ଦୀପାବଳି

ଆଜି ସଞ୍ଜ ବେଳାରେ ମାଟି ଦୀପଟିଏ
ଜାଳିଛି ମୋ ଘର ଅଗଣାରେ
ମନ ଦେଇ ଆଙ୍କିଛି ଚିତ୍ର ଅଳପନା
ସାତ ରଂଗ ବର୍ଣ୍ଣ ମୁରୁଜରେ

ପୂର୍ଣ୍ଣ ଜଳ କଳସ ତହିଁ ସଜାଡିଛି
ନାନା ଜାତି ଫୁଲ ସମାହାରେ
ଝଳମଳ ଝଳସେ ଆଲୋକର ମାଳା
ବିଭାବରୀ ଶୋଭା ମନହରେ

ଆହେ ରାମ ରାଘବ ପ୍ରଜାନୁରଞ୍ଜନ
ଆସ ଧାରା ଧାମେ ଆଉ ଥରେ
ନାଶ କର ବଇରି ପାପୀ ରାବଣକୁ
ସତ୍ୟ ଧର୍ମ ନ୍ୟାୟ ଧନୁ ତୀରେ

ପାପ ତାପ ତମସ କଳୁଷ ଅଜ୍ଞାନ
ଠେଲି ଦିଅ ପ୍ରଭୁ ବହୁ ଦୂରେ
ପାଦ ତଳେ ବିନତୀ ମାଗୁଛି ଏତିକି
ଅବୋଧ ଅଧମ ଭକ୍ତି ଭରେ

ସୁହଂସ ଭୋଇ
ପହଣ୍ଡି,ବରଗଡ଼

Leave a Reply

Your email address will not be published. Required fields are marked *