ସ୍ୱାର୍ଥୀ ବ୍ୟକ୍ତି କାହାରି ନୁହନ୍ତି

ସ୍ୱାର୍ଥୀ ଅର୍ଥୀ ବ୍ୟକ୍ତି ମାନଙ୍କୁ
ମୋ ଦୂରୁ ଜୁହାର
ନିଜ ସ୍ବାର୍ଥ ପାଇଁ କରିଥାନ୍ତି କାର୍ଯ୍ୟ
ସେମାନେ ନୁହନ୍ତି କାହାର ।

ସ୍ବାର୍ଥ ରଖି ମିଳା ମିଶା କରନ୍ତି
ସ୍ବାର୍ଥ ସରିଗଲେ ଆଉ ନ ଚିହ୍ନନ୍ତି
ବନ୍ଧୁତା ର ମୂଲ୍ୟ ସେ କି ବୁଝନ୍ତି
ସ୍ବାର୍ଥ ପାଇଁ ତ ସମ୍ପର୍କ ରଖନ୍ତି ।

ଅର୍ଥ ଅଛି ବୋଲି ଦେଖାଇ ହୁଅନ୍ତି
ମୋଉଜ୍ ମସ୍ତି ରେ ବ୍ୟସ୍ତ ରୁହନ୍ତି
ପ୍ରତି ଦିନ ନିଶା ସେବାନ କରନ୍ତି
ନିଜ ଆୟୁଷ ନିଜେ ଘଟାନ୍ତି।

ବ୍ୟସ୍ତ ବହୁଳ ରେ ଜୀବନ ବିତାନ୍ତି
କାମ ପଡ଼ିଲେ ବନ୍ଧୁ କୁ ଖୋଜନ୍ତି,
ଏପରି ବ୍ୟକ୍ତି କାହାରି ନୁହନ୍ତି
ନିଜ ପାଇଁ ନିଜେ କିଛି ବି କରନ୍ତି ।

ତନ୍ମୟବାଳା ମିଶ୍ର
ବୀରମହାରାଜପୁର, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *