ହୃଦୟ ପରୀକ୍ଷା
କବି…ଡାକ୍ତର ମୋ ହୃଦୟରେ ଅନେକ ପୀଡା !ଡାକ୍ତର…କେବେ ଠୁଁ?…… ବର୍ଷ ମାସ ଦିନ ଦଣ୍ଡ କିଏ କ’ଣ ମନେ ରଖେ ?……ତଥାପି କିଛି ତ ମନେଥିବ?……ହଁ ମନେ ଅଛି ସେଦିନ କେବଳ ଦୀର୍ଘଶ୍ବାସ ହିଁ ଉଠୁଥିଲାଆଖି ଜକେଇ ଉଠିଲା…ଓଠ ଶୁଖି ଯାଉଥିଲା…ଆଉ କାହିଁଶୂନ୍ୟତା ମାରି ଗୋଡାଉଥିଲା !……ଆଶ୍ଚର୍ଯ୍ୟ ଏତେ ସବୁ ମନେ ରଖିଛନ୍ତି ତ !……ମନେ ହିଁ ତ ରଖିଛି…ତେଣୁ ବୋଧେ ହୃଦୟରେ ପୀଡା……କିଛି ବଦଭ୍ୟାସ…ପାନ ଗୁଟ୍ଖା ବିଡ଼ି ସିଗାରେଟ ମଦ……ହା..ହା..ଡାକ୍ତର !କିଏ କହିଲା ବଦଭ୍ୟାସ ?ସେମାନେ…