ସବୁ ଜଞ୍ଜାଳରୁ ମୁଠେ,ମୁଠେ
ଯନ୍ତ୍ରଣା ସାଉଁଟି ,
ଜିଇଁବାରେ ସତେ କି ଆନନ୍ଦ ,…!!!
ଆହାଃ..
ଅନୁଭବି ହିଁ ଜାଣେ ।
ମୋ କଥା ଶୁଣି
ତମେ କହିଥିଲ
ଯନ୍ତ୍ରଣା କେବେ ଠୁ
ପୁଣି ଆନନ୍ଦ ଦେଲା …???
କହିଲି
ଏଇ ଦେଖୁନ,
ଯନ୍ତ୍ରଣା ମାନେ ସବୁ ଧୀରେ ଧୀରେ
ଶୀତଳ ହେଲେଣି
କେବେ ତ ନିଶ୍ଚେ ବରଫ ପାଲଟି ଯିବେ ।
ଦୁଃଖର ରଡ଼ ନିଆଁ ରେ
ଦର ପୋଡ଼ା ଦେହକୁ
ଟିକେ ଶୀତଳ ସ୍ପର୍ଶ ତ
ମିଳି ପାରିବ ….
ତମେ କହିଲ
ସତେ ତ….
ଆକାଶ ଛାତିରେ ବଉଦ ବି
ନୀରବ ଆଘାତ ଦେଇ ଚାଲିଥାଏ
ତା ସହିତ
ବିଜୁଳି ,ଘଡ଼ ଘଡିଙ୍କର
କେତେ ଯେ …ଟାହି ଟାପରା
ସେଥିରେ କିନ୍ତୁ ତା’ର ଆନନ୍ଦ..!!!
କେବେ ହସି ହସି ଲୁହ ଝାରି ଦିଏ ତ
କେବେ ପୁଣି ସପ୍ତ ରଙ୍ଗି ପାଟରେ
ନିଜକୁ ସଜାଏ
ନବ ବଧୂଟିଏ ପରି ।
ଠିକ୍ ସେମିତି ତମେ ମଧ୍ୟ
ଯନ୍ତ୍ରଣା ରୁ ଜୀବନ ଜୀଇଁବାର ସୂତ୍ର
ପାଇଛ ନା …
ପ୍ରଣତି ମହାପାତ୍ର (ରୁବି)
ସମ୍ବଲପୁର