ଛେରଛେରା ଭିତରେ ନ୍ୟାସୀବାଦ

ଆମର ପଛିମ୍ ଉଡ଼ିଶା କହ କି ସମ୍ବଲପୁର ଅଞ୍ଚଲ କହ “ପୁଷପୁନି”ଗୁଟେ ଖୁସିର ପରବ ଆଏ । ଇ ତିହାର ସବୁ କାମ କବାର ବରଷ ଟାକର ସାରଲା ପରେ ନିଜର ଲାଗି ଦିନ ଟେ ବାହାର କରସି ଚାଷି ଭାଇ ଆର ମନାସି ଗୁଟେ ତିହାର ଯାହାର ନା ହେଲା ପୁଷପୁନି । ଇନେ କେନ୍ସି ଦେବୀ ଦେବତା କେ ପୂଜା କର୍ବାର କେ ନାଇଁ ପଡ଼େ ଖାଲି ପେଟ ପୂଜା କେ ବେସି ଧିଆନ ଦିଆ ହେସି । ମୁନୁସ ଖୁସିରେ ସବୁ ଦୁଃଖ ସୁଖ ଭୁଲିକି ଖାଏସି ,ପିଇସି ଆର ନଚା ଡେଗା କରସି। ଖାଲି ସେତକି ନୁହେ ମନ୍ ଭିତରେ ଥିବା ହିଂସା ହଂକାର କେ ବି ଭୁଲି ଜାଏସି । ଇନେ ଖାଲି ନିଜର ପରିବାର ଆଉ ପେଟ କଥା ନାଇଁ ଭାବିକରି ପୁରା ସମାଜରେ କିଏ ଖାଏଲା ନାଇଁ ଖାଏଲା ବି ଧିଆନ୍ ଦିଆ ହେସି । ଛେର୍ ଛେରା ଦେଇ ଲୋକ ମାନକର ଅଭାବ ଅସୁବିଧା କେ ବି ଦୂର କରା ଯାଇ ପାର୍ସି । ଲୋକ ଖୁସିରେ ଦାନ ଦକ୍ଷିଣା ଦେସନ ଆର ନେବାର ଲୋକ ବି ଖୁସିରେ ପାଇ ନେସନ । ଇ ପରବ ଗାନ୍ଧୀଜୀଙ୍କର(ଟ୍ରଷ୍ଟିସିପ )Trusteeship ବା ନ୍ୟାସୀବାଦ ର ସବୁନୁ ବଢେଟେ ଉଦାହରଣ ଆଏ କହେଲେ ଭୁଲ ନାଇଁ ହଏ।

ଗାନ୍ଧୀ କହୁଥିଲେ ଯେ, ଯେତକି ଦରକାର ଆମେ ସେତକି ଖର୍ଚ୍ଚା କରମା ଆଉ ଯେନଟା ଅଧିକା ଅଗଲି ଯିବା ସେଟାକେ ସମାଜର ଗରିବ ବର୍ଗର ଲୋକଙ୍କୁ ଦାନ କରିଦେମା। ହେଲେ ଇ କଥା କେ ଆମର ସମାଜ କେତେ ଗ୍ରହଣ କରିଛେ ସେଟା ଆମେ ଜଲଜଲ କରି ଦେଖି ପାରୁଛୁ। ଧନୀ ଆଉ ଧନୀ ଆଉ ଗରିବ ଆଉ ଗରିବ ହୋଇ ହୋଇ ଯାଉଛେ। ଇ କଥା କେ ଛାଡ଼ିଦେଲେ ଇ ପୁଷପୁନି ତିହାର କଂସ ରଜା ମହାପୁରୁ ହାତୁ ମର୍ବାର ଆଉ ଧରତି ରାକସ ମାନକର ହାତୁ ଉଦ୍ଧାର ପାଏବାର ଉଧେ ଉସତ ହେବାର ଦିନ ହିସାବେ ବି ମନା ଯାଉଛେ। ସତେ ତ, ଆମର ଇ ପୁଷପୁନି ପରବ୍ ଖାଲି ଖାଉରୀ ପରବ୍ ନୁହେ ଇତାର ଭିତରେ କେତେ ବି କେତେ କଥା ଲୁକିକରି ଅଛେ ଯେ ଆମେ ହିସାବ କଲେ ତାର ମୂଲ ଦେଇ ନାଇଁ ପାରୁ ନ । ଆମର ପରବ ,ଆମର ଗରବ
ଜୟ ହେଉ ପୁଷପୁନି ।

ଡ. ସୁଧାଂଶୁ ଭୂଷଣ ଷଣ୍ଢ
ଗୁଞ୍ଚାମାଲ, ସମ୍ବଲପୁର

One thought on “ଛେରଛେରା ଭିତରେ ନ୍ୟାସୀବାଦ

Leave a Reply

Your email address will not be published. Required fields are marked *