ତୁଇ ଆମର୍ ଶେଷ୍ ଆଶା

ଲହଣ୍ଡା ନୁ ଗୋଡଭଗା କେମ୍ପ୍
ଯିବାର୍କେ ଥିବା ରାସ୍ତାଥି
ବଢେଟେ ଲଟ୍’କନା ଅଛେ:
‘ରେଲୱେ ଫାଟକ୍’,
ଛକୁ ଗୋଲକନଗର ଆସ୍’ବ ବଏଲେ
ସେଇ ଗୁଟେ ଫାଟକ୍ ଛେକୁଛେ…!
ହଲ୍’ଦିଆ ଆରୁ କଲା କଲା ଦାନ୍ତ୍ ଥିବା
ଛାଟ୍ ଛାଟ୍ ଜୁଡେ ଲମ୍ ମାଢି,
ସବୁବେଲେ ଅଟ୍’କଉ ଥିସନ୍
ଲୁକ୍’କୁ ଅକ୍ଷାସ୍ କରି…!

ଟ୍ରେନ୍ ଯିବା ଆଗ,
ତୁମେ ଯିବ ପଛେ…!

ମଲେ ମରୁଥାଉ ପେସେଣ୍ଟ୍
ପଛେ ଯିବା ଡାକ୍ତରଖାନା,
ଗିନି ବଜଉ ଥ ଖରା ତାତି ଥି
କରି ତାରେ ନାରେ ନା…
ସ୍କୁଲ୍ କଲେଜ୍ ଯିବାର୍ ଲେଟ୍ ହେଲେ
ମାଷ୍ଟର୍ ଗାଏଲ୍ ଦେବା,
ଇଣ୍ଟର୍ଭିଉନ ଫେଲ୍ ହେଲେ
କା’ର୍ କା’ଣା ଯିବା,
ମୁଁଡ୍ ଖାଲି ଫ୍ୟୁଜ୍ ହେବା…?

କାହାକେ କହେବ କା’ଣା କହେବ
ଶୁନ୍’ବାର୍ ଲୋକ୍ ନାଏଁନ,
ମୁଇଁ ଭଲ୍ ଥିଲେ ଦୁନିଆଁ ଭଲ୍
ଦେଖଉଛନ୍ ସଭେ ଦର୍ପନ୍…!

କୁତ୍ରି ଝୁରିନୁ ତିମିତକ୍ ନେତା
ହର୍ମିଷା ଆଏସନ୍ ଯାଏସନ୍,
ପାଞ୍ଚ୍ ବଛର୍ ଆରୁ ଦେଖା ନାଇଁ ଦିଅନ୍
ସରିଗଲେ ନିର୍ବାଚନ୍…।

ମାଆ…! ତୁଇ ଆମର୍ ଶେଷ୍ ଆଶା !!
ଆ…
ଦେଖ୍’ଟିକେ ରେଲ୍ ଫାଟକ୍’କେ,
ତୋ’ର୍ ପିଲାଛୁଆମାନେ
କେନ୍ତା ଗୁଲ୍’ଗୁଲା ହେଉଛନ୍,
ତୁଇ ତ ଗୁଟେ ଅସୁର୍ ମାରିଥିଲୁ,
ଇଠାନେ ତ ଶହ ଶହ ଅସୁର୍ ଅଛନ୍,
ମାରି ପାର୍’ବୁ ତ…?

କୈଳାସ ମହାରଣା
ଗୋଡଭଗା କେମ୍ପ୍
ସମ୍ବଲପୁର

Leave a Reply

Your email address will not be published. Required fields are marked *