ତଥାପି ହେ ମୃତ୍ୟୁ
ସୃଜନ ସଂହାର
ଜନ୍ମ ମୃତ୍ୟୁର ଅବିଶ୍ରାନ୍ତ ଧାରା
ଏତ ଏକ ବିରୋଧ| ଭାସ
ଲୟ ବିଲୟ ଭିତରେ ତୁମେ କିନ୍ତୁ
ମୂର୍ତ୍ତିମନ୍ତ ଅବିଚଳିତ
ହେ ଶାଶ୍ୱତ ମୃତ୍ୟୁ !
ସଭ୍ୟତାର ସ୍ଵର୍ଣ ସୌଧ
ସୃଜନଶିଳତାର କୋମଳ ଗାନ୍ଧାର
କେତେ ଦର୍ପିତ ହସ୍ତିନା
କେତେ ବାରୁଣା ବନ୍ତ ଆଉ
କେତେ ସ୍ଵର୍ଣ ଲଙ୍କା
ପୋଛି ଦିଅ ତମ ସ୍ପର୍ଦ୍ଧିତ ହୁଙ୍କାରେ
ଲୀନ ହୁଏ ତୁମରି ବକ୍ଷରେ
ପୃଥିବୀ ର ପ୍ରସୂତି ଶାଳାରେ ଯେ ବେl
-ଜୀବନର ପଞ୍ଚଜନ୍ୟ ବାଜେ, ତୁମେ କିନ୍ତୁ ସର୍ତ୍ତ ରଖ “ମୁଁ ଆସିବି ଦିନେ”
ତୁମେ ଆସ ପଞ୍ଚ ମହଭୂତର –
ଦିବ୍ୟ ପ୍ରକାଶ ଭିତରେ
ଅବସନ୍ନତାର ଅଥଳ ଆକୁଳତାରେ
ତୁମ ପଦେ ଜୀବନ କରେ ଆତ୍ମ ସମର୍ପଣ
ଆୟୁହୀନ ମହାକାଳର ଏଇ ତ ପ୍ରହଳିକା
ହେ ନିର୍ଲିପ୍ତ, ନୀରାସକ୍ତ ! ସବୁ ରୁପ ରୂପାନ୍ତର
କ୍ଷମତା ଓ ଅହଂଙ୍କାର
ଜ୍ଞାନ ବିଜ୍ଞାନ,
ସବୁତ ଅସ୍ଥିର, ଅନିଶ୍ଚିନ୍ତ
ଅତି ସତକର୍ତାର ସହିତ ତୁମେ ଆସ
ଅତି ନିଶବଦ୍ଦରେ
ଲିଭାଇଦିଅ ଜୀବନର ମହାଦୀପକୁ
ସବୁଜର ସବୁ ସ୍ବପ୍ନ ହୁଏ ପରାହତ
ସ୍ୱର୍ଗ , ପାରତ୍ରିକ ଜୀବନ
ଅମୃତତ୍ୱ ହୁଏ ବିଡ଼ମ୍ବିତ
ଜୀବନ ଜିଞ୍ଜାସା କରେ
ସତରେ ତୁମେ କେଡେ ନିଷ୍ଠୁର
(ଏମିତିକି ତୁମ ପାଖରେ ମନୁଷ୍ୟର ସର୍ବ ନିମ୍ନ ଦାଵୀର ସକରୁଣ କାକୁତିର ମୂଲ୍ୟ କିଛି ନାହିଁ)
କିନ୍ତୁ ହେ ମୃତ୍ୟୁ !
ତୁମର ନୀରବତା ମଧ୍ୟରୁ
ପୁଣି ସୃଷ୍ଟି ହୁଏ ଜୀବନର ସ୍ପନ୍ଦନ
ରୁପରୁ ରୂପାନ୍ତର ହୁଏ ବୃତ୍ତିୟମାନ ଗତିରେ
ନିରାଶାର ନିରନ୍ଧ୍ର ଅନ୍ଧକାର ଭିତରୁ
ସ୍ନିଗ୍ଧ ଦୀପାଳୀ ଜଳିଉଠେ
ପ୍ରଭାତୀ ତାରା ପରି
ଏଇ ଵିଦଗଧ ସଙ୍ଘାତରୁ
କ୍ଷୟ ବ୍ୟାଧିଗ୍ରସ୍ଥ ଅସହାୟତାରୁ
ବିଧୃତ ଓ ବୈକଲ୍ୟ ଭାବରୁ
ସବୁ ଭୁଲ ଭ୍ରାନ୍ତି ଓ ବିଭ୍ରାନ୍ତି ମଧ୍ୟରୁ
ବୀଚତ୍ରଭାବେ ପ୍ରସ୍ଫଟିତ ହୁଏ,
ଏକ ଶାନ୍ତ, ସ୍ନିଗ୍ଧ ସଂଯତ ଓ
ସମାହିତ ଜୀବନ କମଳ
କେତେ ରୂପରେ କେତେ ଭଙ୍ଗିରେ
ତା ହୁଏ ରୂପାନ୍ୟୁତ
ମହାଲୋକର ସେହି ମହାତୀ ଆଭାକୁ
ଅସ୍ବୀକାର କରିପାରିବ କି ତୁମେ ?