ଚାହା ବିକୁଥିବା ପିଲାର୍ ସପନ୍

ଚାହା ଚାହା ରଡି ଥି
ରେଲ୍ ପ୍ଲାଟଫରମ୍ ଗର୍ ଜେଇ ଦେଉଛେ,
ଦୁଇ ପଏସାର୍ ଲାଗି
ଜୀବନ୍ ଟା ବାଜି ଲଗେଇଛେ ,
କାଲ୍ ଛୁଇଲେ ଲୁହା ରାକ୍ଷସଟା
ଯେ
ଚାପି ଦେବା
ଇ କଥା ଟା ସଭେ ଦେଖୁଛନ୍ ,
ବୁଢା ବାପ୍ କେ ବିଡିଗୁଟେ
ଆଉ
ବୁଢୀ ମା’କେ କପଟା ଟେ
ଘିନି ଦେବାର୍ ଆଘ୍ ରୁ
ସଭେ ମରିଗଲେ ନ ।
ଇ ପ୍ଲାଟଫରମ୍ ଟା
ଏକା ତାର୍ ମା ବୁଆ ,
ଅଟ୍ କୁ ଅଟ୍ କୁ ନରଦି ଯାଉଛେ
ବାବୁ, ଭାୟା, ଆଁଗିଆ ,ହଜୁରନୁ
କପ୍ ଟେ ବଢେଇ ଦେଉଛେ ।
ବରସ୍ ଯାକର୍ ଯାତ୍ରା ପରବ୍
ଉସତ ଆନନ୍ଦ୍
ତାର୍ ଯାତ୍ ରି ଆନ୍ ,
ଦୁଇ ଅକ୍ଷର ସିନେ ନାଇ ପଢି
ହେଲେ ରେଲର୍ ବେଲାଘଡି
ଆର୍ କିଏ କେନ୍ କେ
ଯିବା ଜେ
ଅଏନ୍ ଜାନିଛେ
ସତେ ଜେନ୍ ତା ,
ପଚ୍ ରା ଉଚ୍ ରା ମୁଖିଆ ଆଏ ।
ଧାଁ ଧପଡ୍
ଚାହା କପ୍ ଥି ଜୀବ୍ ନ ର
ଦିପ୍ ଟା
ଲିଭି ଯିବା ଆଗ୍ ରୁ
ଏଡେ ଭିଡ୍ ଭିତ୍ ରେ
କାହାର୍ କୁଡିଆନୁ ଯାଗାଟିକେ,
କେଟ୍ ଲି ଛଡେଇ କରି
ବହି ବସ୍ତାନିଟେ
ପାଏଲେ
ଲିଭି ଯାଏତା ସାମାଜ୍ ନୁ
ବଢେ ଗୁଲ୍ ଗୁଲା ଟେ,
ସତ୍ ହେତା
ଚାହା ବିକୁଥିବା ପିଲାର୍
ସପନ୍ ଟେ ।

ଡଃ ଅଜିତ କୁମାର ନାଥ

ଟାମ୍ପରସରା , ବରଗଡ

Leave a Reply

Your email address will not be published. Required fields are marked *