ସେ କାଲି ଟୁକେଲ୍

ସେ କାଲି ଟୁକେଲ୍
ଅବ୍‌ଗା କାଲି
ବିଟ୍ କାଲି
ସେ ଟୁକେଲ୍…
ଢ଼ଲି ଯାଉଛେ
ବିହା ବଏସ୍
ସାଂଗେ କେତେ
ଉସ୍‌ନାକିର୍ ସପନ୍

ମନ୍‌କେ ତାର୍ ବୁଝେ କିଏ
ସପନ୍‌କେ ହେଲେଁ ତାର୍
ଠଠେଁ କିଏ
ତାର୍ ବାଟେ ସେ’ନ
ଅବ୍‌ଗା ଏକ୍‌ଲା ନ..

ଏକ୍‌ଲା ନୁ ଦୁକ୍‌ଲା ହେବାର୍‌କେ
ତାର୍ ଜୁ’ ନାଇଁ
ସମ୍‌କିରର୍ ଆଏଁଖ୍‌କେ
ରୁଚ୍‌ଲେ ତ !
ତାର୍ ବଏସର୍
ସାଂଗ ସଏର୍‌ସା
ସଭେ ପରେ ଘର୍ କଲେନ
ଛେନ୍ ଘର୍ ହେଉ କି ମହଲ୍
ବିହି ଯାହାକେ
ଯେନ୍ତା ଗଢ଼ିଛେ
ଯାହାର୍ ଭାଗେ
ଯେନ୍‌ଟା ଥୁଇଛେ
ଭାଂଗି ବି ଗଲାନ,
ଅଦର୍ବା ବି ହେଉଛେ ପରେ
କାହାର୍ କାହାର୍ ଘର୍
ଖବର୍ ପାଏସି…
ସେ କାଲି ଟୁକେଲ୍
ବଲୁଛେ…
ଏନ୍ତା ଭଂଗା ଘରମାନ୍‌‌କୁଁ ପରେ
ତାହାକେ ଡକ୍‌ରା
ଦର୍ପନ୍‌କେ ଘାଏ ଘାଏ ଦେଖୁଛେ

ଭାଲୁଛେ, ମନ୍ ଭିତ୍‌ରେଁ
ହୁର୍‌ଗୁନି ହେଉଛେ..
କଲା ଗୁରାକେ
ଜୁଲେଇ ପକଉଛେ
ଦର୍ପନ୍ ତ
ମିଛ୍ ନାଇଁ କହେ ବଲି…
ପଚ୍‌ରେଇ ପକଉଛେ
ଇ ବସ୍‌ଲା ଘର୍ ବି
ଛିନ୍‌ଛତର୍ ହେବାର୍
କାଏଁ କାରନ୍ ଅଛେ ଭେଲ୍..?

ଘର୍ କରି ଯାଉ କି ନି ଯାଉ…
ସେ କାଲି ଟୁକେଲ୍
ଅହରହ ସମାଜ୍‌କେ
ପଚ୍‌ରଉଥିସି
କଲା ଗୁରା ରଂଗର୍
ଭିତ୍‌ରିଆ ଫରକ୍‌ଟା
କେନ୍ତା ଥିସି ?

ସଙ୍ଗୀତା ଷଡ଼ଙ୍ଗୀ
ବରଗଡ଼

Leave a Reply

Your email address will not be published. Required fields are marked *