ବିଡ଼ମ୍ବନା

ଧାବମାନ ବିଶ୍ୱ
ହା ହତାଶ,
ସବୁଠି କୋଳାହଳ
ଯେଉଁଠି ଦେଖିବ
ମାନବ, ମାନବ,ମାନବ
ବିଡ଼ମ୍ବନା!
ମାନବିକତା କାହିଁ ?

ପ୍ରତିଦ୍ବନ୍ଦିତା
ସୁରମ୍ୟ ତ୍ରିତଳ କୋଠା
ଧନ, ଜନ, ଗୋପ, ଲଷ୍ମୀ
ଅଯାଚିତ ସୁଖ ପସରା
ବିଡ଼ମ୍ବନା!
ଜୀବନରେ ଶାନ୍ତି କାହିଁ ?

ଭଗବାନ ସବୁ ଦେଇଛନ୍ତି
କରୁଣା କଲ୍ୟାଣର ଊଣା ନାହିଁ
ବଡ଼ମ୍ବନା !
ସତ୍ ଚିତ୍ ଆନନ୍ଦରେ
ବିଶ୍ୱାସ କାହିଁ ?

ମନୋରଞ୍ଜନ ସୁରୁଜାଲ
ଆଇଁଲାପାଲି, ଧମା, ସମ୍ବଲପୁର

Leave a Reply

Your email address will not be published. Required fields are marked *