ବିରହ ମାନେ
ବିରହ ମାନେ ପଚାର ମୋହନ ବଇଁଶି କୁ କେତେ ବା ହେଉଛି ବାଧା, ରାଧା ବିରହ ରେ ବାଜୁନି କି ସଖା ଶୁଭୁନି ରାଧା ରାଧା ।। ବିରହ ମାନେ ପଚାର ରାଧା ପାଉଜି କୁ ପଡ଼ିଛି କି ମୁହଁ ମାଡ଼ି,? ଶୁଭୁନି ରୁଣୁ ଝୁଣୁ ଶବ୍ଦ ସ୍ୱର ଯାଇଛି ଅବା ଛିଡ଼ି ।। ବିରହ ବେଦନା ପଚାର ରୁକୁଣୀ ଗଭା କୁ ନାନା ପୁଷ୍ପେ ହେଇଛି ସଜା, ଚାହୁନି ବାଙ୍କ ଚାହାଣି ଟେ ଚକାଆଖି କେତେ…
ଶାନ୍ତ ଅପରାହ୍ନ ର ସ୍ମୃତି
ସେଦିନ ଥାଏ ରବିବାର।ଦି ପହର ଖିଆ ପିଆ ସାରିଲା ବେଳକୁ ଅପରାହ୍ନ ତିନିଟା ହେଲାଣି।ଛୁଟି ଦିନ ତ କୁଣିଆ ଆସିଥିଲେ ତାଙ୍କ ଚର୍ଚ୍ଚା କଲାବେଳେ ଟିକେ ଡେରି ହେଲା। ଅତିଥି ଯେ ଭଗଵାନ ଏହା ଆମ ଭାରତ ସଂସ୍କୃତି ର ବୈଶିଷ୍ଟ୍ୟ। ତାଙ୍କୁ ଛାଡ଼ିବାକୁ ପାଖ ବସ୍ ଷ୍ଟପ୍ କୁ ଗଲି ବୋଟୋଇ ଦେବାପାଇଁ ଚାଲିଚାଲି।ପାଖ ଅଞ୍ଚଳରୁ ବିଭିନ୍ନ ଉଠା ଦୋକାନୀ ନିଜ ଜିନିଷ ପତ୍ର ଘରକୁ ଯିବାକୁ ବନ୍ଧା ବନ୍ଧି କରୁଥାନ୍ତି। ଠିକ୍ ସମୟରେ ବସ…
ନିଶ୍ଚଳ ପ୍ରତିମା
ହୃଦୟ ଜିଣିବାର କଳା ଟିକିଏ ଯଦି ଜଣାଥାଆନ୍ତା ତା’ ହେଲେ କେତେ ଦିନରୁ ତୁମ ହୃଦୟ ଜିଣି ନେଇଥାଆନ୍ତି ହଁ ମୁଁ ତ’ମୋ ହୃଦୟ ଭିତରେ କବର ଦେଇ ରଖିଛି ମୋର ସମସ୍ତ ଇଛ୍ଛା ଆଉ ଆକାଂକ୍ଷାକୁ ନିଜକୁ ଅଭିଶପ୍ତ ଅହଲ୍ୟା ଭାବିନେଇଛି କେବେ ତୁମର ସ୍ପର୍ଶ ଟିକେ ପାଇବି ସେ ପ୍ରତୀକ୍ଷାରେ ମୁଁ ନିଶ୍ଚଳ ପ୍ରତିମାଟିଏ ପାଲଟିଯାଇଛି ମୁଁ ଜାଣେ ମୋର କୌଣସି ଅଧିକାର ନାହିଁ ତୁମ ଉପରେ ତଥାପି କାହିଁକି ଖାଲି ତୁମରି ସ୍ୱପ୍ନ …
ପୁଓ ଜିଉଁତିଆ
ସଖାଲୁ ସଂଜ୍ ତକ୍ ନିହତ୍ ନିଚୁକ୍ ଭାବେ ରହୁଥିଲା ନିର୍ଜଲା ଉପାସ୍ ମାଗୁଥିଲା ପୁଓ ଝି ଲାଗି ଅଖେ ଅମର୍ ଆଏଁସ ମା’ ତ କରୁଥିଲା କେତେ ଉଷା ବର୍ତ। ଦଦା ଭାଏ ଲାଗି ତାର୍ କେତେ ଚିଂତା ଭାଏ ଜିଉଁତିଆ ଉପାସ୍ କରି ଶୁଭେସାଏତେ ରଖିଥିବୁ ହମେଶା ବଲି ମାର୍ ଠାନେ କରୁଥିଲା ଅର୍ଦଲି ଦୁର୍ଗା ମା ଠାନେ ମଂତ୍ରିଲା ଜିଇଁତା ପିନ୍ଧେଇ ଦେଉଥିଲା ଦଦା ଭାଏକେ ଫି ବଛର୍। ପହପହନୁ ବେଲ୍ବୁଡ଼ା ପତେ ରହୁଥିଲା…
ହିସାବ କିତାବ
ସୁରେଶ ବାବୁ ସକାଳୁ ସକାଳୁ ମାଁ ଶଶୀକଳା ଦେବୀ ଙ୍କର ଫୋନ୍ ପାଇ ଚମକି ପଡ଼ିଲେ।ମାଁ ଙ୍କ ଫୋନ କୁ ତାଙ୍କର ବହୁତ ଡର। ଛୋଟ ଟି ଦିନରୁ ସେ ଦେଖି ଆସୁଛନ୍ତି ମାଁ ଙ୍କର ପରିବାର ଉପରେ କର୍ତ୍ତୃତ୍ବ।ନାରୀ ପ୍ରାଧାନ୍ୟ ପରିବାର ତାଙ୍କର। ବାପାଙ୍କୁ କାଣି ଅଙ୍ଗୁଳି ରେ ରଖି ଥାନ୍ତି। ସେ ଯାହା କହନ୍ତି ବାପା ଟିକିଏ ବି ବିଚ୍ୟୁତ ହୁଅନ୍ତି ନାହିଁ।ମାଁ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରନ୍ତି। ବାପା କମଳ…
ମୁଁ ନାରୀ
ମୁଁ ନାରୀ ମାଗିନେବି ଈଶ୍ୱରଙ୍କ ପାଖେ ମହଣ ମହଣ ଆଶିଷ ବିଶ୍ଵ ସ୍ଵାର୍ଥ ଲାଗି। ଯୋଡ଼ ହସ୍ତେ ନେହୁରା ହୋଇ ଡାକିବି ଈଶ୍ୱରଙ୍କୁ ହେ ଈଶ୍ୱର ! ମୋର ସମସ୍ତ ଆୟୁଷ କୁ ଚେନାଏ ଚେନାଏ କରି ବାଣ୍ଟିଦିଅ ଆବଶ୍ୟକ ଥିବା ମଣିଷ ମାନଙ୍କ ଭିତରେ, ନାରୀ ରୂପେ ଜନ୍ମ ମୋ ଏ ଧରା ବୁକୁରେ ‘ମୁଁ ‘ମୋ ପାଇଁ ନୁହେଁ ତୁମେ କ’ଣ ଏକଥା ଜାଣିନ! ନାରୀ….. ଜାୟା, ଜନନୀ,ଭଗିନୀ ଭୋଗିବାକୁ ଆସି…
ସତ୍ କଥା ଆଜ୍ଞା
ଶରାବନର୍ ପାଏନ୍ ଉହୁଲି ଯାଏସି ହେଇଥିଲେଁ ଶୁଖା ଭଠା ଅଛ୍ରେ ପାଏନ୍ ଭି କାଫି ଆଏ ବୁଆ ଥିବା ଯଦି ବଂଧ୍ କଁଟା । କେତେ ଅଁଟାବୁ ଯେ ଅଁଟା ॥ ଶିଖ୍ବାକେ ମନ୍ ଛିନ୍ବାକେ ଖୁରି ମେଲା ରଖିଥିଲେଁ ସିନେ ହରେକ୍ ନିମ୍ଷେଁ ଜ୍ଞାନ୍ ଥିପୁଥିସି ଈ ବିଶ୍ବର୍ କନେଁ କନେଁ । ଶିଖ୍ବାକେ ଥିଲେଁ ମନେ॥ ମୁଇଁ ନ ଜାନିଛେଁ ବଲୁଥିସି ଯେଏ ନାଇଁ ଶିଖିପାରେ କିଛି ମହା ବିଜ୍ଞାନୀ ହେଇକରି କିଏ ବଲ୍ସି…