ଶୁଭ୍ର ଶରତ ରେ ମାଆ ମୋ ଆସିଛି
ଦଶଭୁଜା ରୂପ ନେଇ।
ନଈ ପଠା ଧାରେ କାଶତଣ୍ଡୀ ଝୁଲେ
ଶୁଭ ସ୍ୱାଗତିକା ଗାଇ।
ଗଙ୍ଗଶିଉଳି ଦିଗ ଚହଟାଇ
ଗାଏ ମଧୁ ମୟୀ ଗୀତି ।
ଜହ୍ନ ରେ ଜୋଛନା ଝଲସାଇ ଦିଏ
ଚନ୍ଦ୍ର ଉଦିଆ ରାତି।
ସୁନେଲି ସଞ୍ଜ ରେ ଶିହରିତ ଜହ୍ନ
ଜହ୍ନି ଫୁଲ ଓଠ ଫାଙ୍କେ।
ବାହୁଡ଼ା ମେଘ ର ଅପୂର୍ବ ସମ୍ଭାର
ମନୋହର ଛବି ଆଙ୍କେ।
ଗାଁ ରୁ ସହର ସଜେଇ ହେଲାଣି
ତୁମ ଆରାଧନା ପାଇଁ।
ନାନା ରୂପେ ତୁମ ଦିବ୍ୟ ଅବତାର
ମାଆ ତୁ କରୁଣା ମୟୀ।
ମାଟି ରୁ ଆକାଶ ଝଲସାଇ ଦିଏ
ସବୁଠି ମାଆ ର ସ୍ତୁତି।
ବର ଦାୟିନୀ ମା ସଙ୍କଟ ତାରିଣୀ
ତୋ ପାଦେ ରହୁ ମୋ ମତି।