ଖଁଡେ କାଗଜ୍ ଆର୍ ମାଁ

ତତେ ଲେଖମି ବଲି
ଇ ଆକାଶ କେ
ଇ ମାଟି କେ
ଇ ପାନି କେ
ଇ ପବନ୍ କେ ଲେଖି ପକାଲି
ହେଲେ ତତେ ଲେଖି ନାଇଁ ପାର୍‌ଲି ।

ତୁଇ ତ ସବୁଠାନେ ଅଛୁ ବୋଲି
ଇ ପାହାଡ଼ କେ
ଇ ନଦୀ କେ
ଇ ସୁମଦ୍ର କେ ଲେଖି ପକାଲି
ହେଲେ ତୋର ଗୁନ୍ ଗାଇ ନାଇଁ ପାର୍‌ଲି

ତୁଇ ସରବ୍ ମଙ୍ଗଲ୍‌ଦାୟନି ବୋଲି
ଇ ଦୁଃଖ କେ
ଇ ସୁଖ କେ
ଇ ଜଞ୍ଜାଳ କେ
ମୋର ଆଁଖଲ୍ କେ ଭିଲ୍ ଲେଖି ପକାଲି
ହେଲେ ତୋର ମହିମାଁକେ ଲେଖି ନାଇଁ ପାର୍‌ଲି

ହଁ ମାଁ ଇ ଖଡେ କାଗଜଥି
ଇ ଚାଏର୍ ପଦ୍‌ଥି
ଇ କବିତାଥି
ଇ ସେହିଥି
କାଣା ତତେ ଲେଖବାର୍‌ଟା ସମ୍ଭବ୍ ଆଏ ?

କ୍ଷମା କର୍‌ବୁ ମତେ ମାଁ
ଇ ଦୁଃସାହସ ଲାଗି
ମୁଇଁ ତ ଗୁଟେ ବିନ୍ଦୁ ଆଏଁ
ଆର୍ ତୁଇ ଜଗତଜନନୀ ଆଉ
ତୋର ପନତ କାନିଥି ଢାପି ରଖିଥା ସମକୁ
ସୁଖ ଦୁଃଖଥି ସହା ହେଇଥା
ଏତିକି ବିନତୀ କରୁଛେଁ ମାଁ
ତୋର୍ ପାହା ତଲେ ।।

ତଫିଜୁଲ ହୁସେନ
ସମ୍ବଲପୁର
ସଭାପତି, କଲମ ପରିବାର ଟ୍ରଷ୍ଟ
୯୪୩୯୨୨୧୯୮୯

Leave a Reply

Your email address will not be published. Required fields are marked *