ୍ୱ ଆଜି ତୁମ ବିରହେ ଜର୍ଜରିତ,ଆସ, ଆଲିଙ୍ଗନ କର ଏ ମୁମୂର୍ଷୁ ଜଗତକୁ । ବିଶ୍ଵ ବକ୍ଷେ ଆଜି କାଲି,ହିଂସା, ରକ୍ତପାତ, ରୁଧିରର ହୋଲିଶତ୍ରୁର ଚିତାଗ୍ନିରେ ପାଳିତ ହୁଏ ଦୀପାବଳୀ ।ଓହ୍ଲେଇ ଆସ ଥରେ ଏ ପ୍ରେମଶୂନ୍ୟ ଦେଶେଦେଖାଇ ଦିଅ ତୁମ ଶ୍ୱେତ ପ୍ରଶାନ୍ତ ରୂପ,ଶିଖାଇ ଦିଅ ମାନବକୁ ମୈତ୍ରୀର ମହାମନ୍ତ୍ର । ତୁମେ ଆସିଲେ ସଞ୍ଚରିବ ନବ ଉର୍ଜ୍ଜାଲହୁ…