ଏମିତି ହୁଅନ୍ତାନି
ରାତାରାତି ସବୁ ଭାଙ୍ଗି ଯାଆନ୍ତା
ଗଢ଼ିଉଠିଥିବା ଯେତେସବୁ ଅନାଥ ଏବଂ ବୃଦ୍ଧାଶ୍ରମ।
ସବୁ ପୁଅବୋହୂଙ୍କ
ହୃଦୟରେ ଲହଡ଼ି ଭାଙ୍ଗନ୍ତା ଦୟାର ଗଙ୍ଗା
ମାନ ଅଭିମାନ
ରାଗ ଅହଂକାର
ସବୁକିଛି ଧୋଇ ହୋଇ ବହିଯାନ୍ତା ବୟାଅଶୀର ବଢ଼ୀପରି ସମୟ ସୁଅରେ
ଏମିତି ହୁଅନ୍ତାନି
ଘୃଣାସବୁ
କରୁଣାର ଫୁଲ ହୋଇ ଫୁଟନ୍ତେ
ମରି ଯାଇଥିବା ସେଇ ମନ ଅଗଣାରେ
ମହମହ ବାସି ଉଠନ୍ତା ଘର
ଯେମିତି ବାସି ଉଠୁଚି ଶ୍ରୀମନ୍ଦିର।
ରିତିନୀତି ସଂସ୍କୃତି କୁ ନେଇ
ହସଖୁସିରେ ଫାଟି ପଡ଼ନ୍ତା ସମୟ
ଇର୍ଷାରେ ବି କୁହନ୍ତେ ଜଗନ୍ନାଥ
ମୋର
ଛତିଆ ଯିବାର ନାହିଁ,କି ଲୋଡ଼ା ନାହିଁ ମନ୍ଦିର
ରଖିବାର ଅଛି ତ
ମୋ ପାଇଁ ତୋଳିଦିଅ ଏମିତି ଗୋଟିଏ ଘର।