ଛେଚା କେଞ୍ଚାର ରୁଦ୍ଧ କୋଠରୀରୁ
ବାହାରକୁ ବାହାରି ଆସିଲେ,
ଖୋଲା ଦୁନିଆଟା ଆପଣାର ଲାଗେ,
ବିକଳିଆ ମନ ସତେଜ ଜଣାପଡେ,
ଉଇହୁଁକାର ଅଗ୍ନିବର୍ଧକ ତେଜ
ସତେ ଯେମିତି ଶେଥାପଡି
ପ୍ରଶାନ୍ତିର ମହକ ଛୁଟାଏ…!
କିନ୍ତୁ…
ମୁଁ ମୁଁ ର ଚଷମା ପିନ୍ଧିଥିବା ହାଟ ବଜାରରେ ଦେଖିବାକୁ ମିଳେ
କେଥ୍ନି କେତେ ବିଗ୍ ମାର୍କେଟ୍,
ଫିଙ୍ଗା ହେଉଥିବା ଅକ୍ଷାସ
ବୁଲୁଥିବା ବୁଲା ଭିକାରୀଙ୍କୁ,
ଦେଖିବାକୁ ମିଳେ :
ଚା’ଖଟିରେ ସମାଜତତ୍ତ୍ୱ ଆଙ୍କୁଥିବା
ବାହାପିଆ ମାଫିପିଆଙ୍କ
ଅଣଦେଖା ଭାବ
କଳୁଷିତ କରିବାରେ ଲାଗିଛି
ମନାକାଶର ସ୍ୱଚ୍ଛ ଗାଲିଚାକୁ…!
ଭଲଥିଲା ଚାରିକାନ୍ଥର
ଭୟାନକ କାଳ କୋଠରୀଟି,
ଏହାର ବାହାରେ
ମଣିଷ ହଜାଇ ସାରିଛି
ମଣିଷତ୍ୱର ଅମୂଲ୍ୟ ଗାରିମା,
ବାହାବା ନେବାର ଦୁର୍ବାର ଲାଳସା
ଖିନ୍ଭିନ୍ କରିବାରେ ମଗ୍ନ
ପଥହରା ଅପାଂକ୍ତେୟ ବେହିସାବିଆ
ଠନ୍ଠନିଆ ପାପାତ୍ମାମାନଙ୍କୁ…!
ବାହାରେ ଆଉ ରହି ହେବନି,
ସହି ହେଉନି କି କହି ହେଉନି…!
ବରଂ ଭଲ ଥିଲା ଡରାଣିଆ ଅନ୍ଧାରୁଆ ରୁଦ୍ଧ କୋଠରୀଟି,
ଫେରିଯିବା ଶତେ ଗୁଣ ଭଲପୁଣି ସେଇଠିକି…!