ଛାଡଖାଇ ତତ୍ତ୍ଵ

ଧର୍ମ କର୍ମ କର କାର୍ତ୍ତିକ ମାସରେ
ଲେଖା ଅଛି ଶାସ୍ତ୍ର ଗତ
ସତ୍ତ୍ଵ ଗୁଣ ସବୁ ଫୁଟୁ ହୃଦୟରେ
ଛାଡ଼ଖାଇର ଏ ତତ୍ତ୍ଵ

ଆମିଷ ଭୋଜନ ନୁହେଁ ପ୍ରୟୋଜନ
ଏଇ କଥା ରହୁ ମନ
ସାତ୍ଵିକ ଭୋଜନ ଅମୃତ ସମାନ
ପ୍ରଭୁ ପାଦେ ରହୁ ଧ୍ୟାନ

ସଦା ନିରନ୍ତର ସାତ୍ତ୍ୱିକ ଆହର
ବୃଦ୍ଧି ହୁଏ ଆତ୍ମ ଜ୍ଞାନ
ଜୀବ ହତ୍ୟା କରି ମାଂସ ଭକ୍ଷଣରେ
ମଣିଷ ହୁଏନି ମହାନ

ଯେପରି ଖାଦ୍ୟ ସେପରି ମନ
ଅଟଇ ଶାସ୍ତ୍ର ଲିଖନ
ମୋକ୍ଷ ପଥକୁ ସୁଗମ କରିବା
କରି ଆମିଷ ବର୍ଜନ

ଦୁଇ ଦିନିଆ ଏ ମଣିଷ ଜୀବନ
ତୁଛାକୁ ବାନ୍ଧିଛୁ ଆଣ୍ଟ
ଆତ୍ମା ସହ ପରମାତ୍ମା ମିଳନରେ
ପ୍ରାଣୀ ଯାଏ ବୈକୁଣ୍ଠ

ହବିଷରେ ଯାହା ଆମେ ଛାଡିଥିଲେ
କରିବା ସବୁ ରନ୍ଧନ
କରି ଯତନରେ ମନ ହରଷ ରେ
ସର୍ବେ କରିବା ଭୋଜନ

ସାତ୍ଵିକ ଖାଦ୍ୟ ଧର୍ମ ଧାରଣ
ସର୍ବେ କରି ଆହାରଣ
ଭକ୍ତି ଭାବନାରେ ମନକୁ ରଖିବା
ବୈକୁଣ୍ଠରେ ମିଳିବ ସ୍ଥାନ

ସଂଯମରେ ରଖି ଜିହ୍ୱାକୁ ଆମର
କରି ହରିଗୁଣ ଗାନ
ଜୀବହତ୍ୟା ଯେ ମହାପାପ ଅଟେ
ଏ କଥା ରଖିବା ମନ

ସାତ୍ଵିକ ଭୋଜନ ଶୁଭ ଚିନ୍ତନ
ନିର୍ମଳ ତନ ମନ
ଜିହ୍ୱା ସଞ୍ଜମେ ଇନ୍ଦ୍ରିୟ ସଞ୍ଜମ
ଆଧ୍ୟାତ୍ମିକ ପୁଣ୍ୟ ଆମ

ସିନ୍ଧୁ ନନ୍ଦିନୀ

ଭୁବନେଶ୍ୱର

Leave a Reply

Your email address will not be published. Required fields are marked *