Kalam Sahitya

ଜୀବନ ସଙ୍ଗୀତ

ସା– ସାନ୍ତ ଶାନ୍ତି ସତ୍ୟ ଶିଦ୍ଧ ଅଟେ ମୂଳ ମନ୍ତ୍ର      ମେକ୍ଷ ପ୍ରାପ୍ତି ପାଇଁ ରେ– ରେ ଆତ୍ମନ୍ ରାଗ ଦ୍ୱେଷ ନୁହଁଇ ପ୍ରକାଶ        ଜୀବନକୁ ଆଲୋକିତ କରିବା ପାଇଁ ଗା– ଗାଥା ମୁଁ କହୁଛି ତା ମହିମାଁର      ଅନନ୍ତ ଅପାର ସର୍ବ ଶକ୍ତିମାନ ସେହି ମା– ମା ରୂପେ ହୁଅଇ ସେ ପ୍ରକଟ      ବାୟା ମନ ବୁଝି ପାରେନାହିଁ ପା– ପାଦପଦ୍ମେ ତାର…

Read More

ଶାରଦୀୟ ଦୁର୍ଗାପୂଜା ଅନୁଚିନ୍ତା

ମାଁ ତୁମେ ଆସୁଅଛ  ନୀଳ ନଭେ ଆରୋହିଶ, ଭାସମାନ ଶୁଭ୍ର ବାରିଦ ବିମାନେ, ଗଳାରେ ଲମ୍ବାଇ ତବ,  ଶୁଭ୍ର ବଳାହକ ପଂକ୍ତିର ଗଜରା ହାର, ସ୍ରୋତସ୍ବିନୀ କୂଳେ ସ୍ଥିତ ସଦ୍ୟ ବିକଶିତ, କାଶତଣ୍ଡୀ କରେ ତବ ଚାମର ବ୍ୟଜନ।୧। ତବ ଶୁଭ ଆଗମନୀ ବାର୍ତ୍ତା, ପ୍ରଚାର କରୁଛି ଏ ଭୁବନେ,  ନବ ବିକଚ ଝରା ଶେଫାଳି ର ଭୁରୁ ଭୁରୁ ଗନ୍ଧ, ସଜାଇ ହେଲାଣି ନିଜେ ଶୁଭ୍ରତନ୍ବୀ ଶରଦ ସୁନ୍ଦରୀ,  କରି ପରିଧାନ ଶସ୍ୟ ସବୁଜିମା ପଟ୍ଟ…

Read More

ପ୍ଲେଜାରିଜମ୍: ଡିଜିଟାଲ୍ ଯୁଗ ଓ କପିକରା ସାହିତ୍ୟ

           ତିନି ବର୍ଷ ତଳେ ଗୋଟିଏ କୋରିଆନ୍ ଭିଡିଓ ଦେଖିଥିଲି। ଉକ୍ତ ଭିଡିଓରେ ଜଣେ ସୁନ୍ଦରୀ ତରୁଣୀ ଧଳା ଜିନ୍ସ ଏବଂ କ୍ରପ-ଟପ୍ ପିନ୍ଧି ସହରର ରାସ୍ତାରେ ଚାଲିକି ଯାଉଥିବା ସମୟରେ ଅନେକ ଲୋକ ତାଙ୍କୁ ବୁଲି ବୁଲି ଚାହିଁ ହସୁଥିଲେ, ନିଜ ଭିତରେ ଚୁପଚୁପ କଥା ହେଉଥିଲେ। କିଛି ସମୟ ଝିଅଟି କିଛି ନବୁଝି ପାରି ଚାରି ପାଖର ଲୋକଙ୍କୁ ଚାହିଁ ସେମିତି ଚାଲୁଥିବା ସମୟରେ ହଠାତ୍ ଜଣେ ଯୁବକ,…

Read More

ଆଉ ଥରେ ଆସ ଜନମ ହୋଇ

ହେ ଜାତୀୟ ପିତା ଗାନ୍ଧୀ ମହାତ୍ମା , ଭାରତ ବର୍ଷେ ଥାଉ ତୁମ ଆତ୍ମା || ତୁମ୍ଭ କଷ୍ଟରେ ଭାରତ ସନ୍ତାନ ସ୍ୱାଧୀନ,  ତୁମ୍ଭ ଆଶିଷ ପାଇ ଆମେ ଧନ୍ୟ || ଧନ୍ୟ ଧନ୍ୟ ହେ ମହାତ୍ମା ଦେବତା, ତୁମେ ହେଲ ପରା ଭାରତ ପିତା || ଗୋରା ସାହେବ ଙ୍କୁ କରି ଲଢେଇ, ଦେଶର ସମ୍ମାନ ଦେଲ ବଢେଇ || ଭାରତବାସିଙ୍କୁ କଲ ସ୍ୱାଧୀନ, ତୁମ୍ଭେ କାରିଗଲ ଶାନ୍ତି ସ୍ଥାପନ || ହିଂସା ଅହଂକାର କରି…

Read More

କବିତା ମୋ ପ୍ରିୟତମା

କବିତା ! ତୁମେ ମୋର ପ୍ରେୟସୀ . ତୁମକୁ ଛାଡି ମୁଁ ବଞ୍ଚି ପାରିବିନି, ତୁମେ କେବେ ମୋର ଆଖି ସାମ୍ନାରେ ଝୁଲ, କେବେ ମୋର ହୃଦୟ ଭିତରେ ଉଙ୍କି ମାର,  ମୋର ସାମ୍ନାରେ ଘୂରି ବୁଲ, ପ୍ରଜାପତି ର ରଙ୍ଗନେଇ।୧।  କେବେ ହଳଦୀ ବସନ୍ତ ର ରୂପନେଇ , ମୋର ଭାବନାର ଗହଳ ଲତା ରେ,  ତୁମେ ଖେଳି ଥାଅ ଲୁଚକାଳି ଖେଳ,  ତ କେବେ ଦେଖା ଦିଅ ଶ୍ରାବଣର,  ରିମ୍ ଝିମ୍ ବରଷା ଧାରାରେ, …

Read More

ଭତ୍ତା

ପାଦ ଥକି ଯାଇଥିଲେ ମଧ୍ୟ ସେ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରୁଥିଲେ। ସାମାନ୍ୟ ଏପାଖ ସେପାଖ ଅନାଇଁ ଭିଡ଼ ମଧ୍ୟକୁ ପଶିବା ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା। ଏମିତି ଅନେକ ଥର ପ୍ରୟାସ କରିଛନ୍ତି। ବାରମ୍ବାର ବିଫଳ ହୋଇଛନ୍ତି, ହେଲେ ହାରି ନାହାଁନ୍ତି। ଶରୀର କହିଲେ ହାଡ଼ ଉପରେ ଲାଗିଥିବା ପରସ୍ତେ ଚମ ମାତ୍ର। ତାଙ୍କ ଭଳି ଅନେକଙ୍କ ଭିଡ଼ ଏଠି। ହେଲେ ବୃଦ୍ଧଙ୍କ ବ୍ୟସ୍ତତା ବାରି ହୋଇ ପଡୁଥାଏ। ଆଖି ତାଙ୍କର ସତେ ଯେମିତି…

Read More

କେବେ ତମେ କହିବା ଶିଖିଵ

କେବେ ତମେ କହିବା ଶିଖିଵ ! ମନ ତଳ ଅପଢ଼ା ଅକ୍ଷର ମୋର କେବେ ଆଉ ପଢିବା ଜାଣିବ ! ସବୁବେଳେ କଣ ଖାଲି ମୁଁ ହିଁ କହି ଚାଲିଥିବି ଆଉ ତମେ ହୁଁ ମାରୁଥିବ  !! କେବେ ଗୋ ପଢିବ ତମେ ମୋ ମନ ତଳ ପୋଥି ! କୀଟ ଦ୍ରଷ୍ଟ ଆଜି ଯିଏ ଅନ୍ଧାରୀ କୋଣରେ . କେବେ ଆଉ ରଙ୍ଗେଇବ ମୋ ଦେହର ରଙ୍ଗ ହୀନ ଶାଢ଼ୀ ଚିରି ଆସିଲାଣି ଯିଏ ସମୟ…

Read More